ଭୁବନେଶ୍ବର: ରାଜଧାନୀରେ ଭଡାରେ ରହି ୩ ଜିଲ୍ଲାରେ ଆତଙ୍କ ଖେଳାଉଛନ୍ତି ଛିନତାଇ ଲୁଟେରା । ଆଉ ଏକୁଟିଆ ଦେଖି ମହିଳାଙ୍କ ଠାରୁ ଝାମ୍ପି ନେଉଛନ୍ତି ଗହଣା ଟଙ୍କା ଓ ମୋବାଇଲ ଫୋନ । ତେବେ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରେ ସେ ଖେଳାଉଥିଲା ଅପରାଧର ସାମ୍ରାଜ୍ୟ । କେବଳ ଭୁବନେଶ୍ଵର ନୁହେଁ କଟକ ଓ ଜଗତସିଂହପୁର ଅଞ୍ଚଳରୁ ବି ଛିନତାଇ କରି ଲୁଟପାଟ କରୁଥିଲା । ଆଉ ଏହି ସ୍ନାଚର ଏବେ ପୋଲିସ ହାତରେ ଧରାପଡିଛି । ତେବେ ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ସଜାଦ ଖାନ । କେନ୍ଦ୍ରାପଡା ଜିଲ୍ଲା ଅଧିନ ନେମାଳ ଅଞ୍ଚଳରୁ ୪ଟି ସୁନା ଚେନ ସମେତ ମୋବାଇଲ ଫୋନ ଜବତ କରିଛି ପୋଲିସ ।
ସୂଚନାନୁସାରେ ସେ ଭୁବନେଶ୍ଵର ଅଧୀନ ଝାରପଡାର ଏକ କଲୋନୀରେ ରହୁଥିଲା । ଗିରଫ ଅଭିଯୁକ୍ତ ଜଣକ ବେଶ ଅୟସ ଆରାମା ଜୀବନ ଯାପନ କରୁଥିବା ବେଳେ ଲୋକଙ୍କ ଲୁଟ ଟଙ୍କାରେ ସ୍ପୋର୍ଟସ ବାଇକ କିଣି ବ୍ୟବହାର କରୁଥିଲା । ତେବେ ସବୁଠୁ ବଡ କଥା ହେଉଛି ବସ୍ତିରୁ ଅପରାଧ ନେଇ ସୂଚନା ପାଇବା କ୍ଷଣି ପୋଲିସ ବସ୍ତି ଚାଲ ଅଭିଯାନ କରିଥିବା ବେଳେ ଏବେ ଅପରାଧି ମାନେ କଲୋନୀମୁହାଁ ହେଉଛନ୍ତି ।
ତେବେ ଏନେଇ ପୋଲିସ ଆଗକୁ କଣ ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ