ETV Bharat / city

ସରକାରଙ୍କ ଅପାରଗତାର ଫଳ ଭୋଗୁଛନ୍ତି ରାଜ୍ୟବାସୀ: ସୁର - ସରକାରଙ୍କ ଅପାରଗତାର ଫଳ ଭୋଗୁଛନ୍ତି ରାଜ୍ୟବାସୀ

ଚଳିତ ବନ୍ୟା ମୁକାବିଲା କରିବାରେ ସରକାର ଫେଲ ମାରିଛନ୍ତି । ଗାଁମାନଙ୍କରେ ପାଣି ରହିଥିବାବେଳେ ଲୋକଙ୍କୁ ସରକାର ରିଲିଫ ଯୋଗାଉନାହାନ୍ତି । ସରକାରୀ ଅଧିକାରୀ ହାତ ବାନ୍ଧି ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 25, 2022, 8:52 PM IST

ଭୁବନେଶ୍ବର : ଚଳିତ ବନ୍ୟା ମୁକାବିଲା କରିବାରେ ସରକାର ଫେଲ ମାରିଛନ୍ତି । ଗାଁମାନଙ୍କରେ ପାଣି ରହିଥିବାବେଳେ ଲୋକଙ୍କୁ ସରକାର ରିଲିଫ ଯୋଗାଉନାହାନ୍ତି । ସରକାରୀ ଅଧିକାରୀ ହାତ ବାନ୍ଧି ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ।

ସରକାରଙ୍କ ଅପାରଗତାର ଫଳ ଭୋଗୁଛନ୍ତି ରାଜ୍ୟବାସୀ: ସୁର

ବିଜେପି ଆଣିଥିବା ବନ୍ୟା ମୁକାବିଲା ଫେଲ ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ । ବନ୍ୟା ମୁକାବିଲା କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ । ବନ୍ୟା ବିପନ୍ନ ଲୋକଙ୍କୁ ରିଲିଫ ଯୋଗାଇ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି । ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର ହାତ ବାନ୍ଧି ବସିଛନ୍ତି । ଏବେବି ଅନେକ ଗାଁ ଜଳ ବନ୍ଦୀ ଭିତରେ ଅଛନ୍ତି । ଲୋକେ ପିଇବା ପାଣି ପାଉ ନାହାଁନ୍ତି । ଘରେ ଚୁଲି ଜଳୁ ନାହିଁ । ଔଷଧ ନାହିଁ ।

ବନ୍ୟା ଦ୍ୱାରା ପ୍ରଭାବିତ ଗାଁଗୁଡିରେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ପାଦ ପଡୁ ନାହିଁ । ବର୍ଷା ଦିନ ପୂର୍ବରୁ ରାଜ୍ୟ ସରକାର ଯେଉଭଳି ଭାବେ ପ୍ରସ୍ତୁତ ହେବା କଥା ତାହା କରି ନାହାନ୍ତି । ଏସଆରସି ମଧ୍ୟ ରିଭିଉ କରି ନାହାନ୍ତି । କୋଉ ବନ୍ଧର ସ୍ଥିତି କେମିତି ଅଛି । ଯାହାର ପରିଣାମ ରାଜ୍ୟବାସୀ ଭୋଗୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.