ଭୁବନେଶ୍ବର: ବିଶ୍ବ ତଥା ଦେଶରେ କରୋନା ମହାମାରୀର ରୂପ ନେଇଛି । ଏଥିପାଇଁ ସାରା ବିଶ୍ବରେ ଭୟର ବାତାବରଣ । ଏହାର ମୁକାବିଲା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହା ମୁଖ୍ୟତଃ ସ୍ପର୍ଶ, କାଶ ଓ ଛିଙ୍କ ମାଧ୍ୟମରେ ବ୍ୟାପିବାର ଅଧିକ ସମ୍ଭାବନା ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଏଥିପାଇଁ ଏକାଧିକ ଲୋକ ଗୋଟିଏ ସ୍ଥାନରେ ଏକତ୍ରିତ ନ ହୋଇ ଘରେ ରହିବାକୁ ସରକାର ଅନୁରୋଧ କରିଆସୁଛନ୍ତି । ମାତ୍ର ଏହି ନିୟମକୁ ଲୋକେ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ଇନ୍ଦ୍ରଧନୁ ମାର୍କେଟରେ ବିଏମସି ପକ୍ଷରୁ ମାର୍କିଂ କରାଯାଇଥିବା ବେଳେ ଲୋକ ସଚେତନ ହେଉ ନଥିବା ବ୍ୟବସାୟୀ କହୁଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ