ETV Bharat / city

ଲକଡାଉନରେ ପଶୁଙ୍କ ପେଟ କଥା ବୁଝିଛନ୍ତି ପଶୁପ୍ରେମୀ, ଦେଉଛନ୍ତି ଖାଦ୍ୟ କରୁଛନ୍ତି ସେବା

author img

By

Published : May 3, 2021, 10:45 AM IST

Updated : May 3, 2021, 1:36 PM IST

ମୃତ୍ୟୁର ତାଣ୍ଡବ ଖେଳୁଛି ମହାମାରୀ । ଏହି ସମୟରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅସମର୍ଥ ହେଉଥିବା ବେଳେ ନିର୍ବାକ ପଶୁଙ୍କୁ ପଚାରେ କିଏ । ତଥାପି ସତର୍କତାର ସହ ନିଜେ ବଞ୍ଚିବା ସହ ଅନ୍ୟର ଭୋକର ଭାବକୁ ବୁଝିଛନ୍ତି କିଛି ସଂସ୍ଥା ।

ଲକଡାଉନରେ ପଶୁଙ୍କ ପେଟ କଥା ବୁଝିଛନ୍ତି ପଶୁପ୍ରେମୀ

ଭୁବନେଶ୍ବର: ମହାମାରୀ କୋରୋନାର ଦ୍ବିତୀୟ ଲହରକୁ ନେଇ ଚାରିଆଡେ ଏବେ ହାହାକାର । ମୃତ୍ୟୁର ତାଣ୍ଡବ ଖେଳୁଛି ମହାମାରୀ । ଏହି ସମୟରେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅସମର୍ଥ ହେଉଥିବା ବେଳେ ନିର୍ବାକ ପଶୁଙ୍କୁ ପଚାରେ କିଏ । ତଥାପି ସତର୍କତାର ସହ ନିଜେ ବଞ୍ଚିବା ସହ ଅନ୍ୟର ଭୋକର ଭାବକୁ ବୁଝିଛନ୍ତି କିଛି ସଂସ୍ଥା । ଆଉ ସଟଡାଉନରେ ସବୁ ଲୋକ ଘରେ ଥିବା ବେଳେ ସେମାନେ ପର୍ଯ୍ୟଟନ ସ୍ଥଳୀରେ ଥିବା ପଶୁଙ୍କୁ ଖାଇବାକୁ ଦେଉଛନ୍ତି ।

ଲକଡାଉନରେ ପଶୁଙ୍କ ପେଟ କଥା ବୁଝିଛନ୍ତି ପଶୁପ୍ରେମୀ, ଦେଉଛନ୍ତି ଖାଦ୍ୟ କରୁଛନ୍ତି ସେବା

ଖାଲି ସଟଡାଉନରେ ନୁହେଁ ଛୁଟି ଦିନ ମାନଙ୍କର ବି ଖାଇବାକୁ ଦଉଛନ୍ତି ଏପରି କିଛି ସଂସ୍ଥା । ତେବେ ସଟଡାଉନ ଆଉ ଲକଡାଉନ୍ କାରଣରୁ ଯାତାୟତ ଠପ୍ ପଡିଛି । ଖଣ୍ଡଗିରି-ଉଦୟଗିରି ଭଳି ପର୍ଯ୍ୟଟନ ମଧ୍ୟ ବନ୍ଦ ରହିଛି ଫଳରେ ପର୍ଯ୍ୟଟକ ଆସୁନାହାଁନ୍ତି କି ମାଙ୍କଡଙ୍କୁ ଖାଇବାକୁ ଦେଉନାହାଁନ୍ତି ତେଣୁ ଏହି ମାଙ୍କଡଙ୍କ ମନର କଥା ବୁଝୁଛନ୍ତି ପିପୁଲ ଫର୍ ଆନିମଲ୍ ସଂସ୍ଥା । ପ୍ରତିଦିନ ଆସି ସେମାନଙ୍କୁ ବାଦାମ, ବିସ୍କୁଟ, କଦଳୀ ଆଦି ଖାଇବାକୁ ଦେବା ସହ ପାଣି ବି ଦେଉଛନ୍ତି । ଖାଲି ମାଙ୍କଡଙ୍କୁ ନୁହେଁ ବରଂ କୁକୁରଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି ।

ରାଜ୍ୟ ଅବା ଦେଶରେ ଲକଡାଉନ କାରଣରୁ ନିର୍ବୋଧ ପଶୁଙ୍କ କଥା ସତର୍କତାର ସହ ବୁଝିବାକୁ ଅନ୍ୟଙ୍କୁ ଆହ୍ବାନ ଦେଇଛି ସଂସ୍ଥା । ଆମର ଛୋଟିଆ ପ୍ରୟାସ ଟିଏ ପଶୁଙ୍କ ଭୋକକୁ ନିବାରଣ କରିପାରିବ ବୋଲି କହିଛନ୍ତି ପିପୁଲ୍ସ ଫର୍ ଆନିମଲ୍ ସଂସ୍ଥାର ସଦସ୍ୟ ବୃନ୍ଦ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 3, 2021, 1:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.