ETV Bharat / city

ଆଜି ପ୍ରକାଶ ପାଇବ +2 କଟ ଅଫ୍ ମାର୍କ

ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଟ ଅଫ୍ ମାର୍କ । ସେପ୍ଟେମ୍ବର ୧୪ରୁ ୨୧ ମଧ୍ୟରେ ନାମଲେଖା । ଅଧିକ ପଢନ୍ତୁ...

ଆଜି ପ୍ରକାଶ ପାଇବ +2 କଟ ଅଫ୍ ମାର୍କ
ଆଜି ପ୍ରକାଶ ପାଇବ +2 କଟ ଅଫ୍ ମାର୍କ
author img

By

Published : Sep 13, 2021, 8:50 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଟ ଅଫ୍ ମାର୍କ । ଏନେଇ ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବ । ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୧୪ରୁ ୨୧ ମଧ୍ୟରେ ନାମ ଲେଖାଇ ପାରିବେ । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ସେହିପରି ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ଆଡମିଶନ ପାଇଁ କଟ ଅଫ୍ ମାର୍କ ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୨୯ରୁ ଆକ୍ଟୋବର ପହିଲା ଭିତରେ ନାମ ଲେଖା ଶେଷ ହେବ । ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅଗଷ୍ଟ ୧୨ରୁ www.samsodisha.gov.in ୱେବସାଇଟରେ ଆବେଦନ କରିଥିଲେ ଛାତ୍ରଛାତ୍ରୀ । ଏହି ପକ୍ରିୟା ସେପ୍ଟେମ୍ବର ୫ ତାରିଖରେ ଶେଷ ହୋଇଥିଲା ।

ଚଳିତ ବର୍ଷ ଦଶମ ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ କରାଯାଇ ମାର୍କ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କ ଭଲ ମାର୍କ ରହିଥିଲା । ତେଣୁ ଆଜି କଟ୍ଅଫ୍ ମାର୍କ ଉପରେ ନଜର ରହିବ । ଏ ବର୍ଷ ପାସ ହାର ଅଧିକ ଥିବାରୁ ଏହାକୁ ନଜରେ ରଖି ବିଭିନ୍ନ କଲେଜରେ ସିଟ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.