ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଦେଇପାରିବେ ଅଫଲାଇନରେ ପରୀକ୍ଷା । ଏହି ଅଫଲାଇନ ପରୀକ୍ଷାକୁ ନେଇ ଆଜି(ଶୁକ୍ରବାର) ଠାରୁ ଆବେଦନ କରିବେ ଛାତ୍ରଛାତ୍ରୀ । ଆଜି ଠାରୁ ଆରମ୍ଭ ହୋଇ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ତେବେ ଦିନ 2ଟା ପରେ କରିପାରିବେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
ନିଜ କଲେଜରେ ଅଫଲାଇନ ପରୀକ୍ଷା ପାଇଁ କରିପାରିବେ ଆବେଦନ । ଏହି ଆବେଦନ ଲାଗି ସମସ୍ତ କଲେଜକୁ ଏକ ଲିଙ୍କ ଯୋଗାଇ ଦେଇଛି ସିଏଚଏସଇ । ତେବେ ଆବେଦନ ପରେ କେବେ ହେବ ପରୀକ୍ଷା ସେ ନେଇ ତାରିଖ ଧାର୍ଯ୍ୟ କରାଯିବ । କେବଳ ପ୍ରମୁଖ ବିଷୟ ଗୁଡିକରେ କରାଯିବ ପରୀକ୍ଷା । ଏହି ବିଷୟର ପରୀକ୍ଷାର ଫଳାଫଳକୁ ନେଇ ଧାର୍ଯ୍ୟ କରାଯିବ ମାର୍କ ଏବଂ ଏହି ମାର୍କ ହେବ ଫାଇନାଲ୍ ମାର୍କ । ତେବେ ଏହି ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ