ଭୁବନେଶ୍ବର: ସଫ୍ଟୱେର କମ୍ପାନୀରେ ଚାକିରି କରାଇଦେବା ନାରେ ଠକେଇ । ବେଙ୍ଗାଲୁରୁରେ ଠକି ଓଡିଶାରେ ଲୁଚିଥିଲେ ଠକ । ଭୁବନେଶ୍ୱରରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସ । ୬୦ଜଣ ପିଲାଙ୍କୁ ୨୦ଲକ୍ଷରୁ ଅଧିକ ଠକେଇ ମାମଲାରେ ତିନିଜଣଙ୍କୁ ବାନ୍ଧିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ଅଭିଷେକ ମହାନ୍ତି, ଅଭିଜିତ ଅରନ ନଟକ, କାଳୀ ପ୍ରସାଦ ରଥ ।
ଏହି ତିନି ଯୁବକକଙ୍କୁ ଆଜି ଭୁବନେଶ୍ଵର ରୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମହାରାଷ୍ଟ୍ର ଅଞ୍ଚଳର । ଇଜି ଟ୍ରକ ନାମରେ ଖୋଲିଥିଲେ ଟ୍ରାନ୍ସପୋଟେସନ ସଂସ୍ଥା । ଯାହା ଜରିଆରେ ଚାକିରି ଦେବାକୁ କହି ୬୦ଜଣଙ୍କୁ ଚୂନ ଲଗାଇଥିଲେ। ଚୂନ ଲଗାଇବା ପରେ ବେଙ୍ଗାଲୁର ପୋଲିସ ପାଇଁ ଏନାମେ ମୋଷ୍ଟ ଓ୍ବାଣ୍ଟେଡ ଥିଲେ । ଭୁବନେଶ୍ୱରରେ ଲୁଚିଥିବା ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ସାହାଯ୍ୟରେ ଗିରଫ ହୋଇଛନ୍ତି ସମସ୍ତ ଅଭିଯୁକ୍ତ। ଗିରଫ ପରେ ତାଙ୍କୁ ଟ୍ରାନଜିଟ ରିମାଣ୍ଡରେ ନିଆଯିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ