ETV Bharat / city

ଯୁକ୍ତ ଦୁଇ ଅଫଲାଇନ୍‌ ଖାତାଦେଖା ଆରମ୍ଭ

ଆଜିଠୁ(ସୋମବାର)ଯୁକ୍ତ 2 କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତାର ଅଫଲାଇନ ମୂଲ୍ୟାଙ୍କନ ଆରମ୍ଭ ହୋଇଛି । 66 ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବାକୁ ଥିବାବେଳେ 17ଟି କେନ୍ଦ୍ରରେ ଖାତାଦେଖା ଚାଲିଛି ।

plus two offline evaluation
ଆଜିଠୁ ଯୁକ୍ତ2 ଅଫ୍‌ଲାଇନ୍‌ ଖାତାଦେଖା
author img

By

Published : Jun 8, 2020, 6:20 AM IST

Updated : Jun 8, 2020, 1:51 PM IST

ଭୁବନେଶ୍ବର: ଆଜିଠୁ(ସୋମବାର)ଯୁକ୍ତ 2 କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତାର ଅଫଲାଇନ ମୂଲ୍ୟାଙ୍କନ ଆରମ୍ଭ ହୋଇଛି । 66 ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବାକୁ ଥିବାବେଳେ 17ଟି କେନ୍ଦ୍ରରେ ଖାତାଦେଖା ଚାଲିଛି । ଯେଉଁଥିଲାଗି ପ୍ରାୟ 11 ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।

ଯୁକ୍ତ ଦୁଇ ଅଫଲାଇନ୍‌ ଖାତାଦେଖା ଆରମ୍ଭ

ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ଖାତାର ଇ ମୂଲ୍ୟାଙ୍କନ ଚାଲିଥିବାବେଳେ ଆଜିଠୁ ଏହି ଦୁଇ ବିଷୟର ଖାତାଦେଖା ଆରମ୍ଭ ହୋଇଛି । ତେବେ ପ୍ରଥମେ କଳା ବିଭାଗର ମୂଲ୍ୟାଙ୍କନ କରାଯିବ । ପରେ ଧନ୍ଦାମୂଳକ ଶିକ୍ଷାର ଖାତାଦେଖା ହେବ ।

ସକାଳ 10ଟାରୁ ଅପରାହ୍ଣ 5ଟା ପର୍ଯ୍ୟନ୍ତ ଖାତା ଦେଖାଯିବ । ପରୀକ୍ଷା କେନ୍ଦ୍ରରେ ଅଧ୍ୟପକମାନଙ୍କର କୋଭିଡ୍‌-19 ନିୟମ ଅନୁସାରେ ଥର୍ମାଲ ସ୍କ୍ରିନିଂ କରାଯାଇଛି । ସେପଟେ ପ୍ରତି ସପ୍ତାହର ଶନିବାର ଓ ରବିବାର 11 ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା ହୋଇଥିବାରୁ ଏହି ଦୁଇ ଦିନ ସମ୍ପୃକ୍ତ ଜିଲ୍ଲାରେ ଖାତାଦେଖା ବନ୍ଦ ରହିବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 8, 2020, 1:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.