ETV Bharat / city

ଜୁଲାଇ 31 ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

author img

By

Published : Jul 9, 2021, 4:05 PM IST

ଜୁଲାଇ 31 ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା । ଅଧିକ ପଢନ୍ତୁ...

ଜୁଲାଇ 31 ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ
ଜୁଲାଇ 31 ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ବର: ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ଆସନ୍ତା 31 ତାରିଖ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବାକୁ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପୂର୍ବରୁ ଅଗଷ୍ଟ ମାସ ଦ୍ବିତୀୟ ସପ୍ତାହରେ ଫଳ ପ୍ରକାଶ ପାଇବାର ଥିଲା ।

ସୂଚନାଥାଉ କି, କୋରୋନା ମହାମାରୀ ଯୋଗୁଁ ମାଟ୍ରିକ ପରୀକ୍ଷା ଭଳି ଯୁକ୍ତ ଦୁଇ ପରୀକ୍ଷା ମଧ୍ୟ ବାତିଲ କରାଯାଇଥିଲା । ସେହିପରି ମାଟ୍ରିକ ଫଳ ମୂଲ୍ୟାୟନ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ଶେଷ ବର୍ଷର ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହେବ । ଅଗଷ୍ଟ ମାସ ଦ୍ବିତୀୟ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିଲା । ମାତ୍ର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜୁଲାଇ 31 ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ପାଇଁ ପ୍ରୟାସ ଚାଲିଛି । ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୁଲାଇ 31 ମଧ୍ୟରେ ରେଜଲ୍ଟ ପ୍ରକାଶ କରିବା ନେଇ ଆମେ ଆଶାବାଦୀ ଅଛୁ । ମାତ୍ର ଯଦି କିଛି ସମସ୍ୟା ହେଲା ଆଉ ଗୋଟେ ଦୁଇ ଦିନ ବିଳମ୍ବ ହୋଇପାରେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.