ଭୁବନେଶ୍ବର: ହଜି ଯାଉଥିବା ଖାଦ୍ୟଶସ୍ୟର ପୁନଃଉଦ୍ଧାର କରିବ ପିକକ ଅନୁଷ୍ଠାନ। ବର୍ତ୍ତମାନ ଚାଷରୁ ଲୋକେ ମୁହଁ ଫେରାଇବା ସହ ଚିରାଚରିତ ଧାନ ଚାଷ କରୁଥିବାର ଦେଖିବାକୁ ମିଳୁଛି। ଅନେକ ପୋଷାଣ ଯୁକ୍ତ ଖାଦ୍ୟ ଶସ୍ୟ ଧୀରେ ଧୀରେ ଲୋପ ପାଇବାରେ ଲାଗିଛି ।
ଧାନ ଚାଉଳ ଛଡା ଅନେକ ଶସ୍ୟ ଆମ ଜଙ୍ଗଲ ଆମ ମାଟିରେ ହୋଇପାରିବ କିନ୍ତୁ ତାହାର ଉପଯୁକ୍ତ ତତ୍ତ୍ବାବଧାନ ହେଉନାହିଁ। ଯାହାକୁ ପୁଣି ଥରେ ପୁନଃଉଦ୍ଧାର କରିବା ଲକ୍ଷ୍ୟରେ ରାଜ୍ୟର ପିକକ ଅନୁଷ୍ଠାନ ଅଣ୍ଟା ଭିଡ଼ିଛି । ଏହାସହ କେନ୍ଦୁଝର ଜିଲ୍ଲାରେ ପିକକ ଅନୁଷ୍ଠାନ ଚାଷୀଙ୍କୁ ଏ ବିଷୟରେ ଜ୍ଞାନକୌଶଳ ବାଣ୍ଟି ଅନେକ ପୁରୁଣା କିସମର ଧାନ ଚାଉଳ ଉତ୍ପାଦନ କରିବାର କଥା କହିଛି ।
ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର 6ଟି ଗାଁରେ ଚାଷୀ 126 କିସମର ଦେଶୀ ଧାନ ଶସ୍ୟ ଚାଷ କରି ଉତ୍ପାଦନ କରୁଥିବାବେଳେ ଆଗରୁ ମାତ୍ର 6 ରକମର ଧାନ ଚାଷ କରୁଥିଲେ । ଆଗାମୀ ଦିନରେ କେନ୍ଦୁଝର ସହ କିଭଳି ଅନ୍ୟ ଜିଲ୍ଲାକୁ ପିକକ ନିଜର ତତ୍ତ୍ବାବଧାନରେ ଚାଷୀକୁ ସଚେତନ କରିବ, ସେ ନେଇ ରାଜଧାନୀରେ ଏକ ଆଲୋଚନା ଚକ୍ର ଆରମ୍ଭ କରିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ