ETV Bharat / city

Plus Two Exam: ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା ! - ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ସମ୍ଭାବନା

ଯୁକ୍ତ ଦୁଇ ବାର୍ଷିକ ବୋର୍ଡ ପରୀକ୍ଷା ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ଜାରି ରହିଛି । ଅଧିକ ପଢନ୍ତୁ

ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ସମ୍ଭାବନା

author img

By

Published : Feb 16, 2022, 7:54 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ବାର୍ଷିକ ବୋର୍ଡ ପରୀକ୍ଷା ନେଇ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା କରିବା ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଭିନ୍ନ ଅଂଶୀଦାରଙ୍କ ସହ ବିଚାର ବିମର୍ଶ ଜାରି ରହିଛି । ଏଯାଏଁ ପ୍ରାଥମିକ ପର୍ଯ୍ୟାୟ ଆଲୋଚନା ମୁତାବକ ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ପରୀକ୍ଷା ଅଫଲାଇନରେ କରିବାକୁ ସଭିଏଁ ପ୍ରସ୍ତାବ ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀ ଏହାକୁ ସ୍ବାଗତ କରିବା ସହ ସିବିଏସଇ ଓ ଆଇସିଏସଇ ଭଳି ପରିଷଦ ପକ୍ଷରୁ ମଧ୍ୟ ତୁରନ୍ତ ତାରିଖ ଘୋଷଣା କରିବାକୁ ଦାବି କରିଛନ୍ତି ।

Plus Two Exam: ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ସମ୍ଭାବନା

ତେବେ ସିବିଏସଇ ଓ ଆଇସିଏସଇ ପରେ ଏବେ ସିଏଚଏସଇ ଉପରେ ନଜର । ତେଣୁ, ପରୀକ୍ଷା ପାଇଁ ଚାଲିଛି ମାନସ ମନ୍ଥନ, ନିର୍ଦ୍ଧାରିତ ତାରିଖ ଘୋଷଣାକୁ ଅପେକ୍ଷା । ଏପ୍ରିଲ ତୃତୀୟ ସପ୍ତାହରୁ ଯୁକ୍ତ ୨ ବାର୍ଷିକ ବୋର୍ଡ଼ ପରୀକ୍ଷା ନେଇ ଚାଲିଛି ପ୍ରକ୍ରିୟା । ବିଭିନ୍ନ ଷ୍ଟେକହୋଲଡ଼ର ମାନଙ୍କୁ ନେଇ ସିଏଚଏସଇ ଆରମ୍ଭ କରିଛି ବିଚାର ବିମର୍ସ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷଙ୍କ ଆଲୋଚନା ଶେଷ ହୋଇଛି ।

ସ୍କୁଲ ଗୁଡିକରେ ଧିରେଧିରେ ସିଲାବସ ଶେଷ ହେଉଥିବା ବେଳେ ପିଲାମାନେ ବର୍ତ୍ତମାନ ଡାଉଟ କ୍ଲିଅରିଂ କ୍ଳାସ କରୁଛନ୍ତି । ତେଣୁ, ପରୀକ୍ଷା ପାଇଁ କୌଣସି ଅସୁବିଧା ନାହିଁ ଏବଂ ଏପ୍ରିଲ ୧୫ ପରଠାରୁ ଦ୍ବାଦଶ ଥିଓରି ପରୀକ୍ଷା ଏବଂ ମାର୍ଚ୍ଚ ୧୫ରୁ ପ୍ରାକ୍ଟିକାଲ ପରୀକ୍ଷା ହେବା ନେଇ ପ୍ରାୟତଃ କଲେଜର ଅଧ୍ୟକ୍ଷ ମତ ଦେଇଛନ୍ତି ।

ସେହିଭଳି ବିଭିନ୍ନ ବର୍ଗର ଶିକ୍ଷକ ଓ ଅଧ୍ୟାପକ ମାନେ ମଧ୍ୟ ଅଫଲାଇନ ପରୀକ୍ଷା କରିବା ସପକ୍ଷରେ ପ୍ରସ୍ତାବ ଦେଇଛନ୍ତି । ତେବେ ଏଭଳି ପର୍ଯ୍ୟାୟକ୍ରମେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟକ୍ଷ, ଘରୋଇ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ଶିକ୍ଷକ ଓ ଅଭିଭାବକ ସଂଘ ସହ ଆଲୋଚନା କରୁଛି ସିଏଚଏସଇ । ସେପଟେ ଏପ୍ରିଲ ମାସରେ ଅଫଲାଇନ ପରୀକ୍ଷା ହେଲେ ଛାତ୍ରଛାତ୍ରୀ ପ୍ରସ୍ତୁତି କରିପାରିବେ ବୋଲି କହିଛନ୍ତି । କିନ୍ତୁ ସିବିଏସଇ ଏବଂ ଆଇସିଏସଇ ବୋର୍ଡ ପକ୍ଷରୁ ନିର୍ଦ୍ଧିଷ୍ଟ ପରୀକ୍ଷା ତାରିଖ ଘୋଷଣା ଭଳି ସିଏଚଏସଇ ମଧ୍ୟ ତୁରନ୍ତ ପରୀକ୍ଷା ତାରିଖ ଓ କାର୍ଯ୍ୟସୂଚୀ ଘୋଷଣା କରି ପିଲାଙ୍କୁ ଚାପମୁକ୍ତ କରୁ ବୋଲି ପରୀକ୍ଷାର୍ଥୀ କହିଛନ୍ତି ।

ତେବେ କୋରୋନା ସଂକ୍ରମଣ କମୁଥିବାରୁ ଅଫଳାଇନ ପରୀକ୍ଷା ନେଇ ଏବେ ଅଧିକାଂଶ ମହଲରେ ଉଠିଛି ସ୍ବର। ସେପଟେ ଆଜି ରାତି ୧୨ଟା ସୁଦ୍ଧା ପୂର୍ବରୁ ହୋଇଥିବା କ୍ବାର୍ଟର ଏଣ୍ଡ ପରୀକ୍ଷା ଫଳ ଅନଲାଇନରେ ଅପଡେଟ୍ କରିବାକୁ ନିର୍ଦ୍ଦେଶ ରହିଛି । ଏସବୁ ଭିତରେ ପରିଷଦ ପକ୍ଷରୁ କେବେ ପରୀକ୍ଷା ତାରିଖ ଘୋଷଣା ହେଉଛି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.