ETV Bharat / city

ପିପିଲି ଉପନିର୍ବାଚନ: ପୁରୀ ଜିଲ୍ଲାରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

author img

By

Published : Mar 17, 2021, 3:53 PM IST

ପିପିଲି ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି । ଉପନିର୍ବାଚନ ଦୃଷ୍ଟିରୁ ପୁରୀ ଜିଲ୍ଲାରେ ଲାଗିଛି ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ପୁରୀ ଜିଲ୍ଲାରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକୁ ଏ ନେଇ ସୂଚନା ଦିଆଯାଇଛି । ଆସନ୍ତା ଏପ୍ରିଲ 17ରେ ହେବ ପିପିଲି ଉପନିର୍ବାଚନ । ଅଧିକ ପଢନ୍ତୁ...

pipili byelection: code of conduct implemeted in puri district
ପିପିଲି ଉପନିର୍ବାଚନ: ପୁରୀ ଜିଲ୍ଲାରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ଆରମ୍ଭ ହୋଇଯାଇଛି ପ୍ରଶାସନିକ ପ୍ରସ୍ତୁତି । ପୁରୀ ଜିଲ୍ଲାରେ ଲାଗିଛି ଆଦର୍ଶ ଆଚରଣ ବିଧି । ପୁରୀ ଜିଲ୍ଲାରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟକୁ ଏ ନେଇ ସୂଚନା ଦିଆଯାଇଛି । 2021 ଜାନୁଆରୀ ପହିଲାରୁ ହୋଇଥିବା ଭୋଟର ତାଲିକା (electoral roll) ନିଆଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

କୋରୋନା ଗାଇଡ଼ଲାଇନକୁ ଦୃଷ୍ଟିରେ ରଖି ଗୋଟିଏ ବୁଥରେ 1000 ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିବା ଲାଗି ବ୍ୟବସ୍ଥା କରାଯାଉଛି । ଗତ ସାଧାରଣ ନିର୍ବାଚନ ତୁଳନାରେ ଉପନିର୍ବାଚନରେ 17 ପ୍ରତିଶତ ବୁଥ ବୃଦ୍ଧି ହୋଇଛି । ପୂର୍ବରୁ 271ଟି ବୁଥ ଥିବାବେଳେ ଏବେ ବୃଦ୍ଧି କରାଯାଇ 348 ବୁଥ କରାଯାଇଛି । ଏହା ବ୍ୟତୀତ 75 ଟି ଅତିରିକ୍ତ ସହାୟକ ବୁଥ ରହିଛି । 150 ପ୍ରତିଶତରୁ ଅଧିକ EVM ଓ VVPAT ରହିଛି । ଆସନ୍ତା ନିର୍ବାଚନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ହେବାକୁ ଥିବା କର୍ମଚାରୀଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଗ୍ରହଣ କରାଯିବ । ସେମାନଙ୍କର ଆଗୁଆ ଟୀକାକରଣ ଲାଗି ବ୍ୟବସ୍ଥା କରାଯିବ । ପୋଲିଂ ଅଧିକାରୀଙ୍କ ଟ୍ରେନିଂ ହେବ । SRC ଗାଇଡ଼ଲାଇନ ଅନୁସାରେ ସଭା ସମିତି ଲାଗି ଅନୁମତି ପ୍ରଦାନ କରାଯିବ ।

ସେହିପରି ନିର୍ବାଚନରେ ସ୍ବାସ୍ଥ୍ୟକୁ ଗୁରୁତ୍ବ ଦିଆଯାଉଥିବାରୁ ଜଣେ ନୋଡାଲ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଅଙ୍ଗନବାଡି ଓ ଆଶା କର୍ମୀ ପ୍ରତି ବୁଥରେ ନିୟୋଜିତ କରାଯିବ । ସବୁ କର୍ମଚାରୀ ଓ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଭିନ୍ନକ୍ଷମ ଭୋଟର ପ୍ରମାଣ ପତ୍ର ଦେଖାଇଲେ ପୋଷ୍ଟାଲ ବାଲାଟ ସୁଯୋଗ ପାଇ ପାରିବେ । 80 ବର୍ଷରୁ ଅଧିକ, କୋଭିଡ଼ ଲକ୍ଷଣ ଥିବା କିମ୍ବା ଆକ୍ରାନ୍ତ ବ୍ୟକ୍ତି ଆଜି ଠାରୁ ପୋଷ୍ଟାଲ ବାଲଟ ପାଇଁ ଆବେଦନ କରିପାରିବେ । ଏହା ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର 5 ପାଞ୍ଚ ଦିନ ଯାଏ ଚାଲିବ । ନାମାଙ୍କନ ସମୟରେ କେବଳ ଦୁଇଟି ଗାଡ଼ି ପ୍ରାର୍ଥୀ ବ୍ୟବହାର କରିପାରିବେ । ଡୋର ଟୁ ଡୋର ପ୍ରଚାରରେ ପ୍ରାର୍ଥୀ ସମେତ 5 ଜଣ ଯିବେ ।

ସୂଚନା ଥାଉକି ଗତକାଲି କେନ୍ଦ୍ରୀୟ ନିର୍ବାଚନ ଆୟୋଗ ପିପିଲି ଉପନିର୍ବାଚନ ପାଇଁ ଏପ୍ରିଲ 17 ତାରିଖ ଘୋଷଣା କରିଥିଲେ । 30 ମାର୍ଚ୍ଚରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ 31 ମାର୍ଚ୍ଚରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । 3 ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଦିଂବଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲି ପଡିଛି ପିପିଲି ବିଧାନସଭା ଆସନ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.