ETV Bharat / city

Assembly Gherao: ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ ଉପରେ ପୋଲିସର ଲାଠି ଚାର୍ଜ

ଛାତ୍ର କଂଗ୍ରେସ ବିଧାନସଭା ଘେରାଉ ବେଳେ ପୋଲିସ ସହ ହୋଇଛି ଧସ୍ତାଧସ୍ତି । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

author img

By

Published : Dec 10, 2021, 2:44 PM IST

Updated : Dec 10, 2021, 3:43 PM IST

Police lathi chPolice lathi chargearge
Police lathi chaPolice lathi chargerge

ଭୁବନେଶ୍ବର: ମମିତା ମେହେର ହତ୍ୟାକଣ୍ଡ ଘଟଣାକୁ ନେଇ ସାରା ରାଜ୍ୟରେ ଜାରି ରହିଛି ବିରୋଧୀ ଶାସକ ଦଳର ବଳ କଷାକଷି । କେହି କାହା ଠାରୁ କମ ନୁହଁନ୍ତି, ସମସ୍ତେ ଲୋକଙ୍କ ପାଇଁ ପ୍ରମାଣ କରିବାକୁ ଯାଇ ଚାଲିଛି ରାଜଧାନୀରେ ପତିଆରା ଲଢେଇ ।

Assembly Gherao: ବିଧାନସଭା ଘେରାଉ ବେଳେ ଛାତ୍ର କଂଗ୍ରେସ ଉପରେ ପୋଲିସର ଲାଠି ଚାର୍ଜ

ମମିତା ମେହେର ହତ୍ୟାକାଣ୍ଡ (Mamita Meher Murder Case) ଘଟଣାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ପୁରା ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ବିଧାନସଭା ଘେରାଉ(Assembly Gherao) କରୁଛି ରାଜ୍ୟ ଛାତ୍ର କଂଗ୍ରେସ । ପୂର୍ବ ଘୋଷଣା ମୁତାବକ ଆଜି ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଏକ ସଭା କରିବା ପରେ ଶୋଭାଯାତ୍ରାରେ ବାହାରି ବିଧାନସଭା ଘେରାଉ କରିବାକୁ ଯାଉଥିଲେ ଛାତ୍ର କଂଗ୍ରେସ । ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଥିଲେ । ଫଳରେ ସେ ଠାରେ ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଲାଠିଚାର୍ଜ କରିଛି ।

ଏପରିକି କଂଗ୍ରେସ ଭବନ (Odisha Congress Bhaban) ରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ନିସ୍ତୁକ ମାଡ(Police lathi charge Odisha student Congress workers) ମାରିଛି । ଫଳରେ ଅନେତ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳର ବରିଷ୍ଠ ନେତାମାନେ ଅଭିଯୋଗ କରିଛନ୍ତି । ଛାତ୍ର କଂଗ୍ରେସ ନେତା କହିଛନ୍ତି ଆମେ ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲୁ । ପୋଲିସ ଭୟଭୀତ ହୋଇ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବଳ ପ୍ରୟୋଗ କରି ଲାଠି ମାଡ କରିଛି । ପୋଲିସର କାର୍ଯ୍ୟାନୁଷ୍ଠାନରେ ଏକାଧିକ ଛାତ୍ର ନେତା କର୍ମୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ଦଳର ବରିଷ୍ଠ ନେତା ତାରା ପ୍ରସାଦ ବାହୀନିପତି (Congress MLA Tara Prasad BahiniPati) ସଂଘାତିକ ଅଭିଯୋଗ ଆଣି କହିଛନ୍ତି ନବୀନ ବାବୁଙ୍କ ନିର୍ଦ୍ଦେଶରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି । ଦଳର ଛାତ୍ର ମହିଳା କର୍ମୀଙ୍କୁ ମଧ୍ୟ ପୋଲିସ ଛାଡିଲା ନାହିଁ । କଂଗ୍ରେସ କାର୍ଯ୍ୟାଳୟରେ ପଶି ମାଡ ମାରିଛି ।

ପୋଲିସର ଏହି କାର୍ଯାନୁଷ୍ଠାନ ବିରୋଧରେ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ(Master Canteen Bhubaneswar) ଛକରେ ଆନ୍ଦୋଳନରେ ବସିଛନ୍ତି ଛାତ୍ର କଂଗ୍ରେସ ନେତା ମାନେ । ଫଳରେ ଏହି ରାସ୍ତା ଦେଇ ଯାତାୟାତା ଏକ ପ୍ରକାର ଠପ ହୋଇପଡିଛି ।

ଅନ୍ୟପଟେ କଂଗ୍ରେସର ଅଭିଯୋଗ ଓ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ ଡିସିପି ଉମାଶଙ୍କର ଦାସ(Bhubaneswar DCP Uma Shankaer Das) କହିଛନ୍ତି, କଂଗ୍ରେସ କର୍ମୀ ମାନେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି । ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ କରିଛନ୍ତି । ପୋଲିସ ଗାଡିରେ ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି । ତଥାପି ପୋଲିସ ସଂଯମତାର ସହ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ କଂଗ୍ରେସ କର୍ମୀଙ୍କ ବିଶୃଙ୍ଖଳା ପାଇଁ ଏଭଳି ସ୍ଥିତି ଉପୁଜିଛି । ସିସିଟିଭି ଯାଞ୍ଚ ହେବ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡାଙ୍କ ସହ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Dec 10, 2021, 3:43 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.