ଭୁବନେଶ୍ବର: ଭିଡ଼ିଓ କ୍ଲାସ ଯୋଗେ ପାଠ ପଢିବେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀ। ଗତ ବର୍ଷ କେବଳ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଭିଡ଼ିଓ କ୍ଲାସ ବ୍ୟବସ୍ଥା ହୋଇଥିଲା । ଅଧ୍ୟାପକଙ୍କ କ୍ଳାସ ରେକର୍ଡିଂ କରାଯାଇ ଦୂରଦର୍ଶନରେ ପ୍ରସାରଣ କରାଯାଉଛି ।
ମହାମାରୀ କୋରୋନା ପାଇଁ ଚଳିତ ବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ଭିଡିଓ କ୍ଲାସ ମାଧ୍ୟମରେ ଶିକ୍ଷାଦାନ ଦିଆଯିବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ।
ସବୁ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଜରିଆରେ ଭିଡ଼ିଓ କ୍ଲାସ ରେକର୍ଡିଂ ଲାଗି ଦକ୍ଷ ଅଧ୍ୟାପକଙ୍କ ତାଲିକା ମଗାଯାଇଛି । ଚଳିତ ମାସ 21 ତାରିଖ ସୁଦ୍ଧା ଦକ୍ଷ ଅଧ୍ୟାପକଙ୍କ ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ