ETV Bharat / city

'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ - 'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

ଲଳିତକଳା ଏକାଡେମୀ ପରିସରରେ ବାର୍ଷିକ ଫଟୋଚିତ୍ର ପ୍ରଦର୍ଶନୀ 'ଚିତ୍ରବର୍ଣ୍ଣାଳି' ଆୟୋଜିତ ହୋଇଛି । ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଶୋଭାପାଉଛି ବନ୍ୟପ୍ରାଣୀ ଓ ପ୍ରକୃତିର ଅପୂର୍ବ ବର୍ଣ୍ଣିଳ ଛବି ।

Photo exhibition chitrabarnali held in lalitkala academy
'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ
author img

By

Published : Dec 10, 2019, 6:22 AM IST

ଭୁବନେଶ୍ବର: ପ୍ରକୃତି ସାଧାରଣ ମନୁଷ୍ୟକୁ ସର୍ବଦା ଆକୃଷ୍ଟ କରିଥାଏ । ଟିକିଏ ନିରୋଳା ସମୟ ପାଇଲେ ସେହି ପ୍ରକୃତରେ କୋଳରେ ମଣିଷ ହଜିଯାଇଥାଏ । ଆଉ ନିଜର ଦୈନନ୍ଦିନ ଜୀବନରେ ଥିବା ସମସ୍ୟା ଓ ଜଞ୍ଜାଳ ଭିତରୁ ବାହାରି ଟିକିଏ ହାଲକା ହେବାକୁ ଭଲ ପାଏ । ତେବେ ଏପରି ସୌଭାଗ୍ୟ ଲୋକମାନଙ୍କୁ କମ ମିଳୁଥିବା ବେଳେ ସେମାନଙ୍କ ନିକଟରେ ଏପରି ସୁଯୋଗ ଆଣି ଦେଇଛି ଉତ୍କଳ ଫଟୋଗ୍ରାଫି କ୍ଲବ୍‌ ।

'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

ଭୁବନେଶ୍ବର ସ୍ଥାନୀୟ ଲଳିତକଳା ଏକାଡେମୀ ପରିସରରେ ଏହି କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ବାର୍ଷିକ ଫଟୋଚିତ୍ର ପ୍ରଦର୍ଶନୀ 'ଚିତ୍ରବର୍ଣ୍ଣାଳି' । ଯେଉଁଠି ମୁଖ୍ୟତଃ ବନ୍ୟପ୍ରାଣୀ ଓ ପ୍ରକୃତିର ଅପୂର୍ବ ବର୍ଣ୍ଣିଳ ଛବି ଶୋଭାପାଉଛି । କ୍ଲବର ସଦସ୍ୟମାନେ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ପ୍ରକୃତିର ଏହି ସୁନ୍ଦର ଦୃଶ୍ୟକୁ ନିଜର କ୍ୟାମେରା ମଧ୍ୟରେ ତୋଳି ଧରିଥିଲେ । ଓଡ଼ିଶାରେ ବିଭିନ୍ନ ସ୍ଥାନ ସହ ବନ୍ୟା ପ୍ରାଣୀ ସହ ଲୋକମାନଙ୍କୁ ପରିଚିତ କରାଇବା ଏବଂ ନୂଆ ପିଢ଼ିର ଫଟୋଗ୍ରାଫରଙ୍କ ଭିତରେ ଥିବା ଦକ୍ଷତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଚିତ୍ର ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ, ଏହି ପ୍ରଦର୍ଶନୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ 25ଜଣ ଫଟୋଗ୍ରାଫରଙ୍କ 100ଟି ନିର୍ବାଚିତ ଫଟୋକୁ ସ୍ଥାନିତ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ପ୍ରକୃତି ସାଧାରଣ ମନୁଷ୍ୟ କୁ ସର୍ବଦା ଆକୃଷ୍ଟ କରିଥାଏ।ଟିକିଏ ନିରୋଳା ସମୟ ପାଇଲେ ସେହି ପ୍ରକୃତରେ କୋଳରେ ମଣିଷ ହଜି ଯାଇ ନିଜର ଦୈନନ୍ଦିନ ଜୀବନରେ ଥିବା ସମସ୍ୟା ଓ ଜଞ୍ଜାଳ ଭିତରୁ ବାହାରି ଟିକିଏ ହାଲକା ହେବାକୁ ଭଲ ପାଏ।ତେବେ ଏପରି ସୌଭାଗ୍ୟ ସହରର ଲୋକମାନଙ୍କୁ କମ ମିଳୁଥିବା ବେଳେ ସେମାନଙ୍କ ନିକଟରେ ଏପରି ସୁଯୋଗ ଆଣି ଦେଇଛି ଉତ୍କଳ ଫଟୋଗ୍ରାଫି କ୍ଲବ।

Body:ସ୍ଥାନୀୟ ଲଳିତକଳା ଏକାଡେମୀ ପରିସରରେ କ୍ଲବ ପକ୍ଷରୁ ଆୟୋଜିତ ହେଉଛି ବାର୍ଷିକ ଫଟୋଚିତ୍ର ପ୍ରଦର୍ଶନୀ "ଚିତ୍ରବର୍ଣାଳି"।ଯେଉଁଠି ମୁଖ୍ୟତଃ ବନ୍ୟପ୍ରାଣୀ ଓ ପ୍ରକୃତିର ଅପୂର୍ବ ବର୍ଣିଳ ଛବି ଶୋଭାପାଉଛି।କ୍ଲବ ଯାହାକୁ କ୍ଲବର ସଦସ୍ୟମାନେ ବିଭିନ୍ନସ୍ଥାନ ଭ୍ରମଣ କରିବା ସହିତ ନିଜର କ୍ୟାମେରା ମଧ୍ୟରେ ସୁନ୍ଦର ଭାବରେ ତୋଳି ଧରିଥିଲେ।ଏହି ଚିତ୍ର ପ୍ରଦର୍ଶନୀର ମୁଖ୍ୟ ଉଦେଶ୍ୟ ଲୋକମାନଙ୍କୁ ଓଡ଼ିଶାରେ ଏପରି ସ୍ଥାନ ସବୁ ରହିଛି ଯାହାକୁ ଲୋକମାନଙ୍କ ସହତ ପରିଚିତ କରାଇବା ଓ ନୂଆ ପିଢ଼ିର ଫଟୋଗ୍ରାଫରଙ୍କ ଭିତରେ ଥିବା ଦକ୍ଷତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ବୋଲି ଅନୁଷ୍ଠାନର ସଭାପତି ଶ୍ରୀକୃଷ୍ଣ ଦାସ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ କି ଏହି ପ୍ରଦର୍ଶନୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ 25 ଜଣ ଫଟୋଗ୍ରାଫର୍ଙ୍କର 100 ଟି ନିର୍ବାଚିତ ଫଟୋ ସ୍ଥାନ ପାଇଛି।
ବାଇଟ-ଶ୍ରୀକୃଷ୍ଣ ଦାସ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.