ETV Bharat / city

ସ୍ବାଭିମାନ ଅଞ୍ଚଳର ବିକାଶ ଚାହୁଁଛନ୍ତି ସରକାର, ମାଓବାଦୀ ରୋକୁଛନ୍ତି: ଡିଜି - ମାଲକାନଗିରି ସ୍ବାଭିମାନ ଅଞ୍ଚଳ

ସରକାର ସ୍ବାଭିମାନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ଭୟ ଓ ଆତଙ୍କ ସୃଷ୍ଟି କରି ଉନ୍ନୟନ ମୂଳକ କାର୍ଯ୍ୟକୁ ରୋକିବାକୁ ଚାହୁଁଛନ୍ତି । ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଆତ୍ମସମର୍ପଣ କରିବା ପାଇଁ ଡିଜିପି ଅପିଲ କରିଛନ୍ତି । ଅଧିକ ପଢନ୍ତୁ...

malkangir Maoist area
ସ୍ବାଭିମାନ ଅଞ୍ଚଳର ବିକାଶ ଚାହୁଁଛନ୍ତି ସରକାର,ମାଓବାଦୀ ରୋକୁଛନ୍ତି:ଡିଜି
author img

By

Published : Nov 8, 2020, 7:38 PM IST

ଭୁବନେଶ୍ବର : ସ୍ବାଭିମାନ ଅଞ୍ଚଳ ଗସ୍ତ ପରେ ଡିଜିଙ୍କ ବଡ ଖୁଲାସା । ସରକାର ସ୍ବାଭିମାନ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି । ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ଭୟ ଓ ଆତଙ୍କ ସୃଷ୍ଟି କରି ଉନ୍ନୟନ ମୂଳକ କାର୍ଯ୍ୟକୁ ରୋକିବାକୁ ଚାହୁଁଛନ୍ତି । ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ଆତ୍ମସମର୍ପଣ କରି ବିକାଶ ଧାରାରେ ସାମିଲ ହେବା ପାଇଁ ଡିଜିପି ଅପିଲ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳର ବିକାଶ ଚାହୁଁଛନ୍ତି ସରକାର,ମାଓବାଦୀ ରୋକୁଛନ୍ତି:ଡିଜି

ସରକାର ସ୍ବାଭିମାନ ଅଞ୍ଚଳରେ ଉନ୍ନତି ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି । ସେଥିପାଇଁ ସେସବୁରେ ଯେପରି ବାଧା ସୃଷ୍ଟି ନ ହୁଏ, ସେଥିପାଇଁ ସ୍ବାଭିମାନ ଅଞ୍ଚଳର ସୁରକ୍ଷା ଉପରେ ଅଧିକ ଗୁରତ୍ବ ଦିଆଯାଇଛି । ପୂର୍ବରୁ ୪ଟି ବେସକ୍ୟାମ୍ଫ ରହିଥିବାବେଳେ ଆହୁରି ୩ଟି ବେସକ୍ୟାମ୍ଫ ବୃଦ୍ଧି କରାଯାଇଛି । ମାଲକାନଗିରିରେ ବର୍ତ୍ତମାନ ହନ୍ତାଳଗୁଡା, ଜୋଡାମ୍ବ, ଗୁଡାସେତୁରେ ନୂଆ କ୍ୟାମ୍ପକୁ ମିଶାଇ ମୋଟ ୭ଟି ବେସକ୍ୟାମ୍ଫ ରହିଛି । ଇତିମଧ୍ୟରେ ପୂର୍ବାପେକ୍ଷା ମାଲକାନଗିରିରେ ଉନ୍ନତି ମୂଳକ କାର୍ଯ୍ୟ ଅଗ୍ରଗତି ହୋଇଛି । ସେଥିମଧ୍ୟରେ ୧୪ଟି ରୋଡ କନଷ୍ଟ୍ରକସନ ହେବାକୁ ରହିଥିବାବେଳେ ୭ଟି କାର୍ଯ୍ୟ ଶେଷ ହୋଇସାରିଛି ।

malkangir Maoist area
ସ୍ବାଭିମାନ ଅଞ୍ଚଳର ବିକାଶ ଚାହୁଁଛନ୍ତି ସରକାର,ମାଓବାଦୀ ରୋକୁଛନ୍ତି:ଡିଜି

ସ୍ବାଭିମାନ ଅଞ୍ଚଳରେ ଜୁନ ପର୍ଯନ୍ତ ଗୋଟିଏ ଟେଲିକମ ଟାୱାର ରହିଥିଲାବେଳେ ବର୍ତ୍ତମାନ ୫ଟି ଟାୱାରରେ ହୋଇସାରିଛି । ଫଳରେ ଏହି ଅଞ୍ଚଳରେ ଥିବା ଯବାନମାନେ ମଧ୍ୟ ଭିଡିଓକଲ ଜରିଆରେ ନିଜ ପରିବାର ସହ କଥା ହୋଇପାରୁଛନ୍ତି । ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ପଲିସି ଅନୁଯାୟୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ।

ସ୍ବାଭିମାନ ଅଞ୍ଚଳରେ ସରକାର ସ୍କୁଲ, ରାସ୍ତାଘାଟ ଓ ମୋବାଇଲ ସହ ଯୋଗାଯୋଗ ଓ ଆମ୍ବୁଲାନସ ସେବା ମଧ୍ୟ ଆରମ୍ଭ କରିଛନ୍ତି । ତେଣୁ ଉନ୍ନତିମୂଳକ କାମ ଜାରି ରହିଥିବାବେଳେ ମାଓବାଦୀ ଏହାକୁ ରୋକି ପାରିବେ ନାହିଁ ବୋଲି ଡିଜିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.