ETV Bharat / city

ରଜ ପୂର୍ବରୁ ମାର୍କେଟ ବିଲ୍ଡିଂରେ ପ୍ରବଳ ଗହଳି, ପୋଲିସ କଥାକୁ ବେଖାତିର

ଆଗକୁ ରଜ ଆସୁଥିବାବେଳେ ବଜାରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହାରି ଭିତରେ ଲେକେ ଭୁଲିଯାଉଛନ୍ତି ସାମାଜିକ ଦୂରତା ଆଉ ପୋଲିସ କଥାକୁ କରୁଛନ୍ତି ବେଖାତିର । ଅଧିକ ପଢନ୍ତୁ...

ପ୍ରହସନ ପାଲଟିଛି ସାମାଜିକ ଦୂରତ୍ବ, ପୋଲିସ କଥାକୁ ଲୋକଙ୍କ ବେଖାତିର

author img

By

Published : Jun 11, 2020, 7:58 PM IST

Updated : Jun 11, 2020, 9:06 PM IST

ଭୁବନେଶ୍ବର: ଆଉ କିଛି ଦିନ ପରେ ରଜ ପର୍ବ । ଏନେଇ ବଜାରରେ ଆରମ୍ଭ ହୋଇଯାଇଛି ଲୋକଙ୍କ ସପିଂ । ତେବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ପ୍ରତିହତ କରିବାର ମୂଳମନ୍ତ୍ର ସାମାଜିକ ଦୁରତ୍ବକୁ କେହି ମାନୁନଥିବା ଦେଖିବାକୁ ମିଳୁଛି । ବଜାର ଘାଟରେ ଲୋକମାନଙ୍କ ଗହଳି ବୃଦ୍ଧି ପାଉଥିବା ବେଳେ ଦୋକାନୀମାନେ ମଧ୍ୟ ବେପାର ପାଇଁ ସବୁ ନୀତି ନିୟମକୁ ଭୁଲି ଯାଉଛନ୍ତି ।

ପ୍ରହସନ ପାଲଟିଛି ସାମାଜିକ ଦୂରତ୍ବ, ପୋଲିସ କଥାକୁ ଲୋକଙ୍କ ବେଖାତିର

କଟକଣା କୋହଳ ହେବା ପରେ ଗତ କିଛି ଦିନ ଧରି ରାଜଧାନୀରେ ଅଧିକ ମାତ୍ରରେ ଭିଡ ଦେଖିବାକୁ ମିଳୁଛି । ତେବେ ୟୁନିଟ-2 ମାର୍କେଟ ବିଲ୍ଡିଂଠାରେ ଏପରି ଅବସ୍ଥା ହୋଇଛି ଯେ, ଲୋକେ ପୋଲିସ ସାଇରନ ଶୁଣି ମଧ୍ୟ ସତର୍କ ହେଉନାହାନ୍ତି । ଏପରିକି ପୋଲିସ ଫାଇନ ଆଦାୟ କରୁଥିଲେ ମଧ୍ୟ ଏହା ଏମାନଙ୍କ ଉପରେ ପକାଇପାରୁନି କୌଣସି ପ୍ରଭାବ । ପୋଲିସ ଏଠାରେ ନିଜ ସକ୍ଷମ ଅନୁସାରେ ଲୋକମାନଙ୍କୁ ସଚେତନ କରୁଥିବା କହିଛନ୍ତି ସ୍ଥାନୀୟ ଥାନା ଅଧିକାରୀ ଶୁଭଶ୍ରୀ ପଣ୍ଡା।

ଓଡ଼ିଶାର ଗଣପର୍ବ ହେଉଛି ରଜ । ପଞ୍ଚମ ପାଳିର ଲକଡାଉନ ସମୟରେ କିଛି ନିୟମ କୋହଳ ହେବା ପରେ ଏବେ ରଜ ପଡ଼ିବା ତା ପୂର୍ବରୁ ସଟଡାଉନ ହେଉଥିବାରୁ ଲୋକେ ବିଭିନ୍ନ ପ୍ରକାର ଜିନିଷ ଓ ପୋଷାକ ପତ୍ର କିଣିବା ପାଇଁ ଏପରି ଭିଡ଼ ଜମାଉଛନ୍ତି । ରଜକୁ ଦୃଷ୍ଟିରେ ରଖି ସରକାର ଜନସାଧାରଣଙ୍କ ପାଇଁ କର୍ଫ୍ୟୁ ନିୟମକୁ ମଧ୍ୟ କୋହଳ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ଏପରି ସ୍ଥିତି ଲାଗି ରହେ, ତାହାଲେ କୋରୋନା ସଂକ୍ରମଣକୁ ଯେ ରୋକିବା କଷ୍ଟକର ହୋଇପଡିବ ଏଥିରେ କୌଣସି ସନ୍ଦେହ ନାହିଁ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jun 11, 2020, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.