ETV Bharat / city

ବିଧାନସଭା ବଜେଟ ଅଧିବେଶନ, ସୁରକ୍ଷା ପାଇଁ ପୋଲିସର ନୂଆ ପ୍ଲାନ - ଭୁବନେଶ୍ବର ଡିସିପି

ବିଧାନସଭା ବଜେଟ ଅଧିବେଶନରେ ସୁରକ୍ଷା ଦେବାକୁ ପୋଲିସ ଆପଣାଇଛି ନୂଆ ପ୍ଲାନ । ଅଧିକ ପଢନ୍ତୁ...

ବିଧାନସଭା ବଜେଟ ଅଧିବେଶନ
ବିଧାନସଭା ବଜେଟ ଅଧିବେଶନ
author img

By

Published : Feb 17, 2021, 2:07 PM IST

ଭୁବନେଶ୍ବର: ଚଳିତ ବଜେଟ ଅଧିବେଶନ ନେଇ ସୁରକ୍ଷା ଚିନ୍ତା। ପୂର୍ବରୁ ହେଉଥିବା ଆତ୍ମାହୂତି ଉଦ୍ୟମକୁ ଦୃଷ୍ଟିରେ ରଖି ନିଆଯିବ ସ୍ବତନ୍ତ୍ର ପଦକ୍ଷେପ। ଏଥିପାଇଁ ବିଧାନସଭା କଡରେ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ଲାଗିପାରେ ରୋକ।

ବିଧାନସଭା ବଜେଟ ଅଧିବେଶନ

ଏନେଇ ପୋଲିସ ଡିଜିଙ୍କ ସହ ପୋଲିସ କମିସନର, ଭୁବନେଶ୍ବର ଡିସିପି, ଗୁଇନ୍ଦା ନିର୍ଦ୍ଦେଶକ ଓ ଡିଆଜି ବୈଠକ କରିଛନ୍ତି । ସନ୍ଧ୍ୟାରେ ଏନେଇ ଆଡଭାଇଜାରୀ ଜାରି ହେବ । ତେବେ ସୁରକ୍ଷା ଦୃଷ୍ଟିରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ବିଧାନସଭା ଭିତରେ ଗୁଇନ୍ଦା କର୍ମଚାରୀ ଜଗିବେ। ବାହାରେ ସଶସ୍ତ୍ର ପୋଲିସ ସୁରକ୍ଷା ବଳ ତଥା ଆତଙ୍କବାଦୀସହ ମୁକାବିଲା କଲା ଭଳି ସୁରକ୍ଷା କର୍ମଚାରୀ ନିୟୋଜିତ ହେବେ। ବିକ୍ଷୋଭକାରୀଙ୍କ ଉପରେ କଡା ନଜର ରହିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.