ETV Bharat / city

ଭୁବନେଶ୍ବରରେ 95 ଟପିଲା ପେଟ୍ରୋଲ, ଆହୁରି ବଢିବ ଦାମ୍ ! - ଡିଜେଲ ଦାମ ବୃଦ୍ଧି

କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନ୍ତରାଷ୍ଟ୍ରୀୟ ବଜାରରେ ଦାମ ବଢିବା ସହ ଆଗକୁ ଆହୁରି ତେଲ ଦର ବଢିବା ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ..

Petrol And Diesel Prices Increase In Bhubaneswar

author img

By

Published : Jun 7, 2021, 3:38 PM IST

ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢି ଚାଲିଛି । ସୋମବାର ଭୁବନେଶ୍ବରରେ ପେଟ୍ରୋଲ ଦର 96.11 ଟଙ୍କା ଥିବାବେଳେ ଡିଜେଲ 94.01 ଟଙ୍କା ଅଛି ।

ଭୁବନେଶ୍ବରରେ 95 ଟପିଲା ପେଟ୍ରୋଲ , ଆହୁରୀ ବଢିବ ଦାମ !

ଗତବର୍ଷ ଏପ୍ରିଲଠାରୁ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି କ୍ରମଶଃ 27.37 ଟଙ୍କା ଓ 27.30 ଟଙ୍କା ବଢ଼ିଛି । ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ୁଥିବାରୁ ଘରୋଇ ବଜାରରେ ତେଲ ଦର ବୃଦ୍ଧି ହେଉଛି । ଏହା ପ୍ରଭାବରେ ଏଥିପାଇଁ ପେଟ୍ରୋଲ 8.47 ଟଙ୍କା ଓ ଡିଜେଲ 7.57 ଟଙ୍କା ଲିଟର ପିଛା ବଢ଼ିଛି । ଟିକସ ବା ଏକ୍ସାଇଜ ଯୋଗୁଁ ପେଟ୍ରୋଲ 9.92 ଟଙ୍କା ଓ ଡିଜେଲ ଲିଟର ପିଛା 12.97 ଟଙ୍କା ବଢ଼ିଛି ।

VAT ଯୋଗୁଁ ପେଟ୍ରୋଲ ଲିଟର 8.98 ଟଙ୍କା ଓ ଡିଜେଲ ଲିଟର ପ୍ରତି 6.76 ଟଙ୍କା ବୃଦ୍ଧି ପାଇଛି । 7ଟି ରାଜ୍ୟରେ ଦର 100 ଟଙ୍କା ପାର ହେଲାଣି । ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପ୍ରତି ଅଶୋଧିତ ତୈଳ ଦର 70ରୁ 71 ଡଲାର ଅଛି । ଯାହାକି ଆହୁରି କିଛି ଦିନ ବୃଦ୍ଧି ପାଇ 75 ଡଲାରରେ ପହଞ୍ଚିବା ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.