ETV Bharat / city

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା, ସବୁ ସେଣ୍ଟରରେ ଲାଗିବ ସିସିଟିଭି - ଯୁକ୍ତ ଦୁଇ ପରୀକ୍ଷା

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 3ରୁ ଆରମ୍ଭ ହୋଇ ମାର୍ଚ୍ଚ 28 ତାରିଖରେ ଶେଷ ହେବ ସମସ୍ତ ଥିଓରୀ ପରୀକ୍ଷା । ଅଧିକ ପଢନ୍ତୁ...

plus two examination
ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା
author img

By

Published : Dec 27, 2019, 5:53 PM IST

Updated : Dec 27, 2019, 7:27 PM IST

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 3ରୁ 28 ତାରିଖ ଯାଏ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ 4ରୁ ଆରମ୍ଭ ହୋଇ 26 ସରିବ ବାଣିଜ୍ୟ ପରୀକ୍ଷା । ସେହିପରି କଳା ମାର୍ଚ୍ଚ 4ରୁ 27 ତାରିଖ ପର୍ଯ୍ୟନ୍ତ ହେବ । ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ 16ରୁ ଆରମ୍ଭ ହୋଇ 28 ତାରିଖ ସମାପ୍ତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା, ସବୁ ସେଣ୍ଟରରେ ଲାଗିବ ସିସିଟିଭି

ଦିନ 10ଟାରୁ ପରୀକ୍ଷା ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି 27ରୁ ଫେବ୍ରୁଆରି 5 ଯାଏ ଚାଲିବ । ଏଥର ପରୀକ୍ଷା ଦେବେ ମୋଟ 3 ଲକ୍ଷ 49 ହଜାର 154 ଜଣ ପରୀକ୍ଷାର୍ଥୀ । ବିଜ୍ଞାନରେ 97 ହଜାର 536 ଜଣ ପରୀକ୍ଷା ଦେବାକୁ ଥିବାବେଳେ, ବାଣିଜ୍ୟରେ 25 ହଜାର 770, କଳାରେ 2 ଲକ୍ଷ 18 ହଜାର 831 ଓ ଧନ୍ଦାମୂଳକ ଶିକ୍ଷାରେ 7 ହଜାର 17 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯିବାକୁ ଥିବାବେଳେ ପରୀକ୍ଷା ସମୟରେ କପି ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡର ଗଠନ କରାଯିବ । ଏହା ସହିତ ପରୀକ୍ଷାର ତିନି ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ମିଳିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବଲାଙ୍ଗୀରରେ ବିପିସିଏଲ ଦ୍ୱାରା ନିର୍ମିତ ହୋଇଥିବା ଏଲପିଜି ଗେଶ ବୋଟଲିଙ୍ଗ ପ୍ଲାଣ୍ଟ ଆଜି ଉଦ୍ଘାଟିତ ହୋଇଛି। ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ କର କମଳ ରେ ଏହା ଉଦ୍ଘାଟିତ ହୋଇଥିବା ବେଳେ ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Body:ବଲାଙ୍ଗୀରରେ ବିପିସିଏଲ ଦ୍ୱାରା ନିର୍ମିତ ହୋଇଥିବା ଏଲପିଜି ଗେଶ ବୋଟଲିଙ୍ଗ ପ୍ଲାଣ୍ଟ ଆଜି ଉଦ୍ଘାଟିତ ହୋଇଛି। ବଲାଂଗୀର ବରକାନି ଠାରେ ଏହି ପ୍ଲାଣ୍ଟ ସ୍ଥାପିତ ହୋଇଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ଗେଶ ମନ୍ତ୍ରଣାଳୟ ଅଧୀନରେ ଥିବା ଗେଶ କମ୍ପାନୀ ଭାରତ ଗେଶ ଦ୍ୱାରା ଏହା ସ୍ଥାପିତ କରାଅ ଯାଇଛି । ଯାହାର ଆଜି ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କ ନିଜ କର କମଳ ରେ ଉଦ୍ଘାଟନ କରିଛନ୍ତି । ତେବେ ଆଜି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ଭାରତର ଉପ ରାଷ୍ଟ୍ରପତି ଙ୍କ ଦ୍ଵାରା ହେବାର ଥିବା ବେଳେ ମାନ୍ୟବର ଉଅପ ରାଷ୍ଟ୍ରପତି ପାଗ ଖରାଫ ଯୋଗୁଁ ବଲାଂଗୀର ପହଂଚି ପାରିଲେ ନାହିଁ। ଫଳରେ ଏଠି ଉପସ୍ଥିତ ଥିବା ଓଡିଶା ରାଜ୍ୟ ପାଳ ପ୍ରଫେସର ଗନେସି ଲାଲ ଏହାର ଉଦ୍ଘାଟନ କରିଥିଲେ। ସେହିପରି ଏହି ଉଦ୍ଘାଟନ ସମାରୋହରେ ତାଙ୍କ ସହ ବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ , ବଲାଂଗୀର ସାଂସଦ ସଙ୍ଗୀତା ସିଙ୍ଗ ଦେଓ ଓ ବଲାଂଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ବୋଟଲିଙ୍ଗ ପ୍ଲାଣ୍ଟ ଓଡ଼ିଶାରେ ଦ୍ଵିତୀୟ ହୋଇଥିବା ବେଳେ ଏହା ଦ୍ବାରା 14 ଟି ଜିଲ୍ଲାକୁ ଗେଶ ଯୋଗାଇ ଦିଆ ଯିବ। ସେହିପରି 103 କୋଟି ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ରେ ବାର୍ଷିକ 42 ଲକ୍ଷ ଗେଶ ସିଲିଣ୍ଡର ଭର୍ତ୍ତି ହେବାର କ୍ଷ୍ୟମାତା ରହିଛି । ଏବଂ ଏହି ପ୍ଲାଣ୍ଟ ସ୍ଥାପନ ହେବ ଦ୍ୱାରା ଓଡ଼ିଶାର ଲକ୍ଷାଧିକ ଉପଭୋକ୍ତା ଲାଭ ପାଇବେ । ସେହିପରି ଓଡ଼ିଶାରେ ବର୍ତ୍ତମାନ 88 ଦଶମୀକ 10 ଲକ୍ଷ ଏଲପିଜି ଉପଭୋକ୍ତା ଅଛନ୍ତି ଏବଂ ଏଲପିଜି ଆବଶ୍ୟକତା 434 ଦଶମୀକ 3 ହଜାର ମେଟ୍ରିକ ଟନ ରହିଛି। ତେବେ ଏହି ପ୍ଲାଣ୍ଟ ଏହି ଉପଭୋକ୍ତା ଙ୍କୁ ସହଜରେ ଏଲପିଜି ସୁବିଧା ଜଗିବ ବୋଲି କୁହ ଯାଇଛି । ତେବେ ଆଜି ଏହା ଦେଶ ପାଇଁ ସମର୍ପିତ କରା ଯାଇଥିବା ବେଳେ ରାଜ୍ୟପାଳ ଏହି ଅବସରରେ ସମସ୍ତଙ୍କୁ ଶୁଭକାମନା ଦେଇଛନ୍ତି।
ବାଇଟ ଗନେସି ଲାଲ ରାଜ୍ୟ ପାଳ ଓଡିଶା

Conclusion:
Last Updated : Dec 27, 2019, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.