ETV Bharat / city

ସଳଖୁଛି ରାଜଧାନୀ, ଚାଲିଛି ବୃକ୍ଷରୋପଣ ପର୍ବ

"ଫନି" ପରେ ସବୁଜିମା ହରାଇଥିବା ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ପୁନଃରୋପଣ । ଭାଙ୍ଗିଯାଇଥିବା ଗଛକୁ ଉଠାଯାଇ ଆଉ ଥରେ ପୋତା ଯାଉଛି । ବର୍ଷା ଦିନ ପୂର୍ବରୁ ଗଛକୁ ସଜଡାଗଲେ ବର୍ଷାରେ ପୁଣି ଗଛ ଜୀବନ ପାଇବା ସହ ପୂର୍ବ ଭଳି ବଢିବ । ଏଥିଲାଗି ଆଗକୁ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ଏବଂ କେତେକ ଅନୁଷ୍ଠାନ ।

author img

By

Published : May 14, 2019, 10:18 PM IST

ଫଟୋ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା "ଫନି"ର ତାଡନାର ଶ୍ରୀହୀନ ହୋଇଛି ଓଡିଶା । ଦେଶର ସବୁଜ ସହର ଭାବେ ଖ୍ୟାତି ଲାଭ କରିଥିବା ଭୁବନେଶ୍ବର ସବୁଜ ଆବରଣକୁ ହରାଇ ବସିଛି । ଯାହାକୁ ଆଖିରେ ଦେଖି ହେଉନି । ପୂର୍ବ ଅବସ୍ଥାକୁ ଯଥାଶୀଘ୍ର ଫେରାଇବା ପାଇଁ ଆଗକୁ ଆସିଛନ୍ତି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ କେତେକ ସଚେତନ ବ୍ୟକ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଭୁବନେଶ୍ବର

ଏଥିମଧ୍ୟରେ ରାଜ୍ୟ ସରକାର ମଧ୍ୟ ଭାଙ୍ଗିଥିବା ଗଛର ପୁନଃରୋପଣ ଆରମ୍ଭ କରିଛନ୍ତି । ଆଉ ସେମାନଙ୍କ ସହ ସାମିଲ ହୋଇଛନ୍ତି ବେସରକାରୀ ଅନୁଷ୍ଠାନ ଉନ୍ମୁକ୍ତ ଫାଉଣ୍ଡେସନ । ନିଜର ସ୍ବେଚ୍ଛାସେବୀ ମାନଙ୍କୁ ବନ ବିଭଗାର କର୍ମଚାରୀଙ୍କ ସହିତ ମିଶି ଭାଙ୍ଗିଯାଇଥିବା, ଉପୁଡି ପଡିଥିବା କିମ୍ବା ନଷ୍ଟ ହୋଇନଥିବା ଗଛଗୁଡିକୁ ପୁନଃ ରୋପଣ ସହିତ ତାର ସୁରକ୍ଷା ପାଇଁ ଲାଗିପଡିଛନ୍ତି ।

ଆଜକୁ ଦୁଇ ଦିନ ଧରି ଏହି ପୁନଃରୋପଣ କାର୍ଯ୍ୟରେ ଯୋଡି ହୋଇଛି । ଗତକାଲି 80ରୁ 100 ଗଛର ପୁନଃଉଦ୍ଧାର କରିଥିବା ବେଳେ ଆଜି ପାଖାପାଖି 280 ଗଛର ପୁନଃଉଦ୍ଧାର କାର୍ଯ୍ୟ କରିଛନ୍ତି । ଏହି କାର୍ଯ୍ୟରେ ବନ ବିଭାଗ କର୍ମଚାରୀଙ୍କ ସହିତ 30ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ବେଳେ ଆହୁରି ଅଧିକ ଜନସାଧାରଣ ଏଥିରେ ସାମିଲ ହୋଇ ସହରକୁ ସୁନ୍ଦର କରିବାରେ ଯୋଗଦାନ ଦେବାକୁ ସଂସ୍ଥାର ସଦସ୍ୟ ଅପରାଜିତା ମହାନ୍ତି ଲୋକଙ୍କୁ ଅନୁରୋଧ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ରାଜଧାନୀରେ ଆହୁରି 15 ଦିନ ଧରି ଚାଲୁ ରହିବ ବୋଲି ଜଣା ପଡିଛି । ଏହାପରେ ବର୍ଷା ଋତୁ ଆସିବା ପୂର୍ବରୁ ସହରରେ ବିଭିନ୍ନ ପ୍ରକାର ଗଛ ଲଗାଯିବାର କାର୍ଯ୍ୟକ୍ରମ ରହିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.