ETV Bharat / city

ପିଏମ କେୟାର୍ସରେ ଆସିଥିବା ଭେଣ୍ଟିଲେଟର ଗଲା କୁଆଡେ ?

author img

By

Published : May 22, 2021, 8:04 PM IST

ପିଏମ କେୟାର୍ସ ଭେଣ୍ଟିଲେଟରକୁ ନେଇ ତେଜିଲା ରାଜନୀତି । ଦିଲ୍ଲୀ ଏବଂ ଦେଶର ଅନ୍ୟ ରାଜ୍ୟ ପରେ ଏବେ ଓଡିଶାରେ ବି ଶୁଭିଲା କେନ୍ଦ୍ର ବିରୋଧରେ ସ୍ବର । କଂଗ୍ରେସ ସାଥିରେ ସ୍ବର ମିଶାଇଲା ବିଜୁ ଜନତା ଦଳ । ସଫେଇର ଲମ୍ବା ଚିଠା ଦେଲା ବିଜେପି । ଅଧିକ ପଢନ୍ତୁ...

PMCares Ventilator politics in state
ପିଏମ କେୟାର୍ସରେ ଆସିଥିବା ଭେଣ୍ଟିଲେଟର ଗଲା କୁଆଡେ ?

ଭୁବନେଶ୍ବର : ପିଏମ କେୟାର୍ସ ଭେଣ୍ଟିଲେଟରକୁ ନେଇ ତେଜିଲା ରାଜନୀତି । ଦିଲ୍ଲୀ ଏବଂ ଦେଶର ଅନ୍ୟ ରାଜ୍ୟ ପରେ ଏବେ ଓଡିଶାରେ ବି ଶୁଭିଲା କେନ୍ଦ୍ର ବିରୋଧରେ ସ୍ବର । କଂଗ୍ରେସ ସାଥିରେ ସ୍ବର ମିଶାଇଲା ବିଜୁ ଜନତା ଦଳ । ସଫେଇର ଲମ୍ବା ଚିଠା ଦେଲା ବିଜେପି ।

କୋମାରେ ପିଏମ କେୟାର୍ସ ଭେଣ୍ଟିଲେଟର । ଅଚଳ ହୋଇ ପଡିରହିଛି ଶତାଧିକ ଭେଣ୍ଟିଲେଟର । ଆନ୍ତରିକତା ଅଭାବରୁ ରୋଗୀ ସେବାରେ ଲାଗିପାରୁନି ଭେଣ୍ଟିଲେଟର । କରୋନା କାଳରେ ପିଏମ କେୟାର୍ସ ଭେଣ୍ଟିଲେଟର ଅନେକଙ୍କ ଜୀବନ ବଞ୍ଚାଇବ ବୋଲି ସମସ୍ତେ ଆଶା ରଖିଥିଲେ । କିନ୍ତୁ କିଏ ଜାଣିଥିଲା ଲକ୍ଷାଧିକ ଟଙ୍କାର ଭେଣ୍ଟିଲେଟର ଏବେ ଏମିତି ଅକାମୀ ହୋଇ ପଡିରହିବ ।

ପିଏମ କେୟାର୍ସ ଫଣ୍ଡରେ ୫୬୭ ଭେଣ୍ଟିଲେଟର ଓଡ଼ିଶା ଆସିଛି । ୪୨୭ ବିଇଏଲ ଓ ୧୦୮ ଏଜିଭିଏ ଭେଣ୍ଟିଲେଟର ପିଏମ କେୟାର୍ସରେ ଆସିଛି । ୪୨୭ ବିଇଏଲ ଭେଣ୍ଟିଲେଟର ମଧ୍ୟରୁ ୩୭୦ ସଚଳ ଅଛି । ୧୦୮ ଏଜିଭିଏ ଭେଣ୍ଟିଲେଟର ମଧ୍ୟରୁ ୩୭ଟି ଅଚଳ ରହିଛି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବହୁ ଅଚଳ ଥିବାବେଳେ ଅପରେଟର ଅଭାବରୁ ଅନେକ ବନ୍ଦ ପଡିରହିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଲୋକଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ କାନ୍ଦିବା ବନ୍ଦ କରିବାକୁ ପରାମର୍ଶ ଦେଲେ ସୁର ରାଉତରାୟ । ଏଥର କାନ୍ଦିଲେ ଖୋର୍ଦ୍ଧା ଗାମୁଛା ପଠାଇବେ ବୋଲି କହିଛନ୍ତି ସୁର ରାଉତରାୟ ।

ଭେଣ୍ଟିଲେଟର ପ୍ରସଙ୍ଗରେ ଜବାବ ରଖିଛି ବିଜେଡ଼ି । ପିଏମ କେୟାର ଫଣ୍ଡରେ ରାଜ୍ୟକୁ ମିଳିଥିବା ଭେଣ୍ଟିଲେଟର ଆବଶ୍ୟକ ସରଞ୍ଜାମ ନଥିବାରୁ ବହୁ ଭେଣ୍ଟିଲେଟର ଅଚଳ ହୋଇ ପଡିଛି । କେନ୍ଦ୍ର ସରକାର ଆବଶ୍ୟକ ସରଞ୍ଜାମ କିମ୍ବା ଏକ୍ସପର୍ଟ ପଠାଇ ଏହାକୁ ସଚଳ କରୁନାହାନ୍ତି । ତେଣୁ ବିଜେପିର ନେତାମାନେ ଏହାକୁ ଜାଣିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ସୁବାସ ସିଂ । ଏପରିକି ଦେଶର ଅନେକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ପିଏମ କେୟାର ଫଣ୍ଡ ଦ୍ୱାରା ଦିଆଯାଇଥିବା ଭେଣ୍ଟିଲେଟର ଅଚଳ ହୋଇ ରହିଥିବା କହିଛନ୍ତି ସୁବାସ ।

ସେପଟେ ଏ ନେଇ ବିଜେପିର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାରର ଦାୟିତ୍ୱ ହେଉଛି ଭେଣ୍ଟିଲେଟର ଇନଷ୍ଟଲ କରିବା । ଏହା ସହ ଅପରେଟର ନିଯୁକ୍ତି କରି ମେସିନ ଅପରେଟ କରିବେ ରାଜ୍ୟ ସରକାର । ଯାହା ରାଜ୍ୟ ସରକାର କରିନାହାନ୍ତି । ଯଦି କୌଣସି ତ୍ରୁଟି ରହିଛି ଏ ନେଇ କେନ୍ଦ୍ର ସରକାରଙ୍କୁ ସୂଚନା ଦେବେ । ଏହା ନକରି ଭେଣ୍ଟିଲେଟର କାହା ସ୍ୱାର୍ଥରେ ପକେଇ ରଖିଛନ୍ତି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.