ETV Bharat / city

ଆଜିଠୁ +2 ନାମଲେଖା ପକ୍ରିୟା, କଟ୍ଅଫ୍ ମାର୍କ ଉପରେ ନଜର - ଉଚ୍ଚ ମାଧ୍ୟମିକ ଶିକ୍ଷା

ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି । ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଆଜିଠୁ +2 ନାମଲେଖା ପକ୍ରିୟା
ଆଜିଠୁ +2 ନାମଲେଖା ପକ୍ରିୟା
author img

By

Published : Aug 12, 2021, 8:25 AM IST

Updated : Aug 12, 2021, 11:34 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ଯୁକ୍ତ ୨ ନାମଲେଖା ଆବେଦନ ପ୍ରକ୍ରିୟା । ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେଉଛି । ସେପ୍ଟମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।

www.samsodisha.gov.in ୱେବସାଇଟରେ ଆବେଦନ କରିବେ ଛାତ୍ରଛାତ୍ରୀ । ପ୍ରକ୍ରିୟା ଶେଷ ହେବା ପରେ ସେପ୍ଟେମ୍ବର ୧୩ ତାରିଖ ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୧୪ରୁ ୨୧ ମଧ୍ୟରେ ନାମଲେଖା ହେବ । ଏହାପରେ ସେପ୍ଟେମ୍ବର ୨୭ରେ ଦ୍ବିତୀୟ ମେରିଟ ଲିଷ୍ଟ ପ୍ରକାଶ କରାଯିବ ଏବଂ ନାମଲେଖା ସେପ୍ଟେମ୍ବର ୨୯ରୁ ଆକ୍ଟୋବର ପହିଲା ଭିତରେ ଶେଷ ହେବ ।

ଏହା ପରେ ଅକ୍ଟୋବର ୪ରେ ସ୍ପଟ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ । ୫ ତାରିଖ ଅପରାହ୍ନ ୨ଟା ସୁଦ୍ଧା ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅବେଦନ କରିପାରିବେ । ସେହିଦିନ ସ୍ପଟ ନାମଲେଖା ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ଏବଂ ୭ ତାରିଖରେ ନାମଲେଖା ହେବ । ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ମୋବାଇଲ୍ ନମ୍ବରକୁ ସାମ୍ସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ । କାରଣ ଯୁକ୍ତ ଦୁଇ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା କେବଳ ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ହିଁ ପଠାଯିବ ।

ଚଳିତ ବର୍ଷ ଦଶମ ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ କରାଯାଇ ମାର୍କ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଭଲ ମାର୍କ ରହିଛି । ତେଣୁ କଟ୍ଅଫ୍ ମାର୍କ ଉପରେ ନଜର ରହିବ । ଏ ବର୍ଷ ପାସ ହାର ବି ଭଲ ରହିଛି ତେଣୁ ଏହାକୁ ନଜରେ ରଖି ବିଭିନ୍ନ କଲେଜରେ ସିଟ ସଂଖ୍ୟା ବୃଦ୍ଧି କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Aug 12, 2021, 11:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.