ETV Bharat / city

କୋରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡିଶାର ଦାବି ରଖିଲେ ପିନାକୀ ମିଶ୍ର - ସର୍ବଦଳୀୟ ବୈଠକ

ମହାମାରୀ କୋରୋନା ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି । ଓଡିଶାରୁ ବିଜେଡି ସାଂସଦ ପିନାକୀ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ଓଡିଶା ପାଇଁ ବିଭିନ୍ନ ଦାବି କରିଛନ୍ତି । ଅଧିକ ପଢନ୍ତୁ...

pinaki-misra-talk-to-pm-on-lockdown
କୋରୋନା ମୁକାବିଲା: ପ୍ରଧାନମନ୍ତ୍ରୀଙ୍କ ଆଗରେ ଓଡିଶାର ଦାବି ରଖିଲେ ପିନାକୀ ମିଶ୍ର
author img

By

Published : Apr 8, 2020, 10:45 PM IST

ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ବିଭିନ୍ନ ନେତାଙ୍କ ସହ ଆଲୋଚନା କରିଛନ୍ତି । ଓଡିଶାରୁ ବିଜେଡି ସାଂସଦ ପିନାକୀ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୋରୋନା ବିରୋଧରେ ଲଢାଯାଉଥିବା ଯୁଦ୍ଧରେ ଅବଦାନ ପାଇଁ ପିନାକୀ ମିଶ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି । କୋରୋନା ମୁକାବିଲାରେ କେନ୍ଦ୍ର ସରକାର ଓଡ଼ିଶା ସହ ସହଯୋଗୀ ହୋଇଥିବାରୁ ଓଡିଶାବାସୀଙ୍କ ପକ୍ଷରୁ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ଲକଡାଉନ ଅବଧି ବଢାଇବା ଉପରେ ମଧ୍ୟ ସମସ୍ତ ଦଳ ମତାମତ ଦେଇଥିବାବେଳେ ବିଜେଡି ପକ୍ଷରୁ ମଧ୍ୟ ମତାମତ ଦିଆଯାଇଛି ।

ସାଂସଦ ପିନାକୀ ମିଶ୍ରଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ଯୋଜନାର ବକେୟା ଅର୍ଥ ଦେବାକୁ ଦାବି କରିଛି ବିଜେଡି । ମାସ୍କ, ସାନିଟାଇଜର ଏବଂ PPE ଯୋଗାଇଦେବା ପାଇଁ ଦାବି କରାଯାଇଛି । ଅନ୍ୟପକ୍ଷରେ ସାଂସଦ ପାଣ୍ଠିରୁ କଟାଯାଇଥିବା ଅର୍ଥ ରାଜ୍ୟମାନଙ୍କୁ ଦେବାପାଇଁ ସେ ଦାବି କରିଛନ୍ତି । ଏହାସହ ଅଧିକରୁ ଅଧିକ ଫଣ୍ଡ ରାଜ୍ୟ ସରକାରମାନଙ୍କୁ ଦିଆଯାଉ ବୋଲି ଦାବି କରିଛନ୍ତି ପିନାକୀ ମିଶ୍ର ।

ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି, ‘ଏପ୍ରିଲ 14ରେ ଏକା ଥରକେ ସାରା ଦେଶରୁ ଲକଡାଉନ ଉଠିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବୈଠକରେ ସ୍ପଷ୍ଟ କରିଛନ୍ତି । ତଥାପି ସେ 11 ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହାପରେ କେଉଁ ରାଜ୍ୟରୁ ଲକଡାଉନ ଉଠିବ ଓ କେଉଁ ରାଜ୍ୟର କେତେ ଅଞ୍ଚଳରେ କଟକଣା ଲାଗୁ ହେବ, ତା’ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏହାସହ କେନ୍ଦ୍ର ସହ ମିଶି ରାଜ୍ୟ ସରକାର ମଧ୍ୟ କୋରୋନା ବିରୋଧରେ ଲଢେଇ ଲଢୁଛନ୍ତି । ଓଡ଼ିଶାର ସାଢେ ୪କୋଟି ଲୋକଙ୍କ ମଧ୍ୟରୁ ମାତ୍ର ୪୨ ଜଣଙ୍କ ଆକ୍ରାନ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସବୁ ଦଳର ନେତାଙ୍କ ସହ କୋରୋନା ମୁକାବିଲା ନେଇ ଆଲୋଚନା କରିଥିଲେ । ଏହି ଆଲୋଚନାରେ କଂଗ୍ରେସ ସମେତ ସବୁ ଆଞ୍ଚଳିକ ଦଳର ନେତାମାନେ ଯୋଗଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.