ETV Bharat / city

ଛାତ୍ରରୁ ରାଜେଶ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି, ୩ ବର୍ଷରେ ୨୫ କେସ୍ - ହାଡକୋର ଅପରାଧି ରାଜେଶ ମହାପାତ୍ର

ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ ପରେ ଚକରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧି ରାଜେଶକୁ ରିମାଣ୍ଡରେ ଆଣିବ ପୋଲିସ । ମାତ୍ର ୨୮ବର୍ଷ ବୟସରେ ପୋଲିସ ରେକର୍ଡରେ ଏଯାବତ ରହିଛି ୨୫ଟି କେସ । ଅଧିକ ପଢନ୍ତୁ

ଛାତ୍ରରୁ ରାଜେଶ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି, ୩ ବର୍ଷରେ ୨୫ କେସ୍

author img

By

Published : May 28, 2022, 9:35 AM IST

Updated : May 28, 2022, 11:04 AM IST

ଭୁବନେଶ୍ବର: ରାଜଧାନୀର ହାର୍ଡକୋର କ୍ରିମିନାଲ ରାଜେଶ ମହାପାତ୍ର । ପାଠ ପଢୁଆ ଛାତ୍ରରୁ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି । ମାତ୍ର ୨୮ବର୍ଷ ବୟସରେ ପୋଲିସ ରେକର୍ଡରେ ଏଯାବତ ରହିଛି ୨୫ଟି କେସ । ୨୦୧୯ରୁ ଅପରାଧ ତାଲିକାରୁ ଯୋଡି ହୋଇଥିବା ଏହି କ୍ରିମିନାଲ କ୍ରାଇମ ହିଷ୍ଟ୍ରି ଦେଖିଲେ ଜାଣିପାରିବେ କେତେ ମାରାତ୍ମକ । କାରଣ ଛୋଟ ଛୋଟ ଚୋରି ଛିନତାଇରୁ ଆରମ୍ଭ କରିଥିବା ଅପରାଧର କ୍ୟାରିୟରରୁ ପାଲଟିଗଲେ ଦୁର୍ଦ୍ଦାନ୍ତ ଅପରାଧି । ଆଉ ଏବେ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ ପରେ ଚକରା ଗ୍ୟାଙ୍ଗର ଦୁର୍ଦ୍ଦାନ୍ତ ଅପରାଧି ରାଜେଶକୁ ରିମାଣ୍ଡରେ ଆଣିବ ପୋଲିସ ।

ଛାତ୍ରରୁ ରାଜେଶ ପାଲଟିଗଲା ଦୁର୍ଦ୍ଦାନ୍ତ ଅପରାଧି, ୩ ବର୍ଷରେ ୨୫ କେସ୍

ରାଜେଶଙ୍କୁ ଅପରାଧ କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ ତାଙ୍କ ମାଆ । ପୁଅର ଅପରାଧ ପାଇଁ ତାଗିଦ ବଦଳରେ ପୁଅ ଲୁଟ କରି ଆଣୁଥିବା ଟଙ୍କାରୁ ଘରେ ଅୟସ କରୁଥିଲେ । ଏପରିକି ପୁଅ ଲୁଟିଥିବା ସୁନା ଗହଣାକୁ ନିଜ ମା ଜ୍ୟୋସ୍ନା ରାଣି ସାମନ୍ତରାୟ ତାକୁ ନେଇ ମାର୍କେଟରେ ବିକ୍ରି କରି ଟଙ୍କା ଆଣୁଥିଲେ । ଅର୍ଥାତ ପୁଅର ଅପରାଧରେ ମାଆ ଭାଗିଦାରି ହୋଇ ଅପରାଧ ଆରମ୍ଭ କରିଥିଲେ । ଶେଷରେ ପାଠୁଆ ପୁଅ ହୋଇଗଲା ହାର୍ଡକୋର କ୍ରିମିନାଲ।

ଏପରିକି ରାଜଧାନୀରେ ବନ୍ଧୁକ ମୁନରେ ଆତଙ୍କ ଖେଳାଇ ଲୁଟପାଟ, ରାହାଜାନି, ଡକାୟତି ଭଳି ଅପରାଧର ପାଲଟିଗଲା ବାଦଶାହା । ଆଉ ନିଜ ଅପରାଧର ସାମ୍ରାଜ୍ୟ ଚଳାଇବା ପାଇଁ ନିଜେ ଗଢିଥିଲା ଏକ ଗ୍ୟାଙ୍ଗ୍ । ନିଛ ଗ୍ୟାଙ୍ଗରେ ସାମିଲ ଥିଲେ ରବିନ ଶତପଥି ଓରଫ ଜଗନ ,ସନ୍ତୋଷ ବାରିକ ଓ ସାଗର ନାୟକ । ଏକ ଚୋରା ଗାଡିରେ ବୁଲିବା ସହ ଲୋକଙ୍କୁ ମାରାଣାସ୍ତ୍ର ବନ୍ଧୁକ ଓ ଟୟଗନରେ ଦେଖାଇ ରାସ୍ତା ଉପରୁ ଝାମ୍ପୁଥିଲେ ଗହଣା, ମୋବାଇଲ, ପର୍ସ ଓ ଟଙ୍କା । ଏପରିକି ବ୍ୟବସାୟୀଙ୍କୁ ଟାର୍ଗେଟ କରି ଟଙ୍କା ଲୁଟୁଥିଲେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବା ନିଛାଟିଆ ଦେଖି ବୃଦ୍ଧ ଲୋକଙ୍କ ଘରେ ଡକାୟତି ମଧ୍ୟ କରୁଥିଲେ । କୁଖ୍ୟାତ କ୍ରିମିନାଲ ରବି ରାଓ ୨୦୧୯ରେ ଏନକାଉଣ୍ଟର‌ ପରେ ରାଜେଶ ବେଶ ସକ୍ରିୟ ହୋଇଥିଲା । କ୍ୟାପିଟାଲ ଥାନା ଅଞ୍ଚଳର ପିଚୁପଡିଆ ବସ୍ତିରେ ପରିବାର ସହ ରହୁଥିବା ରାଜେଶ ଧିରେ ଧିରେ ରବି ରାଓର ସ୍ଥାନ ନେଇଥିଲା ।

ଯାହା ୨୦୨୦ ପରେ ପୋଲିସ ଜାଣିବାକୁ ପାଇଥିଲା । ଏପରିକି ୨୦୨୧ରେ ରାଜେଶ ଗିରଫ ମଧ୍ୟ ହୋଇଥିଲା । ହେଲେ ୨୦୨୨ରେ ଯେତେବେଳେ ଭୁବନେଶ୍ୱର ଲୁଟ ଛିନତାଇ ଓ ରାହାଜାନି ଡକାୟତି ବଢିଲା ସେତେବେଳେ ରାଜେଶ ପୋଲିସ ସ୍କାନରକୁ ପୁଣି ଆସିଲା, ସେତେବେଳକୁ ଜଣାପଡିଲା ରାଜେଶ ପୂର୍ବରୁ ଜେଲରେ ଥିବା ରବିରାଓର ସହଯୋଗି ଚକରା ବାରିକ ଗ୍ୟାଙ୍ଗରେ ସାମିଲ ହୋଇ ଲୁଟପାଟ କରୁଛି । ଗତ ୧୩ତାରିଖରେ ବରମୁଣ୍ଡାରେ ଚକରା ଏନକାଉଣ୍ଟର ହୋଇଥିଲା । ତେବେ ଚକରାକୁ ଏନକାଉଣ୍ଟର ପରେ ଏବେ ରାଜେଶ ଏନକାଉଣ୍ଟର ଭୟରେ ଗତ ୨୬ତାରିଖରେ କୋର୍ଟରେ ଆସି ଆତ୍ମସମର୍ପଣ କରିଥିଲା। ଏବେ ପୋଲିସ ରାଜେଶକୁ ରିମାଣ୍ଡରେ ନେଇ ଏହି ପୁରା ଗ୍ୟାଙ୍ଗର ସୁରାକ ଖୋଜୁଛି।

ଏଯାବତ ଚକରା ଗ୍ୟାଙ୍ଗରେ ରାଜେଶର ମାଆକୁ ମିଶାଇ ମୋଟ ୮ଜଣ ଗିରଫ ହୋଇଥିଵା କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ତେବେ ଏହି ଗ୍ୟାଙ୍ଗରେ ରାଜେଶର ପରିବାର ଆଉ କାହାର ସମ୍ପୃକ୍ତି ଅଛନ୍ତି କି ନାହି ସେ ନେଇ ରାଜେଶକୁ ୧୦ଦିନ ରିମାଣ୍ଡ ରେ ନେବା ପାଇଁ କୋର୍ଟରେ ଆବେଦନ କରାଯାଇଛି । କୋର୍ଟ ଅନୁମତି ମିଳିବା ପରେ ରାଜେଶର ଅପରାଧ ସାମ୍ରାଜ୍ୟର ତଦନ୍ତ କରିବ ପୋଲିସ । ତେବେ ରାଜେଶର ବସ୍ତିରେ ଥିବା ପଡୋଶୀଙ୍କ କହିବାନୁସାରେ ସେ ଜଣେ ଭଲ ଛାତ୍ର ଥିଲେ । ସ୍କୁଲରେ ଭଲ ପାଠ ମଧ୍ୟ ପଢୁଥିଲେ । ପରେ ପରେ ଧିରେ ଅବାଟକୁ ଚାଲିଗଲେ । ଘରର ପରିବାର ସମର୍ଥନ ମିଳିବା ପରେ ଜଣେ ପାଠ ଛାଡି ଅପରାଧ ଆପଣାଇ ହାର୍ଡକୋର କ୍ରିମିନାଲ ହୋଇଥିଲା । ଆଉ ଏବେ ପୋଲିସ ଭୟରେ କୋର୍ଟରେ ଆତ୍ମସମର୍ପଣ କରିଛି । ପୂର୍ବରୁ ରାଜେଶ ଘରେ ପୋଲିସ ରେଡ କରି ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 28, 2022, 11:04 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.