ଭୁବନେଶ୍ବର: ସାନିଟାଇଜ ହେବ ପୋଲିସ ସେବା ଭବନ । ଏଥିପାଇଁ ଏହାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ । କମିଶନରେଟ୍ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
![Police Seva Bhawan will remain closed for 48 hours from tomorrow](https://etvbharatimages.akamaized.net/etvbharat/prod-images/7972952_449_7972952_1594384286853.png)
ପୋଲିସ ସେବା ଭବନ ୪୮ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ଅନୁସାରେ ଶନିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଏହି ସମୟରେ କୌଣସି କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ ରହିଛି ।
ଦୁଇ ଦିନ ସରକାରୀ ଛୁଟି ଥିବାରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ସମ୍ପୂର୍ଣ୍ଣ କୋଠାକୁ ସାନିଟାଇଜ କରାଯିବ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ