ଭୁବନେଶ୍ବର/ଖୋର୍ଦ୍ଧା: ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ ଆଉ ଏକ ଟିକା ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ସାମିଲ୍ କରାଯାଇଛି । ଏହି ଟିକା ଛୁଆଙ୍କୁ ନିମୋକୋକସ୍ ଜୀବାଣୁ ଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିଥାଏ । ଶିଶୁକୁ ଉପଯୁକ୍ତ ବ୍ୟବଧାନରେ ପିସିଭି ଟିକାର ତିନୋଟି ମାତ୍ରା ଦେବାକୁ ପଡ଼ିବ । ଏହି ଟିକା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ଏହାର ପ୍ରଥମ ମାତ୍ରା ଶିଶୁକୁ ଦେଢ଼ ମାସ ବେଳେ ଦିଆଯାଏ । ସେହିଭଳି ଶିଶୁ ସାଢେ ୩ ମାସର ହୋଇଥିବା ବେଳେ ଦ୍ୱିତୀୟ ଡୋଜ୍ ଏବଂ ଶିଶୁ ୯ ମାସର ହେବାବେଳେ ତୃତୀୟ ଡୋଜ୍ ଦିଆଯାଇଥାଏ । ଆଜି ଠାରୁ ସାରା ରାଜ୍ୟରେ ନିମୋକୋକାଲ କଞ୍ଜୁଗେଟ୍ ଭ୍ୟାକ୍ସିନ୍ (ପିସିଭି) ଟୀକାକରଣ ଆରମ୍ଭ ହୋଇଛି । ଓଡିଶାରେ ଏହି ଟିକା ରାଜ୍ୟସ୍ତରୀୟ ଶୁଭାରମ୍ଭ କରାଯାଇଛି । ଏହି ନୂତନ ଟିକା ପ୍ରତିବର୍ଷ 8 ଲକ୍ଷ ଶିଶୁଙ୍କୁ ଉପକୃତ କରିବ ଏବଂ ପିଲାମାନଙ୍କୁ ନିମୋନିଆ ଏବଂ ମେନିଞ୍ଜାଇଟିସରୁ ରକ୍ଷା କରିବ ।
ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି 5 ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହି ଟିକା ଦିଆଯାଇଛି । ନିମୋନିଆ ଓ ବ୍ରେନ୍ ଟିୟୁମର ରୋଗର ପ୍ରତିଷେଧକ ରୂପେ ଏହି ଟିକା କାର୍ଯ୍ୟ କରିବ । ୩ଟି ଡୋଜରେ ଶିଶୁମାନେ ଟିକା ନେବେ । ଦେଢ଼ମାସ, ସାଢେ ତିନି ମାସ ଓ ୯ ମାସ ବୟସର ଶିଶୁମାନଙ୍କୁ ପର୍ଯ୍ୟାୟକ୍ରମେ ଟୀକାକରଣ କରାଯିବ ।
ଆଜି ଜିଲ୍ଲାର ଜଟଣୀ, ମେଣ୍ଢାଶାଳ, ଟାଙ୍ଗି, ବାଙ୍କୋଇ ଅଞ୍ଚଳ ସମେତ ଖୋର୍ଦ୍ଧା ସହରରେ ଟିକାଦାନ କରାଯାଇଛି । ପର୍ଯ୍ୟାୟକ୍ରମେ ଜିଲ୍ଲାରେ ୩୬ଟି କେନ୍ଦ୍ରରେ ପିସିଭି ଟିକାଦାନ କରାଯିବ । ମୋଟ 18 ହଜାରରୁ ଊର୍ଦ୍ଧ୍ବ ପିଲାଙ୍କୁ ଟିକାଦାନ କରାଯିବା ନେଇ ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପିସିଭି ଟୀକାକରଣ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ କର୍ମଚାରୀମାନେ ଉପସ୍ଥିତ ଥିଲେ ।
୧. ନିମୋକୋକାଲ୍ ରୋଗରୁ ସୁରକ୍ଷା ପାଇବା ପାଇଁ ନିୟମିତ ଟୀକାକରଣ କାର୍ଯ୍ୟକ୍ରମରେ କେଉଁ ଟୀକାକୁ ଅନ୍ତର୍ଭୁକ୍ତ କରାଯାଇଛି ?
ପିଲାମାନଙ୍କୁ ନିମୋକୋକାଲ ରୋଗରୁ ସୁରକ୍ଷା ଦେବା ପାଇଁ ସାର୍ବଜନୀନ ଟୀକାକରଣ (UIP) ରେ ନିମୋକୋକାଲ୍ କନ୍ଜୁଗେଟ୍ ଭ୍ୟାସ୍କିନ (PCV) ର ପ୍ରଚଳନ କରାଯାଉଛି ।
୨. ନିମୋକୋକାଲ୍ ରୋଗ କ’ଣ ?
ଷ୍ଟେପ୍ଟୋକୋକସ୍ ନିମୋନି (ନିମୋକୋକସ୍ ନାମରେ ମଧ୍ୟ ପରିଚିତ) ନାମକ ଏକ ଜୀବାଣୁ ଦ୍ଵାରା ଜାତ ରୋଗ ସମୂହକୁ ନିମୋକୋକାଲ୍ ରୋଗ କୁହାଯାଏ । ନିମୋକୋକଲ ଜୀବାଣୁ ଶରୀରର ବିଭିନ୍ନ ଅଂଶରେ ପ୍ରବେଶ କରି ଅନେକ ଧରଣର ରୋଗ ସୃଷ୍ଟି କରିପାରେ । ବ୍ରେପ୍ଟୋକୋକସ୍ ନିମୋନି, ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କଠାରେ ବୀଜାଣୁଜନିତ ନିମୋନିଆର ପ୍ରମୁଖ କାରଣ ଅଟେ ।
୩. ନିମୋକୋକାଲ୍ ନିମୋନିଆ କ'ଣ ?
ନିମୋନିଆ ହେଉଛି ଏକ ଉତ୍କଟ ଶ୍ଵାସ ଜନିତ ସଂକ୍ରମଣ, ଏହାଦ୍ଵାରା ଫୁସ୍ଫୁସ୍ରେ ପାଣି ଜମିବା ବା ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ଵାରା ଶାସକ୍ରିୟା କଷ୍ଟକର ହୋଇଥାଏ ତଥା ଶରୀରରେ ଅମ୍ଳଜାନର ମାତ୍ରା କମ ହୋଇଥାଏ । ଏହି ରୋଗର ଲକ୍ଷଣଗୁଡ଼ିକ ହେଲା – କାଶ, ଛାତି ତଳଭାଗକୁ ଟାଣିହେବା, ଶ୍ୱାସକ୍ରିୟାରେ କଷ୍ଟ କିମ୍ବା ଦ୍ରୁତ ଶ୍ଵାସକ୍ରିୟା ତଥା ସଁ ସଁ ଶବ୍ଦ ହେବା । ଶିଶୁମାନେ ଅଧିକ ଅସୁସ୍ଥ ହୋଇଗଲେ, ଖାଇବା ପିଇବାରେ ଅକ୍ଷମ ହୋଇଯାଆନ୍ତି, ଚେତାଶୂନ୍ୟ, ବାତ ମାରିବା ସମସ୍ୟା ଦେଖାଦେଇପାରେ, ଏପରିକି ସେମାନେ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରନ୍ତି ।
୪. ନିମୋକୋସ୍ କେଉଁ ରୋଗ ସବୁ ସୃଷ୍ଟି କରିଥାଏ ?
ନିମୋକୋକାଲ୍ ଗମ୍ଭୀର ରୋଗ ଗୁଡ଼ିକ ସୃଷ୍ଟି କରିପାରେ ଯେମିତିକି ମେନିନ୍ଜାଇଟିସ୍, ସେପ୍ଟିସେମିଆ ଓ ନିମୋନିଆ, ଏବଂ ଅତି ସାମାନ୍ୟ ଜିଲ୍ଲା ସାଧାରଣ ରୋଗ ଯେପରିକି ସାଇନସଇଟିସ୍ର କାରକ ହୋଇଥାଏ।
୫. ନିମୋକୋକାଲ ରୋଗର ଆଶଙ୍କା କେଉଁମାନଙ୍କଠାରେ ଅଧିକ ଥାଏ ?
ଶିଶୁ ଓ ବୃଦ୍ଧ ଲୋକଙ୍କ ଦେହରେ ଏହି ରୋଗର ଆଶଙ୍କା ସର୍ବାଧିକ ଅଟେ । ନିମ୍ନଲିଖତ ଶିଶୁଙ୍କଠାରେ ନିମୋକୋକାଲ୍ ରୋଗର ଆଶଙ୍କା ସର୍ବାଧିକ ରହିଥାଏ। ୫ ବର୍ଷରୁ କମ୍ ବୟସର ପିଲା, ବିଶେଷକରି ଦୁଇବର୍ଷରୁ କମ୍ ବୟସର ଶିଶୁଙ୍କଠାରେ ରୋଗ ସଂକ୍ରମଣ ଓ ମୃତ୍ୟୁର ଆଶଙ୍କା ସର୍ବାଧିକ ଥାଏ । ଓ କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁ (ଏଚଆଇଭି ସଂକ୍ରମିତ, ସିକଲ୍ ସେଲ୍ ଆନିମିଆ, ବୃକକୀୟ ରୋଗ ଓ ଅନ୍ୟାନ୍ୟ ଶ୍ଵାସଜନିତ ରୋଗ ଭୂତାଣୁ ଦ୍ଵାରା ସଂକ୍ରମିତ ଶିଶୁ ।
6. ନିମୋକୋକାଲ୍ କନ୍ଜୁଗେଟ୍ ଭ୍ୟାକ୍ସିନ (ପିସିଭ୍) କ'ଣ ?
ପିସିଭି ଟୀକା ୬ ସପ୍ତାହରୁ ଆରମ୍ଭ କରି ନବଜାତ ଶିଶୁମାନଙ୍କୁ ସୁରକ୍ଷା ଦେଇଥାଏ। ଯେଉଁ ସମୟରେ ଶିଶୁମାନଙ୍କଠାରେ ଭକ୍ତ ରୋଗର ଆଶଙ୍କା ଯଥେଷ୍ଟ ଅଧିକ ଥାଏ । ଏହି ଟୀକା ନିମୋକୋକାଲ୍ ରୋଗର ଉତ୍କଟ ସ୍ଵରୂପ, ଯେପରିକି – ନିମୋନିଆ, ମେନିନ୍କାଇଟିସ୍ ଏବଂ ବ୍ୟାକ୍ଟେରାମିଆ ଭଳି ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ । ଟୀକାଟିରେ ଥିବା ନିମୋକୋକାଲ୍ ସିରୋଟାଇପ ବ୍ୟତୀତ ଅନ୍ୟ ନିମୋନିଆ ଜନିତ ରୋଗରୁ ରକ୍ଷା କରି ନ ଥାଏ ।
୭. ନିମୋକୋକାଲ ରୋଗର ଚିକିତ୍ସା କରାଯାଇପାରିବ କି ?
ହଁ, ସ୍ୱାସ୍ଥ୍ୟ କର୍ମୀମାନେ ରୋଗ ଚିହ୍ନଟ କରିବାରେ ସକ୍ଷମ ହେବା ଦରକାର ଏବଂ ମୂଲ୍ୟାଙ୍କନ ତଥା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରିବା ଉଚିତ୍।
୮. ନିମୋକୋକାଲ ରୋଗର ଚିକିତ୍ସାଟି କ'ଣ ଅଟେ ?
ନିମୋନିଆରେ ପୀଡ଼ିତ ରୋଗୀମାନେ ଆଣ୍ଟିବାୟୋଟିକ୍ ଏବଂ ଚିକିତ୍ସା ନିର୍ଦ୍ଦେଶାବଳୀ ଅନୁଯାୟୀ ଯନ୍ତ୍ର ଆବଶ୍ୟକ କରିଥାନ୍ତି। ଆଣ୍ଟିବାୟୋଟିକ୍ଟି ହେଉଛି ଆମୋକ୍ସସିଲିନ୍ (Amoxicillin) । ଶୀଘ୍ର ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଦ୍ଵାରା ରୋଗଟି ଶୀଘ୍ର ଭଲ ହୋଇଥାଏ ।
୯. ନିମୋକୋକାଲ ରୋଗର ଚିହ୍ନଟ କିପରି କରାଯାଏ ?
ରୋଗର କ୍ଲିନିକାଲ୍ ଲକ୍ଷଣ ଏବଂ ଏକ୍ସ-ରେ ଭିଭିରେ ନିମୋନିଆର ଚିହ୍ନଟ କରାଯାଇଥା।
୧୦. କେଉଁ ପ୍ରକାରର ପିସିଭି ଟୀକା ଉପଲବ୍ଧ ?
ପିସିଭି ଟୀକା ୨ ପ୍ରକାରର ଯଥା: ପିସିଭି-୧୦ ଏବଂ ପିସିଭି-୧୩ । ୟୁ.ଆଇ.ପି. (UTP) ଅନ୍ତର୍ଗତ, ଉଭୟ ପିସିଭି-୧୦ ଓ ପିସିଭି-୧୩ ଯୋଗାଇ ଦିଆଯିବ।
୧୧. PCV ଏକ ନୂଆ ଟୀକା କି ?
ଭାରତ ବର୍ଷରେ ୨୦୧୭ ମସିହାରୁ ପିସିଭି ଟୀକାଟିକୁ ପର୍ଯ୍ୟାୟ କ୍ରମରେ ୟୁ.ଆଇ.ପି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାକୁ ୫ଟି ରାଜ୍ୟରେ ପ୍ରଚଳନ କରାଯାଇଛି। ଯଥା:- ହିମାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ଓ ବିହାର ।
୧୨. ପିସିଭି ଟିକା ଦେଖିବାକୁ କିପରି ଏବଂ ଏହାକୁ ରଖିବା ପ୍ରଣାଳୀ କେମିତି ?
ପିସିଭି ଏକ ତରଳ (Liquid) ଟୀକା ଏବଂ ଏହା ୪ ଟା ୫ – ଜୋନ୍ ବିଶିଷ୍ଟ ଭାଏଲରେ ଉପଲବ୍ଧ। ଏହି ଟୀକାଟି ଫ୍ରିଜ୍ ସେନ୍ସିଟିର ଅଟେ ଏବଂ ଏହାକୁ ପ୍ରୋଜେନ୍ (frozen) କରିବା ଅନୁଚିତ୍। ଏହାକୁ ଆଇ.ଏଲ, ଆଗ (ILR) ରେ +୨ ରୁ +୮" ସେଲ୍ସିୟସ ତାପମାତ୍ରାରେ ସଂରକ୍ଷଣ କରାଯିବା ଉଚିତ୍।
୧୩. ବିଭିନ୍ନ କୋଲଡ଼ ଚେନ୍ ପଏଣ୍ଟ ମଧ୍ୟରେ ପିସିଭିର ପରିବହନ କିପରି କରାଯିବ ?
ଅନ୍ୟ ୟୁଆଇପି ଟୀକାଗୁଡ଼ିକ ଭଳି, ପିସିଭି ଟୀକାଗୁଡ଼ିକୁ ମଧ୍ୟ ଶୀତଳ ବାକ୍ସରେ କଣ୍ଡିସନଡ ଆଇସ୍-ପ୍ୟାକ୍ ସହିତ ପରିବହନ କରାଯିବା ଉଚିତ୍ ।
୧୪. ପିସିଭିର ପ୍ରଥମ ଡୋଜ୍ର ସର୍ବାଧିକ ବୟସ ସୀମା କେତେ ?
ପିସିଭି ଟୀକାର ପ୍ରଥମ ଡୋଜର ସର୍ବୋଚ୍ଚ ବୟସ ସୀମା ଏକ ବର୍ଷ ଅଟେ ।
୧୫. କୌଣସି କାରଣରୁ ପିସିଭି ଟୀକା ନେବାରେ ବିଳମ୍ବ ହୋଇଥିଲେ କ'ଣ କରାଯିବା ଉଚିତ୍ ?
ଏକ ବର୍ଷ ବୟସ ପୂର୍ବରୁ ପିସିଭିର ଦୁଇଟି ପ୍ରାଥମିକ ଡୋଜ୍ ଏବଂ ଗୋଟିଏ ବୁଷ୍ଟର ଡୋଜ୍ ଦିଆଯିବା ଉଚିତ୍। ଉଭୟ ପ୍ରାଥମିକ ଓ କ୍ଲଷ୍ଟର ଡୋଜ କୁ ଅତି କମ୍ରେ ୨ ମାସ ବ୍ୟବଧାନ ରଖାଯାଇଥାଏ। ଯଦି ୧ ବର୍ଷ ପୂର୍ବରୁ ଟୀକା ନେବାରେ ବିଳମ୍ବ ହୋଇଥାଏ, ତେବେ ଧାର୍ଯ୍ୟ ଟୀକାକରଣ ସମୟରେ ଦିଆଯିବା ଉଚିତ୍ । ୧ ବର୍ଷ ବୟସ ହେବା ପରେ ଟୀକା ନେବାରେ ବିଳମ୍ବ ହୋଇଥାଏ ତେବେ, ଏହି ଟୀକାଟିର ନିର୍ଦ୍ଧାରିତ ଡୋଜଟିକୁ କେବଳ ସେହି ପରିସ୍ଥିତିରେ ଦିଆଯିବ।
ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ