ETV Bharat / city

ଓସ୍କାରସିଟି ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

ଓସ୍କାରସିଟି  ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

author img

By

Published : Oct 4, 2021, 7:19 AM IST

Updated : Oct 4, 2021, 9:36 AM IST

ଭୁବନେଶ୍ବର: ଆତଙ୍କ ଖେଳାଇଲେ ବନ୍ଧା ହେଲେ । ଲକ୍ଷ୍ମୀସାଗର ଥାନା ଓସ୍କାରସିଟିରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ୨ ଅଭିଯୁକ୍ତ ହେଉଛନ୍ତି ପାନ ନାୟକ ଓ ତାର ସହଯୋଗୀ । ଉଭୟଙ୍କୁ ଗିରଫ ପରେ ଗତକାଲି କୋର୍ଟ ଚାଲାଣ କରିଛି କମିସନରେଟ ପୋଲିସ । ଉଭୟଙ୍କ ନାଁରେ ୩୨୪,୩୪୨,୫୦୬,୨୯୪,୩୪ ଦଫା ଲଗାଇଛି ପୋଲିସ । ତେବେ ଏମାନଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ଆବଶ୍ୟକ ପଡିଲେ ପେସାଗତ ଅପରାଧି ଘୋଷଣା କରି ଏନଏସଏ ଲଗାଇଵା ନେଇ କହିଛି ପୋଲିସ ।

ଓସ୍କାରସିଟି ଆକ୍ରମଣ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ତେବେ ବଟି ମାଗିବାକୁ କେନ୍ଦ୍ର କରି ଗତ ମାସ ୩୦ତାରିଖ ରାତିରେ ଦୁଇ ଅଭିଯୁକ୍ତ ଓସ୍କାର ସିଟିରେ ରହୁଥିବା ସୋସାଇଟରେ ଜଣେ ବାର କର୍ମଚାରୀ ମଣ୍ଟୁ ବେହେରାକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଏପରିକି ଲୋକଙ୍କ ସାମ୍ନାରେ ଏକ ମାରଣାସ୍ତ୍ରରେ ଦୁଇ ତିନି ଜଣ ଯୁବକଙ୍କୁ ଏପରି ଗୋଡାଇ ଗୋଡାଇ ଆକ୍ରମଣ ସହ ସୋସାଇଟି ଭିତରେ ଖେଳାଇଥିଲେ ଭୟର ଆତଙ୍କ । ସୋସାଇଟ ଭିତରେ ଥିବା କାର ବାଇକ ଭାଙ୍ଗି ଚୁରମାର କରିଥିବା ବେଳେ ସାମ୍ନାରେ ଯିଏ ପଡିଥିଲେ ତାଙ୍କୁ ମରଣାନ୍ତକ ଆକ୍ରମଣର ଧମକ ଦେଇଥିଲେ ଅଭିଯୁକ୍ତ । ଏନେଇ ଅଭିଯୋଗ ପରେ ୨ ଅଭିଯକ୍ତଙ୍କୁ ଗତକାଲି ପୋଲିସ ଗିରଫ କରିଛି । ତେବେ ସହରରେ ଅପରାଧିଙ୍କ ଉପରେ ନୋ ଟଲେରାନ୍ସ ପଲିସି ନେଇ ସିପିଙ୍କ କଡା ଚେତାବନୀ ପରେ ଏପରି ଘଟଣା ଘଟାଉଥିବା ଅପରାଧିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 4, 2021, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.