ETV Bharat / city

ସରିଲା ରିମାଣ୍ଡ ଜେଲ ଗଲା ବୈକୁଣ୍ଠ, ଏକାଧିକ ଠକେଇର ଲାଗିଲା ସୁରାକ

ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଠକ ବୈକୁଣ୍ଠ ନାୟକର ରିମାଣ୍ଡ ସରିଛି । ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର ହୋଇ ଜେଲ ଯାଇଛି ଏହି ସୁପର ଠକ । ଅଧିକ ପଢନ୍ତୁ...

author img

By

Published : Nov 17, 2021, 8:39 PM IST

ସରିଲା ରିମାଣ୍ଡ ଜେଲ ଗଲା ବୈକୁଣ୍ଠ, ଏକାଧିକ ଠକେଇର ଲାଗିଲା ସୁରାକ୍

ଭୁବନେଶ୍ବର : ପୋଲିସ ଚାକିରୀ ଦେବା ନାଁରେ ଦେଢ କୋଟି ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଠକ ବୈକୁଣ୍ଠ ନାୟକର ରିମାଣ୍ଡ ସରିଛି । ରିମାଣ୍ଡ ଶେଷ ପରେ କୋର୍ଟରେ ହାଜର ହୋଇ ଜେଲ ଯାଇଛି ଏହି ସୁପର ଠକ। ଯେକି କେବଳ ପୋଲିସ‌ ଚାକିରୀ ଦେବା ନାଁରେ ନୁହେଁ, ଏକାଧିକ ଉପାୟରେ ଠକିଛି ଏହି ଠକ। ଦ୍ବିତୀୟ ପର୍ଯ୍ୟାୟ ଦୁଇ ଦିନିଆ ରିମାଣ୍ଡରେ ସତ ଓଗାଳିଛି ବୈକୁଣ୍ଠ ।

ଏପରିକି ଏଏସଓ ଓ ଅନ୍ୟାନ୍ୟ ସରକାରୀ ଚାକିରୀ ଦେବା ଆଳରେ‌ ନିଜକୁ ଗୃହ ବିଭାଗର କର୍ମଚାରୀ କହି ଠକିଛି ଠକ । ଏପରିକି ଠକେଇ‌ ଟଙ୍କାକୁ କିପରି ସମ୍ପର୍କୀୟଙ୍କ ନାଁରେ ଆକାଉଣ୍ଟ ଖୋଲି ରଖିଥିଲା। ପରେ ସେହି ଟଙ୍କାରେ ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲା । ତାର‌ ମଧ୍ୟ ସୁରାକ ପାଇଛି ଅର୍ଥନୈତିକ ଅପରାଧା ଶାଖା ଟିମ।

ତେବେ ଏହି ଟଙ୍କା କେଉଁଠି କେଉଁଠି ଇନଭେଷ୍ଟ କରିଛି । ଠକେଇ ଟଙ୍କାକୁ କାହା କାହା ପାଖକୁ ପଠାଇଛି । ‌ସେସବୁର ସତ ଓଗାଳିଛି ଠକ ବୈକୁଣ୍ଠ । ଏହାସହ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ସୁରାକ ଲାଗିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ ବା ଅର୍ଥନୈତିକ ଅପରାଧା ଶାଖା ହାତରେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.