ETV Bharat / city

ନବୀନଙ୍କ ଜନ୍ମଦିନରେ ଲାଇଟ ଓ ସାଉଣ୍ଡ ଆସୋସିଏସନର ଶାନ୍ତିପୂର୍ଣ୍ଣ ପ୍ରତିବାଦ - ନବୀନଙ୍କ ଜନ୍ମଦିନ

କୋରୋନା ପାଇଁ ଲାଇଟ ଓ ସାଉଣ୍ଡ ବ୍ୟବସାୟୀଙ୍କ ଜୀବିକା ଉପରେ ଲକଡାଉନ ଲାଗୁ ହୋଇଛି । ଆଜି ନବୀନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲାଇଟ ଓ ସାଉଣ୍ଡ ଆସୋସିଏସନ ହ୍ୟୁମାନ ଚେନ କରି ନିଜର ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଜୀବିକା ଫେରାଇବାକୁ ଦାବି
ଜୀବିକା ଫେରାଇବାକୁ ଦାବି
author img

By

Published : Oct 16, 2020, 2:14 PM IST

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆଜି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛି ଲାଇଟ ଓ ସାଉଣ୍ଡ ଆସୋସିଏସନ । ମୁଖ୍ୟମନ୍ତ୍ରୀଙ୍କୁ ନିଜ କାମଧନ୍ଦା ଫେରାଇ ଦେବାକୁ ଦାବି ସରକାରଙ୍କ ଅନୁରୋଧ କରିଛନ୍ତି । କୋରୋନା ପାଇଁ ଦୀର୍ଘ 7 ଧରି ସବୁ କିଛି ବନ୍ଦ ଥିବାବେଳେ ଏବେ ଧିରେ ଧିରେ ସବୁ କଟକଣାକୁ ହଟିବାରେ ଲାଗିଛି । ତେଣୁ ଲାଇଟ ଓ ସାଉଣ୍ଡ ଆସୋସିଏସନକୁ ମଧ୍ୟ କଟକଣା ମାଧ୍ୟମରେ ପୁନଃ କାମ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜଣାଇଛନ୍ତି ।

ଜୀବିକା ଫେରାଇବାକୁ ଦାବି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 75 ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସକୁ ସମସ୍ତ ବାରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଲକଡାଉନ ଯୋଗୁଁ କିଭଳି ପ୍ରଭାବିତ ହେଉଛନ୍ତି ସେନେଇ ଏକ ବୋର୍ଡ ଧରି ରାଜମହଲ ଛକ ଠାରୁ ମାଷ୍ଟର କ୍ୟାଣ୍ଟିନ ପର୍ଯ୍ୟନ୍ତ ଏକ ଦୀର୍ଘ ହ୍ୟୁମାନ ଚେନ କରିଥିଲେ ।

କୋରୋନା କଟକଣା ଯୋଗୁଁ ସେମାନେ ନିଜ ଜୀବିକା ହରାଇଛନ୍ତି । ନିଜ ଲୋକଙ୍କୁ ଖୁସି ଓ ଆନନ୍ଦ ଦେଉଥିବା ଏହି ଲୋକମାନେ ଏବେ ବହୁ ଅସୁବିଧାରେ ରହୁଛନ୍ତି। ତେଣୁ ସେମାନଙ୍କୁ ସରକାରଙ୍କ ଗାଇଡ ଲାଇନ ମଧ୍ୟରେ 200 ରୁ 300 ଲୋକମାନଙ୍କୁ ନେଇ ପୁନଃ ଜୀବିକା ଚାଲୁ କରିବାକୁ ଅନୁମତି ଦିଅନ୍ତୁ ବୋଲି କହିଛନ୍ତି।

ସେପଟେ, ଆଗକୁ ବାହାଘର ଋତୁ ଆସୁଛି। ଯେଉଁଥିରୁ ସେମାନେ କିଛି ଆୟ କଲେ ବର୍ଷଯାକ ଚାଲିବାକୁ ହୁଏ । ଯଦି ସରକାର ଅନୁମତି ନ ଦିଅନ୍ତି, ତେବେ ସେମାନଙ୍କ ପରିବାର ଆହୁରି ଦୁର୍ଦ୍ଦିନ ମଧ୍ୟକୁ ଠେଲି ହୋଇଯିବ। ତେଣୁ ଆସନ୍ତା ନଭେମ୍ବର ଓ ଡିସେମ୍ବର ସୁଦ୍ଧା ସେମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦିଅନ୍ତୁ ବୋଲି ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.