ETV Bharat / city

ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ - ପ୍ଲାଜମା ବ୍ୟାଙ୍କ

ରାଜ୍ୟର ଦୁଇଟି ସ୍ଥାନରେ ନୂଆ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯିବ । ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ

author img

By

Published : Jul 23, 2020, 7:38 PM IST

ଭୁବନେଶ୍ବର: ରାଜ୍ୟର ଦୁଇଟି ସ୍ଥାନରେ ନୂଆ ପ୍ଲାଜମା ବ୍ୟାଙ୍କ ସ୍ଥାପନ କରାଯିବ । ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ଏହି ପ୍ଲାଜମା ବ୍ୟାଙ୍କ ଆରମ୍ଭ ହେବ ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ଏହା ସହ ଜଣେ ଲୋକ ପ୍ଲାଜମା ଦାନ କଲେ ୨ ଜଣ ରୋଗୀ ଆରୋଗ୍ୟ ହୋଇପାରିବେ ବୋଲି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଉଲ୍ଲେଖ କରିଛନ୍ତି ।

ରାଜ୍ୟରେ 15 ଜୁଲାଇରେ ପ୍ଲାଜମା ଥେରାପି ଉଦଘାଟନ କରାଯାଇଥିଲା । ଏବେ ଏହା ଅଶ୍ବିନୀ, ସମ ଓ ଟାଟା କୋଭିଡ ହସ୍ପିଟାଲରେ ସଫଳ ପ୍ରୟୋଗ କରାଯାଉଛି । ତେଣୁ ରାଜ୍ୟର ଅନ୍ୟ ସ୍ଥାନରେ ପ୍ଲାଜମା ବ୍ୟାଙ୍କ ଦ୍ବାରା ଅନେକ ଆକ୍ରାନ୍ତ ସୁସ୍ଥ ହେବେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ଏମକେସିଜି ଓ କ୍ୟାପିଟାଲ ହସ୍ପିଟାଲରେ ହେବ ପ୍ଲାଜମା ବ୍ୟାଙ୍କ

ସେହିପରି 20ରୁ 40 ବର୍ଷ ବୟସର ପୁରୁଷ ଓ ମହିଳା ପ୍ଲାଜମା ଦାନ କରିପାରିବେ । ସେମାନେ ସ୍ବେଚ୍ଛାକୃତ ଭାବରେ ପ୍ଲାଜମା ଦାନ କରିପାରିବେ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଗଚ୍ଛିତ ହୋଇରହିଛି। ତେଣୁ ଚିନ୍ତା କରିବା କଥା ନୁହେଁ । ଏହା ସହ କୋରୋନାକୁ ମୁକାବିଲା କରିବା ପାଇଁ ପ୍ଲାଜମା ଦାନ କରିବାକୁ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.