ETV Bharat / city

ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି: ବିଜେବି କଲେଜରେ ଉତ୍ତେଜନା - ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି

ବିଜେବି କଲେଜରେ ଉତ୍ତେଜନା । ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି କରି ଧାରଣାରେ ବସିଲେ ବିଜେବି କଲେଜ ଛାତ୍ରଛାତ୍ରୀ । ହୋ ହାଲ୍ଲା କରି ପରୀକ୍ଷା ଘୁଞ୍ଚାଇବାକୁ କହି କଲେଜର ଫାଟକରେ ପକାଇଲେ ତାଲା । ଅଧିକ ପଢନ୍ତୁ

ଅଫଲାଇନ ପରୀକ୍ଷା ଘୁଞ୍ଚାଇବ ଦାବି : ବିଜେବି କଲେଜରେ ଉତ୍ତେଜନା

author img

By

Published : Feb 14, 2022, 6:20 PM IST

Updated : Feb 14, 2022, 8:12 PM IST

ଭୁବନେଶ୍ବର : ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି କରି ତାତିଲେ ବିଜେବି କଲେଜର ଯୁକ୍ତ ତିନି ଛାତ୍ରଛାତ୍ରୀ । ହୋ ହାଲ୍ଲା ସହ ନାରାବାଜି କରି କଲେଜର ଫାଟକରେ ପକାଇଲେ ତାଲା । କାରଣ କୋରୋନା ସମୟରେ କ୍ଳାସ ଗୁଡିକ ଅନଲାଇନ କରାଯାଇଥିବାବେଳେ ଅଧିକାଂଶ ସମୟ କଲେଜ ଛୁଟି ରହିଥିଲା ।

ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି: ବିଜେବି କଲେଜରେ ଉତ୍ତେଜନା

ତେଣୁ ଏକ ବର୍ଷର ପାଠ୍ଯପୁସ୍ତକର ପାଠକୁ ପଢି ଏତେ କମ ସମୟ ଭିତରେ ପରୀକ୍ଷା କିଭଳି ଦେବେ ବୋଲି ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ କୋରୋନା ସମୟରେ ବି ଅନେକ ପିଲା ଘରୁ ଆସି ପାରି ନାହାଁନ୍ତି । ତେଣୁ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଏସବୁ ଦିଗରେ ଧ୍ୟାନ ଦେଇ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ଏହାବି ପଢନ୍ତୁ : OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ

ଏନେଇ କଲେଜ ଅଧକ୍ଷ୍ୟଙ୍କୁ ସ୍ମାରକ ପତ୍ର ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସରକାର କଲେଜ ଗୁଡିକୁ ଖୋଲିବା ପାଇଁ ୟୁଜି ଅନୁମତି ଦେଇଥିବାବେଳେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କର୍ତ୍ତୃପକ୍ଷଙ୍କୁ ଦ୍ବନ୍ଦର ପକାଉଛି । ତେଣୁ ଏହି ଦ୍ଵନ୍ଦକୁ ନେଇ ଆଜିର ପରୀକ୍ଷା ବନ୍ଦ ହୋଇଥିବା ବେଳେ ଆଗାମୀ ଦିନରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 14, 2022, 8:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.