ETV Bharat / city

ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ

ରାଜ୍ୟରେ ପୋକ୍ସୋ ମାମଲାର ତୁରନ୍ତ ବିଚାର । ଏନେଇ ଗୁରୁବାର ଉଦଘାଟିତ ହୋଇଛି ୧୫ଟି ସ୍ବତନ୍ତ୍ର କୋର୍ଟ । ଓଡ଼ିଶା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହି କୋର୍ଟଗୁଡ଼ିକୁ ଭର୍ଚୁଆଲ୍‌ ମୋଡ଼ରେ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ
ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ
author img

By

Published : Jul 1, 2021, 7:23 PM IST

ଭୁବନେଶ୍ବର: ରାଜ୍ୟରେ ପୋକ୍ସୋ ମାମଲାର ତୁରନ୍ତ ବିଚାର । ଏନେଇ ଗୁରୁବାର ଉଦଘାଟିତ ହୋଇଛି ୧୫ଟି ସ୍ବତନ୍ତ୍ର କୋର୍ଟ । ଓଡ଼ିଶା ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଏହି କୋର୍ଟଗୁଡ଼ିକୁ ଭର୍ଚୁଆଲ୍‌ ମୋଡ଼ରେ ଉଦଘାଟନ କରିଛନ୍ତି । ପୋକ୍ସୋ ଆଇନ୍‌ ଏବଂ ଦୁଷ୍କର୍ମ ସମ୍ବନ୍ଧୀୟ ମାମଲାଗୁଡ଼ିକର ବିଚାର କରିବ ଏହି କୋର୍ଟ ।

ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ
ଫୋକସରେ POCSO ମାମଲା: ୧୫ଟି ଫାଷ୍ଟ ଟ୍ରାକ୍‌ କୋର୍ଟ ଉଦଘାଟିତ

ଏହି ୧୫ଟି ଫାଷ୍ଟଟ୍ରାକ୍‌ କୋର୍ଟ କଟକ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରପଡ଼ା, ଖୋର୍ଦ୍ଧା, କୋରାପୁଟ, କନ୍ଧମାଳ, ରାୟଗଡ଼ା ଏବଂ ସମ୍ବଲପୁରରେ କାର୍ଯ୍ୟ କରିବ ।

ଜଗତସିଂହପୁର ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ଏରସମାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲାଯାଇ ଥିବାବେଳେ ଗଞ୍ଜାମ ସିଭିଲ୍‌ ଜଜ୍‌ଙ୍କ ଅଧୀନରେ ପୋଲସରାଠାରେ ଜୁନିଅର ଡିଭିଜନ୍‌ ତଥା ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌ ଫାଷ୍ଟ ଟ୍ରାକ୍‌ କୋର୍ଟ ଖୋଲାଯିବ ।

ଏହି ଉଚ୍ଚସ୍ତରୀୟ ବୈଠକରେ ଉଚ୍ଚନ୍ୟାୟାଳୟର ଜଷ୍ଟିସ କୁମାରୀ ସଂଜୁ ପଣ୍ଡା, ଜଷ୍ଟିସ ଏସ୍‌.କେ. ମିଶ୍ର, ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ, ଜଷ୍ଟିସ ସି.ଆର୍‌. ଦାସ, ଜଷ୍ଟିସ ବିଶ୍ବଜିତ ମହାନ୍ତି, ଜଷ୍ଟିସ ଡ. ବି. ଆର୍‌ ଷଡଙ୍ଗୀ, ଜଷ୍ଟିସ ଏସ୍‌. ପୂଜାରୀ, ଜଷ୍ଟିସ ବିଶ୍ବନାଥ ରଥ, ଜଷ୍ଟିସ ଏସ୍‌.କେ. ସାହୁ, ଜଷ୍ଟିସ କେ. ଆର୍‌. ମହାପାତ୍ର, ଜଷ୍ଟିସ ବି.ପି. ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.