ETV Bharat / city

ମାଟ୍ରିକ ରେଜଲ୍ଟ ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଆଡମିଶନ ଚିନ୍ତା

ମାଟ୍ରିକ ରେଜଲ୍ଟ ବାହାରିବା ପରେ ଏବେ ପିଲାଙ୍କୁ ଘାରିଛି ଆଡମିଶନ ଚିନ୍ତା । ଚଳିତ ବର୍ଷ ପାସହାର ଅଧିକ ଥିବା ଯୋଗୁଁ ଭଲ କଲେଜରେ ଆଡମିଶନ ମିଳିବ କି ନାହିଁ ସେନେଇ ସନ୍ଦେହରେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ମାଟ୍ରିକ ରେଜଲ୍ଟ ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଆଡମିଶନ ଚିନ୍ତା
ମାଟ୍ରିକ ରେଜଲ୍ଟ ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଆଡମିଶନ ଚିନ୍ତା
author img

By

Published : Aug 8, 2021, 9:43 PM IST

ଭୁବନେଶ୍ବର: ମାଟ୍ରିକ ରେଜଲ୍ଟ ବାହାରିବା ପରେ ଏବେ ପିଲାଙ୍କୁ ଘାରିଛି ଆଡମିଶନ ଚିନ୍ତା । ଚଳିତ ବର୍ଷ କୋଭିଡ ଯୋଗୁଁ ପରୀକ୍ଷା ବାତିଲ ହୋଇ ବିକଳ୍ପ ମୂଲ୍ୟାୟନରେ ଫଳ ପ୍ରକାଶ ପାଇଛି । ଯେଉଁ କାରଣରୁ ଯୁକ୍ତ ଦୁଇ ସିଟ୍ ତୁଳନାରେ ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ଏପରିସ୍ଥଳେ ଭଲ କଲେଜରେ ସିଟ୍ ମିଳିବ କି ନାହିଁ ସେ ନେଇ ଦ୍ବନ୍ଦରେ ପଡିଛନ୍ତି ଛାତ୍ରଛାତ୍ରୀ । ସେପଟେ ଗଣଶିକ୍ଷା ବିଭାଗ ପାଇଁ ମଧ୍ୟ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଯୁକ୍ତ ଦୁଇରେ ନାମଲେଖା ପାଇଁ ଆସନ୍ତା 14 ରୁ 16 ତାରିଖ ଭିତରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ସମସ୍ତ ଷ୍ଟ୍ରିମର 55 ହଜାରରୁ ଅଧିକ ସିଟ୍ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ପାଇଁ ଲାବ୍ରୋଟୋରୀ ସମସ୍ୟା ସହ ସେଲ୍ଫ ଫାଇନାନ୍ସିଂ କଲେଜରେ ମଧ୍ୟ ସମାନ ସମସ୍ୟା ନେଇ ଭିତ୍ତିଭୂମି ଯାଞ୍ଚ ଚାଲିଛି । ଏସବୁ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବା ସହ ଆବେଦନ ପୂର୍ବରୁ ସିଟ୍ ବୃଦ୍ଧି ନେଇ ସାମ୍ସ ଓ୍ବେବସାଇଟରେ ତଥ୍ୟ ଉପଲବ୍ଧ ହେବ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମାଟ୍ରିକ ରେଜଲ୍ଟ ପରେ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ ଆଡମିଶନ ଚିନ୍ତା
ତେବେ ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ରେଗୁଲାର ଓ ଏକ୍ସରେଗୁଲାର ବିଭାଗରେ ମୋଟ 6 ଲକ୍ଷ 29 ହଜାର 919 ଜଣ ପାସ୍ କରିଛନ୍ତି । ସେହିପରି ସିବିଏସଇ ଦ୍ବାରା ପରିଚାଳିତ ଦଶମ ପରୀକ୍ଷାରେ ଓଡିଶାରୁ 34 ହଜାର 333 ପିଲା ପାସ୍ କରିଛନ୍ତି । ଏହାସହ ଆଇଏସଇ ବୋର୍ଡ ପିଲାଙ୍କ ପାସ୍ ହାର ମଧ୍ୟ ଅଧିକ ରହିଛି । ତେଣୁ ସଂଖ୍ୟାଧିକ ପାସହାର ହେତୁ ପିଲାଙ୍କୁ ସଠିକ ଭାବେ ସିଟ୍ ମିଳିବ କି ନାହିଁ ଏବଂ ମେଧାବୀମାନେ ଆବଶ୍ୟକୀୟ କଲେଜରେ ନାମ ଲେଖାଇ ପାରିବେ କି ନାହିଁ ତାକୁ ନେଇ ଦ୍ବନ୍ଦରେ ରହିଛନ୍ତି । ତେବେ ବାସ୍ତବିକ କେବେ ବିଧିବଦ୍ଧ ବିଜ୍ଞପ୍ତି ବାହାରୁଛି । ମେଧାବୀମାନେ ନିଜ ଇଚ୍ଛା ମୁତାବକ ସିଟ୍ ପାଉଛନ୍ତି କି ନାହିଁ ଏବଂ ସିଟ୍ ସଂଖ୍ୟା ଟାର୍ଗେଟ ଅନୁସାରେ ପୂରଣ ହେଉଛି କି ନାହିଁ ଏବେ ତାହାକୁ ଅପେକ୍ଷା ।ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.