ETV Bharat / city

ଜିଲ୍ଲା ବାହାରୁ ଆସୁଥିବା ଲୋକ ହିଁ ପଜିଟିଭ ସଂଖ୍ୟା ବଢିବାର କାରଣ: ବିଏମସି କମିଶନର - ବିଏମସି କମିଶନର

ବର୍ତ୍ତମାନ ରାଜଧାନୀରେ ମୋଟ ସକ୍ରିୟ ପଜିଟିଭ ସଂଖ୍ୟା 317 ରହିଥିବା ବେଳେ ଗତ 10ଦିନ ମଧ୍ୟରେ 310 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକଥା ପ୍ରକାଶ କରିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ଅଧିକ ପଢନ୍ତୁ...

ଜିଲ୍ଲା ବାହାରୁ ଆସୁଥିବା ଲୋକ ହିଁ ପଜିଟିଭ ସଂଖ୍ୟା ବଢିବାର କାରଣ: ବିଏମସି କମିଶନର

author img

By

Published : Jul 11, 2020, 8:13 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜଧାନୀରେ ମୋଟ ସକ୍ରିୟ ପଜିଟିଭ ସଂଖ୍ୟା 317 ରହିଥିବା ବେଳେ ଗତ 10ଦିନ ମଧ୍ୟରେ 310 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକଥା ପ୍ରକାଶ କରିଛନ୍ତି ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ । ବାହାରରୁ ଆସୁଥିବା ଲୋକଙ୍କ ପାଇଁ ରାଜଧାନୀରେ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ସ୍ଥାନୀୟ ସଂକ୍ରମିତଙ୍କୁ ବିଶେଷ ଧ୍ୟାନ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି । ବିଏମସି ପକ୍ଷରୁ ଏକ ପ୍ରେସ ବିବୃତିରେ ଏହା ପ୍ରକାଶ କରାଯାଇଛି ।

ଜିଲ୍ଲା ବାହାରୁ ଆସୁଥିବା ଲୋକ ହିଁ ପଜିଟିଭ ସଂଖ୍ୟା ବଢିବାର କାରଣ: ବିଏମସି କମିଶନର

ଭୁବନେଶ୍ବରରେ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମଣ । ସ୍ଥାନୀୟ ଅଞ୍ଚଳ ସହ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହେଉଛନ୍ତି ଆକ୍ରାନ୍ତ । ବର୍ତ୍ତମାନ ମୋଟ ସକ୍ରିୟ ପଜିଟିଭ ସଂଖ୍ୟା 317 ରହିଥିବା ବେଳେ ଗତ 1ଜୁଲାଇରୁ 10 ଜୁଲାଇ ମଧ୍ୟରେ 310 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହସ୍ପିଟାଲ ଲିଙ୍କରେ 61ଜଣ ପଜିଟିଭ ହୋଇଛନ୍ତି । 212 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଥିବା ବେଳେ 37 ଲୋକାଲ କେସ ରହିଛି ।

ସ୍ଲମ ଅଞ୍ଚଳରେ ପ୍ରତିଷେଧକ ବ୍ୟବସ୍ଥାକୁ ନେଇ ଏକ ବସ୍ତି କମିଟି ଗଠନ କରାଯାଇଛି । ବସ୍ତି ରେ ୱାର୍ଡ କମିଟି ସକ୍ରିୟ ରହିଛି । ଦିନକୁ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷା କରାଯାଉଛି । ସଚେତକ ଆପ୍ସ ଓ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି ଅନୁ ଗର୍ଗ ।

ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ଭୁବନେଶ୍ବରର କୋରୋନା ସ୍ଥିତି ସଂପର୍କରେ ସୂଚନା ଦେଇ କହିଛନ୍ତି, ‘ଆଜି ଯାଏ 640 ଜଣ ପଜିଟିଭ ଚିହ୍ନଟ କରାଯାଇଛି । 314 ସୁସ୍ଥ ହୋଇଥିବା ବେଳେ 317 ସକ୍ରିୟ ଅଛନ୍ତି । ତେବେ ରାଜଧାନୀରେ ଶେଷ 10 ଦିନରେ 310 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ବରର 61 ଜଣ ହସ୍ପିଟାଲରୁ ଚିହ୍ନଟ ହୋଇଥିବା ବେଳେ 37 ଜଣ ସ୍ଥାନୀୟ ପଜିଟିଭ ଭାବରେ ଚିହ୍ନଟ ହୋଇଛନ୍ତି।

ଅନ୍ୟପଟେ 212 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଇଛି । ହସ୍ପିଟାଲ ଓ ହଟସ୍ପଟ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଯୋଗୁଁ ପଜିଟିଭ ସଂଖ୍ୟା ବଢ଼ିଛି । ଏହା ସହ ବସ୍ତି ଅଂଚଳରେ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ବାରଣ କରାଯାଇଛି । କେସ ନମ୍ବର 1ରେ ଭୁବନେଶ୍ବରର ଘରୋଇ ହସ୍ପିଟାଲ ରହିଥିଲା ବେଳେ ବ୍ଲୁ ହ୍ବିଲରେ ମୋଟ 43 ଜଣ ପଜିଟିଭ ଚିହ୍ନଟ କରାଯାଇଥିଲା । ଏଠାରୁ ସୁସ୍ଥ 41ଜଣ ରହିଥିବା ବେଳେ ମୋଟ 250 ଷ୍ଟାପଙ୍କୁ କ୍ବାରେଣ୍ଟାଇନ ରଖାଯାଇଥିଲା ଏବଂ ସେମାନଙ୍କର ସମସ୍ତଙ୍କର ନେଗେଟିଭ ବାହାରିଛି । କେସ ନମ୍ଵର 2ରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳ । ସେଠାରେ ମୋଟ 38 ଜଣ ପଜିଟିଭ ଚିହ୍ନଟ କରାଯାଇଥିଲା । ଏଥିରେ 38 ନେଗେଟିଭ ଥିବା ବେଳେ ଏବଂ ମୋଟ 87 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । କେସ ନମ୍ଵର 3ରେ ସୁବାସ ନଗର ବସ୍ତି ରହିଛି । ଏଥିରେ ମୋଟ 6 ଜଣ ପଜିଟିଭ ଆସିଥିଲେ, ଏବେ ସମସ୍ତେ ସୁସ୍ଥ ଅଛନ୍ତି । ବସ୍ତିର 54 ଜଣଙ୍କ ଘର କଣ୍ଟେନମେଣ୍ଟରେ ରଖାଯାଇଥିଲା । ମୋଟ 182 ଜଣଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା । କେସ ନମ୍ବର 4 ଲକ୍ଷ୍ମୀବଜାରକୁ ସାମିଲ କରାଯାଇଛି । ଏଥିରେ ମୋଟ 9 ଜଣ ପଜିଟିଭ ଚିହ୍ନଟ କରାଯାଇଥିଲା । ସମସ୍ତେ ସୁସ୍ଥ ଅଛନ୍ତି । ସମୁଦାୟ 108 ଜଣ ଲୋକଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଥିଲା ବୋଲି ବିଏମସି କମିଶନର ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.