ETV Bharat / city

ଦୁଇ ବର୍ଷର ଦୁଃସ୍ୱପ୍ନ ପରେ ଆସୁଛନ୍ତି ଜଗତ ଜନନୀ, ଟ୍ୱିନସିଟିବାସୀ ମା’ଙ୍କ ଦର୍ଶନ କରନ୍ତୁ: ପୋଲିସ କମିଶନର

author img

By

Published : Sep 24, 2022, 9:40 PM IST

ଟ୍ବିନସିଟିବାସୀଙ୍କୁ ସାରଦୀୟ ପୂଜାର ଅଭିନନ୍ଦନ ଜଣାଇ ପୋଲିସ କମିଶନର କହିଛନ୍ତି, "ଦୁଇ ବର୍ଷର ଦୁଃସ୍ବପ୍ନ ପରେ ପୁଣି ଥରେ ମା ଆସୁଛନ୍ତି । ମା’ଙ୍କୁ ଦର୍ଶନ କରନ୍ତୁ । ଶାନ୍ତି ଶୃଙ୍ଖଳାର ସହ ପୂଜା ମଣ୍ଡପ ବୁଲନ୍ତୁ ।" ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ପାଖେଇ ଆସୁଛି ସାରଦୀୟ ଦୁର୍ଗା ପୂଜା (Durga Puja ) । ମାଙ୍କ ସ୍ବାଗତ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର । ଗାଁ ରୁ ସହର ସବୁଠି ଚାଲିଛି ସାଜସଜ୍ଜା । ବିଶେଷ କରି ରାଜ୍ୟର ଟ୍ବିନସିଟି କଟକ-ଭୁବନେଶ୍ବରରେ ଧୂମଧାମରେ ପାଳିତ ହେବ ଦୁର୍ଗା ପୂଜା । ପୂଜା ବେଳେ ଭକ୍ତଙ୍କ ଗହଳୀ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜାର ରୀତିନୀତି ପାଳନ ଏକ ଆହ୍ବାନ ଭରା ରହିବ । ପୂଜା ବେଳେ ଯେଭଳି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ର, ସୁରକ୍ଷା ପୁରା ସଠିକ ରହିବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏନେଇ ଇଟିଭି ଭାରତ ଡିଜିଟାଲ ଡାଏଲଗକୁ ସାକ୍ଷାତକାର ଦେଇ ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ (Interview with Twin city Police Commissioner ) କହିଛନ୍ତି, "କମିଶନରେଟ ପୋଲିସ ପକ୍ଷରୁ ଯାହା କରାଯିବା ଦରକାର ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ।"

ଦୁଇ ବର୍ଷ ଦୁଃସ୍ବପ୍ନ ପରେ ମାଁ ଆସୁଛନ୍ତି, ଟ୍ବିନ ସିଟିବାସୀ ମାଙ୍କ ଦର୍ଶନ କରନ୍ତୁ: କମିଶନର

ଟ୍ବିନସିଟିବାସୀଙ୍କୁ ଶାରଦୀୟ ପୂଜାର ଅଭିନନ୍ଦନ ଜଣାଇ ପୋଲିସ କମିଶନର କହିଛନ୍ତି ଦୁଇ ବର୍ଷର ଦୁଃସ୍ବପ୍ନ ପରେ ପୁଣି ଥରେ ମାଁ ଆସୁଛନ୍ତି । ଦ୍ବେତ ନଗରବାସୀ ମାଙ୍କୁ ଦର୍ଶନ କରନ୍ତୁ । ଶାନ୍ତି ଶୃଙ୍ଖଳାର ସହ ପୂଜା ମଣ୍ଡପ ବୁଲନ୍ତୁ। ନାଗରିକଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପୁରା ସଜାଗ ରହିଛି । କମିଶନରେଟ ପୋଲିସକୁ ମଧ୍ୟ ସହଯୋଗ କରିବା ପାଇଁ କମିଶନର ଅପିଲ କରିଛନ୍ତି । ପୂଜା ଆରମ୍ଭରୁ ଭଷାଣୀ ପର୍ଯ୍ୟନ୍ତ ଉଭୟ ସହରରେ ଆଇନ ଶୃଙ୍ଖଳା, ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ସମସ୍ତ ପ୍ରକାରର ବନ୍ଦୋବସ୍ତ କରିଥିବା କମିଶନର କହିଛନ୍ତି ।

ଦେଖନ୍ତୁ ପୋଲିସ କମିଶନରଙ୍କ ସହ ସାକ୍ଷାତକାର: Digital Dialogue: ଦୁର୍ଗା ପୂଜା ପାଇଁ କମିଶନରେଟ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଛି: ପୋଲିସ କମିଶନର

ପୋଲିସ କମିଶନର କହିଛନ୍ତି ପୂଜା ପାଇଁ ପୋଲିସ 4 ଥାକିଆ ବ୍ୟବସ୍ଥା କରିଛି । ପ୍ରଥମତଃ ପୂଜା ମଣ୍ଡପର ସୁରକ୍ଷା । ଦ୍ବିତୀୟ ପୂଜା ବେଳେ ପୂଜା ମଣ୍ଡପ ଓ ସହରର ଟ୍ରାଫିକ ବ୍ୟବସ୍ଥା, ତୃତୀୟ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସହ ଅପରାଧ ମୁକ୍ତ ବ୍ୟବସ୍ଥା, ଚତୁର୍ଥ ବ୍ୟବସ୍ଥା ହେଉଛି ମାଙ୍କ ଭଷାଣୀକୁ ଶୃଙ୍ଖଳିତ କରିବା । ଏଥିପାଇଁ କମିଶନରେଟ ପୋଲିସ ସମସ୍ତ ପୂଜା କମିଟିର ସହଯୋଗ ଲୋଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.