ETV Bharat / city

ବସ୍ତି ବାସିନ୍ଦାଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ବର - ସାଲିଆ ସାହି ଉଚ୍ଛେଦ ବିରୋଧରେ ଗର୍ଜିଲେ ବସ୍ତି ବାସିନ୍ଦା

ଭୁବନେଶ୍ବର ସାଲିଆ ସାହି ଉଚ୍ଛେଦ ବିରୋଧରେ ଗର୍ଜିଲେ ବସ୍ତି ବାସିନ୍ଦା । ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ କଲେ ବିକ୍ଷୋଭ । ଅଧିକ ପଢ଼ନ୍ତୁ...

ବସ୍ତି ବାସିନ୍ଦାଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ବର
author img

By

Published : Nov 22, 2019, 6:42 PM IST

ଭୁବନେଶ୍ବର: ଜୀବନ ଜୀବୀକାର ଦାବି ନେଇ ରାଜଧାନୀର ରାଜରାସ୍ତାରେ ବସ୍ତି ବାସିନ୍ଦା । ଭୁବନେଶ୍ବର ସାଲିଆ ସାହି ଉଚ୍ଛେଦ ବିରୋଧରେ ତଥା ସ୍ଥାୟୀ ଜମିପଟ୍ଟା ବଣ୍ଟନ ଦାବିରେ ହଜାର ହଜାର ବସ୍ତି ବାସିନ୍ଦାଙ୍କ ପରିବାର ବିଧାନସଭା ବିଧାନସଭା ସମ୍ମୁଖ ଲୋୟର ପିଏମଜିରେ ଏକ ବିଶାଳ ବିକ୍ଷୋଭ ସମାବେଶରେ ସାମିଲ ହୋଇଛନ୍ତି।

ବସ୍ତି ବାସିନ୍ଦାଙ୍କ ଗର୍ଜନରେ କମ୍ପିଲା ଭୁବନେଶ୍ବର

ଭୁବନେଶ୍ବରକୁ ନୂଆକରି ଗଢି଼ବା ନେଇ ସରକାର ଯେଉଁଭଳି ଭାବରେ ବସ୍ତି ବାସିନ୍ଦାଙ୍କ ସହିତ ଅନ୍ୟାୟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ। ବସ୍ତି ଉଚ୍ଛେଦ ନୀତିରୁ ଯଦି ସରକାର ନ ଓହରିବେ, ଆଗାମୀ ଦିନରେ ନିଆଁ ଜଳିବ ବୋଲି ସାଲିଆ ସାହି ବାସିନ୍ଦା କହିଛନ୍ତି। ସେହିପରି ଭୁବନେଶ୍ବର ସନ୍ତୋଷୀ ନଗର ବସ୍ତି ମଧ୍ୟ ସରକାରଙ୍କ ଏ ଉଚ୍ଛେଦ ପ୍ରକ୍ରିୟାକୁ କଡା ବିରୋଧ କରିଛି। ସରକାର ବସ୍ତି ଭାଙ୍ଗିଦେଲେ ଆମେ କୁଆଡେ ଯିବୁ, କେଉଁଠି ରହିବୁ ବୋଲି ପ୍ରଶ୍ନ କରିଛନ୍ତି ବସ୍ତି ବାସିନ୍ଦା ।

ବସ୍ତିର ଉଚ୍ଛେଦ ସରକାରଙ୍କ ଉଦାସୀନତା ପରିଚୟ। ବସ୍ତି ବାସିନ୍ଦାଙ୍କ ପାଇଁ ଏକ ସ୍ବତନ୍ତ୍ର ପଲିସି ସରକାର ଆଣନ୍ତୁ ଏବଂ ବସ୍ତି ବାସିନ୍ଦାଙ୍କ ପାଇଁ କିଛି ନୂଆ କରିବାର ଯୋଜନା ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି । 200 ଫୁଟ ରାସ୍ତା କରିବା ପାଇଁ ସାଲିଆ ସାହିର ଲଷ୍ମୀପୁର ସାନ୍ତାଳବସ୍ତି, ହଟିଆସୁଣି ନଗର, ଶକ୍ତି ବିହାର, ଏକାମ୍ର ବିହାର, ଆଦିବାସୀ ଗାଁ ଆଦି ଉଚ୍ଛେଦ ପାଇଁ ସରକାରଙ୍କ ଯୋଜନାକୁ ଦୃଢ ନିନ୍ଦା କରିଛି ଭୁବନେଶ୍ବର ବସ୍ତି ବାସିନ୍ଦା ସଂଘ।

ସାଲିଆସାହି ଉଚ୍ଛେଦ ଅଭିଯାନକୁ ବନ୍ଦ କରିବା ସହ ସବୁ ପରିବାରଙ୍କୁ 20ରୁ ୩୦ ଫୁଟ ଜମି, କର୍ମସ୍ଥଳୀ ନିକଟରେ ବାସସ୍ଥାନ ସୁନିଶ୍ଚିତ, ବର୍ତ୍ତମାନ ରହୁଥିବା ଜମିର ପଟ୍ଟା ଏବଂ ସ୍ଥାୟୀ ଉନ୍ନତି ବିଧାନ ତଥା ସମ୍ମାନର ସହ ବଞ୍ଚିବା ଅଧିକାର ଦାବି କରି ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନା ଯୋଗ୍ୟ ଯେ ଦୀର୍ଘ 50 ବର୍ଷ ତଳୁ ଗଢି ଉଠିଥିବା ସାଲିଆ ସାହି ବସ୍ତି ଅଞ୍ଚଳର 43ଟି ବସ୍ତି କମିଟିରେ ଚାରିଟି ୱାର୍ଡ ମଧ୍ୟରେ ପ୍ରାୟ 25 ହଜାରରୁ ଉର୍ଦ୍ଧ୍ବ ପରିବାର ରହି ଆସୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ମଧ୍ୟ ଅଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଗର୍ଜିଲେ ବସ୍ତିବାସିନ୍ଦା।

Body:ଜୀବନ ଜୀବିକାର ଦାବି ନେଇ ରାଜଧାନୀର ରାଜରାସ୍ତାରେ ବସ୍ତି ବାସିନ୍ଦା।ବସ୍ତି ବାସିନ୍ଦାଙ୍କ ଗର୍ଜନରେ କଂପିଲା ଭୁବନେଶ୍ୱର।ଭୁବନେଶ୍ୱର ସାଲିଆ ସାହି ଉଛେଦ ପ୍ରତିବାଦରେ ଭୁବନେଶ୍ୱରର ହଜାର ହଜାର ବସ୍ତି ବାସିନ୍ଦାଙ୍କ ପରିବାର ବିଧାନସଭା ଘେରାଓ ଅଭିଯାନରେ ସାମିଲ।ଶୁକ୍ରବାର ଭୁବନେଶ୍ୱର ସାଲିଆ ସାହି ଉଛେଦକୁ ବିରୋଧ କରି ଏବଂ ସ୍ଥାୟୀ ଜମି ପଟା ବଣ୍ଟନ ଦାବିରେ ହଜାର ହଜାର ବସ୍ତି ବାସିନ୍ଦା ସାଳିଆ ସାହିରୁ ବାହାରି ବିଧାନସଭା ସମ୍ମୁଖ ,ଲୋୱେର ପିଏମଜିରେ ଏକ ବିଶାଳ ବିକ୍ଷୋଭ ସମାବେଶରେ ସାମିଲ ହୋଇଛନ୍ତି।

ଭୁବନେଶ୍ୱର କୁ ନୂଆକରି ଗଢିବା ନେଇ ସରକାର ଯେଉଁଭଳି ଭାବରେ ବସ୍ତି ବାସିନ୍ଦାଙ୍କ ସହିତ ଅନ୍ୟାୟ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ।ବସ୍ତି ଉଛେଦ ନୀତିରୁ ଯଦି ସରକାର ନଓହରିବେ ,ଆଗାମୀ ଦିନରେ ନିଆଁ ଜଳିବ ବୋଲି ସାଲିଆ ସାହିର ମାଳତୀ ହେମ୍ବ୍ରମ କହିଛନ୍ତି।

ସେହିପରି ଭୁବନେଶ୍ୱର ସଂତୋଷି ନଗର ବସ୍ତିର ଟୁନିଆ ନାୟକ ସରକାରଙ୍କ ଏ ଉଛେଦ ପ୍ରକ୍ରିୟା କୁ କଡା ବିରୋଧ କରିଛନ୍ତି।ସରକାର ଆମ ବସ୍ତି ଭାଙ୍ଗିଦେଲେ ଆମେ କୁଆଡେ ଯିବୁ।ରହିବୁ କୋଉଠି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ଟୁନିଆ।

ବସ୍ତିର ଉଛେଦ ସରକାରଙ୍କ ଉଦାସୀନା ତାର ପରିଚୟ।ବସ୍ତି ବାସିନ୍ଦାଙ୍କ ପାଇଁ ଏକ ସ୍ୱତନ୍ତ୍ର ପଲିସି ସରକାର ଆଣନ୍ତୁ ଏବଂ ବସ୍ତି ବାସିନ୍ଦାଙ୍କ ପାଇଁ କିଛି ନୂଆ କରିବାର ଯୋଜନା ରଖନ୍ତୁ ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି।

୨୦୦ ଫୁଟିଆ ରାସ୍ତା କରିବା ପାଇଁ ସାଲିଆ ସାହିର ଲଷ୍ମୀପୁର ସାନ୍ତାଳବସ୍ତି ,ହଟିଆସୁଣି ନଗର,ଶକ୍ତି ବିହାର ଏକାମ୍ର ବିହାର ,ଆଦିବାସୀ ଗାଁ ଆଦି ଉଛେଦ ପାଇଁ ସରକାର ଯୋଜନାକୁ ଦୃଢ ନିନ୍ଦା କରିଛି ଭୁବନେଶ୍ୱର ବସ୍ତି ବାସିନ୍ଦା ସଂଘ।ସାଲିଆସାହି ଉଛେଦ ଅଭିଯାନକୁ ବନ୍ଦ କରାଯାଉ,ସବୁ ପରିବାରଙ୍କୁ ୨୦ ଫୁଟ ରେ ୩୦ ଫୁଟ ଜମି ଯୋଗାଇ ଦିଆଯାଉ,କର୍ମସ୍ଥଳୀ ନିକଟରେ ବାସସ୍ଥାନ ସୁନିଶ୍ଚିତ ନିର୍ମାଣ କରାଯାଉ,ବର୍ତ୍ତମାନ ରହୁଥିବା ଜମିର ପଟ୍ଟା ଏବଂ ସ୍ଥାୟୀ ଉନ୍ନତି ବିଧାନ ତଥା ସମ୍ମାନର ସହ ବଞ୍ଚିବା ଅଧିକାର ଦାବି କରି ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ସୂଚନଥାଉ କି ଦୀର୍ଘ ୫୦ ବର୍ଷ ତଳୁ ଗଢି ଉଠିଥିବା ସାଲିଆ ସାହି ବସ୍ତି ଅଂଚଳରେ ୪୩ ଗୋଟି ବସ୍ତି କମିଟିରେ ଚାରିଟି ୱାର୍ଡ ମଧ୍ୟରେ ପ୍ରାୟ ୨୫ ହଜାରରୁ ଉର୍ଧ୍ବ ପରିବାର ରହି ଆସୁଛନ୍ତି।ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ଅଛନ୍ତି।

byt1-malati hembram, salia sahi

byt2-tunia nayak ,salia sahi

byt3-panchanan kanungo,senior congress leader।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.