ETV Bharat / city

+3 2nd Phase Admission: ଜାରି ହେଲା ବିଜ୍ଞପ୍ତି - ଓଡିଶା ଶିକ୍ଷା ବ୍ୟବସ୍ଥା

+3 2nd phase admission ପାଇଁ ପ୍ରକ୍ରିୟା ଆରମ୍ଭ । ସବୁ +3 କଲେଜକୁ ଚିଠି ଲେଖି ଅବଗତ କଲା ଉଚ୍ଚ ଶିକ୍ଷା ବିଭାଗ । SAMS ୱେବ୍‌ସାଇଟ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

+3 2nd phase admission: ଜାରି ହେଲା ବିଜ୍ଞପ୍ତି

author img

By

Published : Nov 18, 2021, 8:54 PM IST

ଭୁବନେଶ୍ବର:+୩ ୧ମ ବର୍ଷର ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ସବୁ କଲେଜ୍‌କୁ ଚିଠି ଲେଖି ଅବଗତ କଲା ଉଚ୍ଚଶିକ୍ଷା ବିଭାଗ । ପ୍ରଥମ ପର୍ଯ୍ୟାୟରେ ଆବେଦନ କରିଥିବା ପିଲାମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିପାରିବେ। ନଭେମ୍ବର 23 ରୁ 28 ପର୍ଯ୍ୟନ୍ତ ଅନଲାଇନରେ ଛାତ୍ରଛାତ୍ରୀ ଏହି ଆବେଦନ କରିପାରିବେ ।

ଆବେଦନ ଫର୍ମରେ ସର୍ବନିମ୍ନ 5ଟି ଓ ସର୍ବାଧିକ 20ଟି ବିକଳ୍ପ ଦେଇପାରିବେ ଛାତ୍ରଛାତ୍ରୀ । Student Academic Management System (SAMS) ୱେବ୍‌ସାଇଟ୍‌ରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି । ଡିସେମ୍ବର 3 ତାରିଖରେ ୧ମ ଓ 10 ତାରିଖରେ ୨ୟ ମେଧା ତାଲିକା ପ୍ରକାଶ ପାଇବ। ସେହିପରି ଡିସେମ୍ବର 4ରୁ 7ତାରିଖ ପର୍ଯ୍ୟନ୍ତ ପ୍ରଥମ ମେଧା ତାଲିକା ପାଇଁ ନାମଲେଖା ହେବାକୁ ଥିବାବେଳେ 11 ତାରିଖରୁ 14 ତାରିଖ ମଧ୍ୟରେ ୨ୟ ମେଧା ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.