ETV Bharat / city

ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Jul 15, 2020, 12:54 PM IST

ବୁଧବାର ସନ୍ଧ୍ୟାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମଥର ପାଇଁ ରାଜ୍ୟରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ ହେବ ।

ଆଜି ଠୁ ରାଜ୍ୟରେ ପ୍ଲାଜମା ଥେରାପି, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରୋନା ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇବ ଓଡିଶା । ଆଜି ଠୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି ଚିକିତ୍ସା । ଯାହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା 5.15 ମିନିଟ୍‌ରେ ଏସସିବି ମେଡିକାଲ୍ କଲେଜ, କଟକ ବ୍ଲଡ୍ ବ୍ୟାଙ୍କ୍ ପରିସରରେ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଗୁରୁତର କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଏହା ସହାୟକ ହୋଇପାରିବ । ରାଜ୍ୟରେ ପ୍ଲାଜମା ଥେରାପୀ ଭୁବନେଶ୍ବରର ସମ୍‌, କିମ୍‌ସ ଓ କଟକର ଅଶ୍ବିନୀ ହସ୍‌ପିଟାଲରେ ଆରମ୍ଭ କରାଯିବ । SCB Medical College ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ଭାବରେ କାମ କରିବ ବୋଲି ପୂର୍ବରୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଅନେକ ରାଜ୍ୟ କୋରୋନା ଚିକିତ୍ସାରେ ସହାୟକ ପାଇଁ ପ୍ଲାଜମା ଥେରାପି ଆପଣେଇଛନ୍ତି । ଯାହା କୋରୋନା ଚିକିତ୍ସା କ୍ଷେତ୍ରରେ ବେଶ୍ ସହାୟକ ହୋଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.