ETV Bharat / city

ଡରାଉଛି ଆଉ ଏକ ଲଘୁଚାପ, ବଢିପାରେ ଯୁକ୍ତ ଦୁଇ ନାମଲେଖା ଅବଧି

author img

By

Published : Aug 19, 2022, 8:09 PM IST

ରାଜ୍ୟରେ ବନ୍ୟା ପରିସ୍ଥିତି ଯୋଗୁଁ ଯୁକ୍ତ ଦୁଇ ନାମଲେଖା ଅବଧିକୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ଅଭିଭାବକ ମହାସଙ୍ଘ ଦାବି କରିଛି । ତେବେ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଡରାଉଛି ଆଉ ଏକ ଲଘୁଚାପ, ବଢିପାରେ ଯୁକ୍ତ ଦୁଇ ନାମଲେଖା ଅବଧି
ଡରାଉଛି ଆଉ ଏକ ଲଘୁଚାପ, ବଢିପାରେ ଯୁକ୍ତ ଦୁଇ ନାମଲେଖା ଅବଧି

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଥିବା ବନ୍ୟା ପରିସ୍ଥିତି ଯୋଗୁଁ ଯୁକ୍ତ ଦୁଇ ନାମଲେଖା ଅବଧି ବଢ଼ାଇବା ପାଇଁ ଦାବି କରିଛି ଅଭିଭାବକ ମହାସଙ୍ଘ । ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇବାକୁ ସଙ୍ଘ ଦାବି କରିଛି । ବନ୍ୟା କବଳରୁ ରାଜ୍ୟକୁ ମୁକ୍ତି ମିଳିନଥିବା ବେଳେ ଏବେ ଆଉ ଏକ ଲଘୁଚାପ ଆସୁଛି । ତେବେ ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ରାଜ୍ୟରେ ବନ୍ୟା ପ୍ରଭାବରେ ବହୁ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଗମନାଗମନ ସମ୍ପୂର୍ଣ୍ଣ ଭାବରେ ଠପ ହୋଇ ପଡ଼ିଛି । ତେବେ ଏହାରି ଭିତରେ ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ ତଥା ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ଆଣି ଆଡ଼ମିଶନ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି । ତେଣୁ ଏଭଳି ବିପତ୍ତି ସମୟରେ ଯୁକ୍ତ ଦୁଇ ଆଡ଼ମିଶନ ଅବଧିକୁ ଅନ୍ତତଃ ଏକ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଓଡିଶା ଅଭିଭାବକ ମହାସଙ୍ଘ ଦାବି କରିଛି । ଏନେଇ ସଙ୍ଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କୁ ଦାବି ଜଣାଇଛନ୍ତି ।

ଅନ୍ୟପଟେ ବିଜେବି କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ, "ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ରହିଛି । ଏହି ତାରିଖ ମଧ୍ୟରେ ଯେ କୌଣସି ସମୟରେ ଛାତ୍ରଛାତ୍ରୀ ଆସି ନାମ ଲେଖାଇ ପାରିବେ । ପ୍ରଥମ ପର୍ଯ୍ୟାୟରେ କେତେଜଣ ନାମ ଲେଖାଉଛନ୍ତି ତାହା ଉପରେ ନଜର ରଖାଯାଇଛି । କୌଣସି ଛାତ୍ର ବା ଛାତ୍ରୀଙ୍କର ଅସୁବିଧା ହେଲେ ବିଭାଗକୁ ଜଣାଇବୁ ।" ସେପଟେ ଆଉ ଏକ ଲଘୁଚାପ ଆସୁଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନାମଲେଖା ଅବଧି ବୃଦ୍ଧି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.