ଭୁବନେଶ୍ବର: ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ(Plus 2 To Be Separated From Degree Colleges) । ହାଇସ୍କୁଲ କ୍ୟାମ୍ପସରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।
ଏହି ପରିପ୍ରେକ୍ଷୀରେ ଆସନ୍ତା ୫ ତାରିଖ ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଏଥିରେ ଯୁକ୍ତ ତିନିରୁ ଯୁକ୍ତ ଦୁଇ କଲେଜ ଅଲଗା ହେବା ସହ ଅଧ୍ୟାପକଙ୍କୁ ଅଲଗା କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ । ମୁଖ୍ୟ ଶାସନ ସଚିବ ଭର୍ଚୁଆଲ୍ ମୋଡ୍ (MS TEAM)ରେ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ଶିକ୍ଷା ଠାରୁ HSS ଶିକ୍ଷାର ପୃଥକ ସ୍ଥିତିକୁ ଅନୁଧ୍ୟାନ କରିବେ ।
ଇଟିଭି ଭାରତ, ଭୁବନେଶ୍ବର