ଭୁବନେଶ୍ବର: ଆସନ୍ତା 21 ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଗୀତ ଗୋବିନ୍ଦ ଭବନରେ ଅପରାହ୍ନ 3. 30ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଏହା ପରେ www.chseorrissa.nic.inରେ ଫଳ ମଧ୍ୟ ଉପଲବ୍ଧ ହେବ । ଚଳିତ ବର୍ଷ କଳାରେ ମୋଟ୍ ୨ଲକ୍ଷ ୩୫ହଜାର ୧୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିଭଳି ଭୋକେସନାଲରେ ୮ହଜାର ୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ