ETV Bharat / city

ପୁଅ ପ୍ରାର୍ଥୀତ୍ବକୁ ପ୍ରତିଭାଙ୍କ ସମର୍ଥନ; ଚାପ ନା ସ୍ନେହ ? - ରୁଦ୍ର ମହାରଥୀ

ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ମହାରଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ପୁଅର ପ୍ରାର୍ଥୀତ୍ବକୁ ସମର୍ଥନ କରିଛନ୍ତି ମାଆ ପ୍ରତିଭା । ବିପୁଳ ଭୋଟରେ ପୁଅ ବିଜୟ ହେବ ବୋଲି କହିଛନ୍ତି ପ୍ରତିଭା ମହାରଥୀ । ଅଧିକ ପଢନ୍ତୁ...

ପିପିଲି ଫ୍ୟାମିଲି ପଲିଟିକ୍ସ
ପିପିଲି ଫ୍ୟାମିଲି ପଲିଟିକ୍ସ
author img

By

Published : Mar 28, 2021, 7:47 AM IST

Updated : Mar 28, 2021, 10:27 AM IST

ଭୁବନେଶ୍ବର: ପିପିଲ ଫ୍ୟାମିଲି ପଲିଟିକ୍ସରେ ଟ୍ବିଷ୍ଟ । ଏକାଠି ନଜର ଆସିଲେ ମା,ପୁଅ ଓ ଝିଅ । ଫଳରେ ନାନା କଳ୍ପନାଜଳ୍ପନାର ଘଟିଛି ଅନ୍ତ । ପିପିଲି ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରାଥୀଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଏହାକୁ ନେଇ ରୁଦ୍ରଙ୍କ ମାଆ ତଥା ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରାଥୀ ଖୁସି ଜାହିର କରିଛନ୍ତି । ମହାରଥୀଙ୍କ ପରିବାରକୁ ନବୀନ ପ୍ରାଧାନ୍ୟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ବିପୁଳ ଭୋଟରେ ରୁଦ୍ର ବିଜୟ ଲାଭ କରିବ ।

ସେ ଆହୁରି କହିଛନ୍ତି, ବିଜୁ ଜନତା ଦଳ ପକ୍ଷରୁ ପୁଅ ରୁଦ୍ର ନିର୍ବାଚନ ଲଢୁଥିବାରୁ ସେ ମାଆ ହିସାବରେ ହାପିଏଷ୍ଟ ୱାନ । ତାଙ୍କର ସମସ୍ତ ଆର୍ଶୀବାଦ ପୁଅ ପାଇଁ ରହିବ । ଏହା କହିବାକୁ ପଡିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ, ନିର୍ବାଚନ ମଣ୍ଡଳୀ ଲୋକଙ୍କ ଆର୍ଶୀବାଦ ଯୋଗୁଁ ରୁଦ୍ର ବିପୁଳ ଭୋଟରେ ବିଜୟ ଲାଭ କରିବେ ।

ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନରେ ପତ୍ନୀ ପ୍ରତିଭା ମହାରଥୀକୁ ବିଜେଡି ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପୁଅ ରୁଦ୍ର ମହାରଥୀ ମଧ୍ୟ ଆଶାୟୀ ପ୍ରାର୍ଥୀ ବୋଲି କୁହାଯାଉଥିଲା । ଯାହାକୁ ନେଇ ପରିବାର ଭିତରେ ଏକ କନ୍ଦଳ ଆରମ୍ଭ ହୋଇଥିବା କୁହାଯାଉଥିଲା । ହେଲେ ବିଜେଡି ରୁଦ୍ର ମହାରଥୀଙ୍କୁ ଟିକେଟ ଦେବା ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ତାଙ୍କ ମାଆ ପ୍ରତିଭା ମହାରଥୀ ।

ପୁଅ ପ୍ରାର୍ଥୀତ୍ବକୁ ପ୍ରତିଭାଙ୍କ ସମର୍ଥନ

ସେପଟେ, ପରିବାରରେ ଥିବା ଅନ୍ତର୍ଦ୍ୱନ୍ଦ ଦୂର ପାଇଁ କିଛିଦିନ ହେଲା ପ୍ରୟାସ ଆରମ୍ଭ କରିଥିଲା ଦଳ । ଶନିବାର ସନ୍ଧ୍ୟାରେ ସଙ୍ଗଠନ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ବସିଥିଲା ବୈଠକ । ପରିବାର ଭିତରେ ଥିବା ଦ୍ଵନ୍ଦ ଦୂର କରିବାକୁ କରାଯାଇଥିଲା ବ୍ୟବସ୍ଥା । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା, ପୁଅ ରୁଦ୍ର ଓ ଝିଅ ପଲ୍ଲବୀ ବୈଠକରେ ହୋଇଥିଲେ ସାମିଲ । ଦଳର ନିର୍ଦ୍ଦିଷ୍ଟ କିଛି ନେତାଙ୍କ ସହ ବୈଠକରେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ । ପ୍ରତିଭାଙ୍କର ମାନଭଞ୍ଜନ କରିବା ପରେ ସାମ୍ନାକୁ ଆସିଥିଲା ତାଙ୍କ ପ୍ରତିକ୍ରିୟା । ପୁଅକୁ ସମର୍ଥନ କରୁଛି ବୋଲି କହିଛନ୍ତି ପ୍ରତିଭା । ଚାପରେ ନା ପୁଅ ପ୍ରେମରେ ପ୍ରତିଭାଙ୍କ ଏ ପ୍ରତିକ୍ରିୟା ଆସିଛି ତାହା ଅଗାମୀ ଦିନରେ ଜଣାପଡିବ ।

ବିଜେଡି ଦଳ, ମହାରଥୀଙ୍କ ପରିବାର ଓ ନେତା ଏକ ହୋଇ ଅଛନ୍ତି । ପିପିଲି ଉପନିର୍ବାଚନ ଏକ ମନ ଏକ ପ୍ରାଣରେ ବିଜେଡି ନିର୍ବାଚନ ଲଢିବ ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ପ୍ରତାପ ଦେବ । ନିର୍ବାଚନ ସମୟରେ ବିଭିନ୍ନ ଲୋକ ବିଭିନ୍ନ କଥା କହିବେ । କିଛି ମସଲା ବା ଚର୍ଚ୍ଚା ସୃଷ୍ଟି କରାଯାଉଛି । ସେଥିରେ ଆମେ ବିଶ୍ୱାସ କରୁନାହୁଁ ବୋଲି ପ୍ରତାପ କହିଛନ୍ତି । ଦଳର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଯଦି କେହି ରାଜନୈତିକ ସୁବିଧା ନେବାପାଇଁ ଚେଷ୍ଟା କରେ ତାହା ଭିରୁତାର ପରିଚୟ ବୋଲି ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Mar 28, 2021, 10:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.