ଭୁବନେଶ୍ବର: ରାଜ୍ୟ ବାହାରର କ୍ରାଇମ କ୍ରିମିନାଲ ଡାଟା ଆନାଲିସସ କରିବ ପୋଲିସ। ଏଥିପାଇଁ ଏନସିଆରବିରେ ଥିବା ଡାଟାରୁ କଟାମୁଣ୍ଡ ମୃତଦେହର ପରିଚୟ ଖୋଜିବ ପୋଲିସ। ଏଥିପାଇଁ ଏନସିଆରବିର ସହାୟତା ନିଆଯିବ। ଯାହାକୁ ନେଇ ମିଳିଥିବା ମହିଳାଙ୍କ ମୃତଦେହର ଥିବା ଫିଙ୍ଗରପ୍ରିଣ୍ଟ ସର୍ଚ୍ଚ କରାଯିବ ଅର୍ଥାତ ଡାଟାବେସରେ ଯେଉଁମାନଙ୍କ ପରିଚୟ ରହିଛି ସେ ମଧ୍ୟରୁ ମହିଳାଙ୍କ ମୃତଦେହରେ ଥିବା ଫିଙ୍ଗରପ୍ରିଣ୍ଟ ସର୍ଚ୍ଚ କରାଯିବ । ଅନେକ ରୂପଜୀବୀଠୁ ଆରମ୍ଭ କରି ଅପରାଧୀ ପର୍ଯ୍ୟନ୍ତ ଅନେକ କ୍ରାଇମ କ୍ରିମିନାଲ ସହ ଜଡିତ ଥିବା ବ୍ୟକ୍ତିଙ୍କ ଭାରତବର୍ଷର ପୋଲିସ ଡାଟା ରହିଛି ଏନସିଆରବି ପାଖରେ।
ଏହାକୁ ଆସେସ କରିବା ପାଇଁ ଏସସିଆରବି ପାଖରେ ରହିଛି କ୍ଷମତା । ଏହାକୁ ନେଇ ମୃତ ମହିଳାଙ୍କର ଫିଙ୍ଗରପ୍ରିଣ୍ଟକୁ ଡିଜିଟାଲାଇଜ୍ ମାଧ୍ୟମରେ ସଂଗୃହିତ କରି ଏସସିଆରବିକୁ ପଠାଯିବ । ସେଠାରୁ ଏନସିଆରବି ଡାଟା ବେସରୁ ଫିଙ୍ଗରପ୍ରିଣ୍ଟ ଖୋଜାଯିବ ବୋଲି ଡିସିପି କହିଛନ୍ତି।
ହ୍ୟୁମାନ ଇଣ୍ଟେଲିଜେନସକୁ ଗୁରୁତ୍ବ-
ଅନ୍ୟପଟେ ହ୍ୟୁମାନ ଇଣ୍ଟେଲିଜେନ୍ସ ପାଇଁ ସମସ୍ତ 6 ଟି ଜୋନର ଏସସିପି ମାନଙ୍କୁ ୨୦୦ ଲେଖାଏଁ ପୋଷ୍ଟର ଦିଆଯାଇଛି। କଟାମୁଣ୍ଡ ମୃତଦେହ ସମ୍ପର୍କିତ ପୋଷ୍ଟରକୁ ସେମାନଙ୍କ ଅଞ୍ଚଳରେ ମାରିବା ପାଇଁ ଦିଆଯାଇଛି । ଏହା ସହିତ ଆଖପାଖ ପୋଲିସ ଷ୍ଟେସନର ନିକଟବର୍ତ୍ତି ଅଞ୍ଚଳରେ ମଧ୍ୟ ପୋଷ୍ଟର ମାରି ଲୋକ ଯେପରି ବ୍ୟକ୍ତି ଚିହ୍ନଟ କରିବାରେ ସହାୟକ ହୋଇପାରିବ ସେ ନେଇ ପ୍ରୟାସ ଜାରି ରଖାଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ରୂପଜୀବୀ ନେଇ NCRB ଡାଟାରୁ ବାଂଲାଦେଶୀ ରୂପଜୀବୀ ଆଡ଼କୁ ଅଧିକ ସନ୍ଦେହ କରୁଛି ପୋଲିସ। ନଚେତ ଅନେକ ସେକ୍ସ ରାକେଟରେ ଉଦ୍ଧାର ହେଉଥିବା ଯୁବତୀଙ୍କର ଡାଟା ଥାଏ।
ଯଦି ସେହି ଡାଟା ଥାଏ ତେବେ ପରିଚୟ ମିଳିପାରିବ ବୋଲି ପୋଲିସ ଆଶା ରଖିଛି । ସେ ନେଇ ଏନସିଆରବିର ସହାୟତା ନେଉଛି। ଯେହେତୁ ମୃତଦେହର ହାତରେ କେବଳ ଶଙ୍ଖା ଥିଲା ହେଲେ ଗୋଡ଼ରେ ଝୁଣ୍ଟିଆ ନ ଥିଲା ସେ ନେଇ ଦେହଜୀବୀ ଆଡକୁ ଅଧିକ ସନ୍ଦେହ କରୁଛି ପୋଲିସ। କାରଣ ଅନେକ ମାମଲାରେ ଉଦ୍ଧାର ରୂପଜୀବୀ ପୋଲିସ ନଜରରୁ ହଟିବାକୁ ଏପରି ଶଙ୍ଖା ପିନ୍ଧି ଥିବାର ନଜିର ରହିଛି। ଏପରିକି କିଛି ଦେହ ଦଲାଲ ପତ୍ନୀ ହୋଇପାରନ୍ତି । ଯେଉଁମାନଙ୍କ ସହ ପୋଲିସ ଯୋଗଯୋଗ ହୋଇପାରୁନି ସେ ଦୃଷ୍ଟିରୁ ସନ୍ଦେହ ଘେରକୁ ନେଇଛି ପୋଲିସ।
ଟାଟୁରୁ ମିଳିଛି ଏକ ସୁରାକ-
ଅନ୍ୟପଟେ ପୋଲିସକୁ ମଞ୍ଚେଶ୍ବର ଅଞ୍ଚଳର ଧିରିକୁଟ ବସ୍ତିର ଏକ ମିସିଂ କେସରେ କିଛି ସୁରାକ ଲାଗିଛି। ଏପରିକି ନିଖୋଜ ମହିଳାଙ୍କ ହାତରେ ସମାନ ଚିତା କୁଟାଯାଇଥିବା ସେ ପୋଲିସକୁ ଜଣାଇଛନ୍ତି। ସେହିପରି ରୂପ-ରଙ୍ଗ ଓ ଉଚ୍ଚତା-ସ୍ବାସ୍ଥ୍ୟ କହିବା ସହ କହୁଣିରେ ଥିବା ଏକ ଦାଗ ସମ୍ପର୍କରେ କହିଛନ୍ତି। ଏହାକୁ ନେଇ ପୋଲିସ ସମ୍ପୃକ୍ତ ବୃଦ୍ଧାଙ୍କ ଡିଏନଏ ମ୍ୟାଚ ପାଇଁ ପ୍ରସ୍ତୁତ ହେଉଛି ।
୩ ଜଣ ସ୍ବାମୀ ଥିବା ମହିଳାକୁ ନେଇ ସନ୍ଦେହ-
ସେପଟେ ତମାଣ୍ଡୋ ଅଞ୍ଚଳର ଏକ ଲିଡ୍ ପୋଲିସ ପାଖରେ ଲାଗିଛି। ମହିଳା ଜଣକ ତିନି ଜଣଙ୍କୁ ବିବାହ କରିଥିବା ପୋଲିସ ସନ୍ଦେହ କରିଛି। ଏପରିକି ପ୍ରଥମ ସ୍ବାମୀ ଶ୍ବାସ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ହେବା ପରେ ଦ୍ବିତୀୟ ବିବାହ କରିଥିଲେ। ହେଲେ ସେହି ବ୍ୟକ୍ତି ଜଣକ ଅନେକ ସମୟରେ ମଦ ପିଇ ମାରଧର କରିବା ପରେ ମହିଳା ଜଣକ ଆଉ ଜଣକ ସହ ରହିବା ଆରମ୍ଭ କରିଥିଲେ ପରେ ତୃତୀୟ ସ୍ବାମୀ ଅନେକ ସମୟରେ ବାହାରକୁ କାମ କରିବାକୁ ଯାଉଥିବାରୁ ମହିଳା ଜଣକ ଅନେକ ସମୟରେ ଏକାକି ରହୁଥିଲେ ମାତ୍ର ମହିଳାଙ୍କ ଦ୍ବିତୀୟ ସ୍ବାମୀ ମଝିରେ ମଝିରେ ଆସି ହଇରାଣ କରୁଥିଲେ। ତେବେ ତୃତୀୟ ସ୍ବାମୀ ସହ ଯୋଗାଯୋଗ କରାଯାଉଥିବା ସୂଚନା ମିଳିଛି। ଏଥିପାଇଁ ବ୍ରହ୍ମପୁର ଏକ ଟିମ୍ ଯାଇଛି। ତେବେ ଦ୍ବିତୀୟ ସ୍ବାମିର ପତା ମିଳୁନି ସେ ଦିଗରେ ପୋଲିସ ଯୋରଦାର ତଦନ୍ତ ଚଳାଇଛି।
ବିଜେପି ଦେଲା ମେମୋରାଣ୍ଡମ-
ଭୁବନେଶ୍ବରରେ କଟାମୁଣ୍ଡ ଓ ଝରାଫୁଲ, ସାଇବର କ୍ରାଇମ ଭଳି ଘଟଣା ନେଇ ଡିସିପିଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ଟିମ୍। ଏନେଇ ଏକ ମହିଳା ମୋର୍ଚ୍ଚା ଟିମ୍ ପହଁଞ୍ଚି ଡିସିପିଙ୍କୁ ମେମୋରାଣ୍ଡମ ଦେଇଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ