ETV Bharat / city

'ପିପିଲିରେ ଭୋଟ ପ୍ରତିଶତ ବଢିବା ପରିବର୍ତ୍ତନର ସଙ୍କେତ'

ପିପିଲିର ଭୋଟ ପ୍ରତିଶତ ବଢିବା ଓ ଗାନ୍ଧୀ ଜୟନ୍ତୀରେ ପଦଯାତ୍ରାକୁ ନେଇ ବିଜେପିର ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

Pruthibiraj Harichandan
ପିପିଲିରେ ଭୋଟ ପ୍ରତିଶତ ବଢିବା ପରିବର୍ତ୍ତନର ସଂକେତ
author img

By

Published : Oct 1, 2021, 3:36 PM IST

ଭୁବନେଶ୍ବର: ପିପିଲିରେ ସରିଛି ମତଦାନ । ପୂର୍ବ ଅପେକ୍ଷା ବଢିଛି ପିପିଲି ଉପନିର୍ବାଚନର ଭୋଟ ପ୍ରତିଶତ । ପିପିଲିରେ ଭୋଟ ପ୍ରତିଶତ ବଢିବା ପରିବର୍ତ୍ତନର ସଂକେତ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସଂପାଦକ । ଏହା ସହ ଗାନ୍ଧୀ ଜୟନ୍ତୀରେ ବଜୁ ଜନତା ଦଳର ପଦଯାତ୍ରାକୁ ନେଇ ମଧ୍ୟ ଟାର୍ଗେଟ କରିଛି ବିଜେପି ।

ପିପିଲି ଉପନିର୍ବାଚନକୁ ନେଇ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଗତ 35 ବର୍ଷ ଧରି ଲୋକେ ଅତ୍ୟାଚାରିତ ହୋଇଥିଲେ, ଭୟ ଆଶଙ୍କା ଭିତରେ ବଞ୍ଚୁଥିଲେ । ଆଜି ପର୍ଯ୍ୟନ୍ତ ବିକାଶର ଧାରା ଭୁବନେଶ୍ବରରୁ ବାହାରି ପିପିଲି ଯାଏଁ ପହଞ୍ଚି ପାରିନାହିଁ । ଲୋକେ ତାର ପ୍ରତିକାରାତ୍ମକ ଚିତ୍ର ଦେଖାଇବେ ବୋଲି ଆଶା ଅଛି । ଲୋକଙ୍କ ମାନସିକତା ଯାହାଥିଲା ଭାରତୀୟ ଜନତା ପାର୍ଟି ସପକ୍ଷରେ ମତାମତ ଯିବ ବୋଲି ଆଶା କରାଯାଉଛି । ଲୋକଙ୍କ ଯେଉଁ ମନୋଭାବ ଥିଲା ଏବଂ ଭୋଟ ଦେବାକୁ ଯେଉଁ ଆଗ୍ରହ ଥିଲା, କିନ୍ତୁ ଭୟ ଆତଙ୍କିତ କାରଣରୁ ନିରବ ଥିଲେ । ମତଦାନ ପ୍ରତିଷ୍ଠିତଙ୍କ ବିରୁଦ୍ଧରେ ଯାଇଛି । ଯାହା ସମସ୍ତ ବୁଥରୁ ଜଣାପଡୁଥିଲା । ଆମେ ଆଶା କରୁଛୁ ଭାରତୀୟ ଜନତା ପାର୍ଟି ଏଥିରେ ବିଜୟୀ ହେବ । 2014 ଓ 2019 ତୁଳନାରେ ପିପିଲିର ଭୋଟ ପ୍ରତିଶତ ବଢିବା ଏକ ପରିବର୍ତ୍ତନର ସଙ୍କେତ ଦେଉଛି । ପରିବର୍ତ୍ତନ ଅବସମ୍ଭାବି ଏହା ଆଉ ଦିନେ ଦୁଇ ଦିନ ଭିତରେ ଜଣାପଡିଯିବ ବୋଲି ପୃଥ୍ବୀରାଜ କହିଛନ୍ତି।

ସେହିପରି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ବିଜେଡିର ପଦଯାତ୍ରାକୁ ନେଇ ଟାର୍ଗେଟ କରିଛନ୍ତି ପୃଥ୍ବୀରାଜ । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ କେବଳ ପଦଯାତ୍ରା କି ସାମାଜିକ କାର୍ଯ୍ୟକ୍ରମ କରିଦେଲେ ସେଥିରେ ତାର ସମାଧାନ ହୁଏ ନାହିଁ । ଯେଉଁ ଆଦର୍ଶରେ ଗାନ୍ଧୀ ଦେଶକୁ ଗଢିବାକୁ ଚାହୁଁଥିଲେ ତାହା ଯଦି ଏକ ପ୍ରତିଶତ ବିଜୁ ଜନତା ଦଳ କରନ୍ତା ତେବେ ଓଡ଼ିଶାର ବାସ୍ତବ ବିକାଶ ହୋଇପାରିବ। 21 ବର୍ଷ ସରକାରରେ ରହିଲା ପରେ ବି ଆଜି ପର୍ଯ୍ୟନ୍ତ ସରକାରଙ୍କ କୌଣସି ନିଘା ନାହିଁ । ଏଠି ବିଜେଡିର ନେତା ମାନେ ଭ୍ରଷ୍ଟାଚାର ଓ ହିଂସାକାଣ୍ଡ ଭଳି ଘଟଣାରେ ଲିପ୍ତ ରହିଛନ୍ତି । ଯାହା କି ଗାନ୍ଧୀଙ୍କ ପ୍ରତିଟି ନୀତି ଆଉ ଆଦର୍ଶ ଓ ପରିପନ୍ଥୀ ବିରୋଧ କରୁଛି।

ବିଜେପି କିନ୍ତୁ ଗାନ୍ଧିଜୀଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ଲୋକଙ୍କ ନିକଟକୁ ପହଞ୍ଚାଇବ। ଗାନ୍ଧୀଙ୍କର ଯାହା ମୂଳ ମନ୍ତ୍ର ଥିଲା ସ୍ଥାନୀୟ ପଦାର୍ଥର ବ୍ୟବହାର କରିବା ସେହି ବାର୍ତ୍ତା ବାସ୍ତବ ପରିସ୍ଫୁଟନ କରିବ । ଗାନ୍ଧୀ ଜୟନ୍ତ୍ରୀରେ ବିଜେପିର କର୍ମୀମାନେ ଭୋକାଲ ଫର ଲୋକାଲ ପ୍ରଡକ୍ଟର କ୍ୟାମ୍ପେନ ଆରମ୍ଭ କରିବେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.