ଭୁବନେଶ୍ବର: କୋରୋନା ସ୍ଥିତି ନେଇ ରାଜ୍ୟରେ ଜାରି ହୋଇଛି ଏକ ପ୍ରକାର ଅଘୋଷିତ କର୍ଫ୍ୟୁ । ସେପଟେ ବିଭିନ୍ନ ସ୍ଥାନରେ ଦୋକାନ ବଜାର ଆଦି ବନ୍ଦ ଯୋଗୁଁ ଅତ୍ୟାବଶକୀୟ ସାମଗ୍ରୀ ମିଳିବା ନମିଳିବା ନେଇ ଆଶା ଆଶଙ୍କାରେ ଖାଉଟି । ଅନ୍ୟପଟେ ଏହି ଘଟଣାକୁ ଦୃଷ୍ଟିରେ ରଖି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଖାଦ୍ୟ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ବଜାରରେ କୌଣସି ପ୍ରକାର ସାମଗ୍ରୀର ଅଭାବ ରହିବ ନାହିଁ। ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ମହଜୁଦ ଅଛି। ଆମ ବିଭାଗ ସଚେତନ ଅଛି ଓ ଅନ୍ୟ ବିଭାଗ ସହ ମଧ୍ୟ ସମନ୍ବୟ ରଖିଛୁ। ସାଧାରଣ ଲୋକଟିଏ ଯେମିତି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହୁଏ ବୋଲି କହିଛନ୍ତି ମନ୍ତ୍ରୀ ।
ସେ କହିଛନ୍ତି, ସବୁ ଜିଲ୍ଲାପାଳଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସଜାଗ କରାଯାଇଛି। PDS ସାମଗ୍ରୀ ଆଗୁଆ ଯୋଗାଇବୁ। ତେଣୁ ବଜାରରେ କିଛି ନିଆଣ୍ଟିଆ ନାହିଁ। ସେହିପରି କୌଣସି ଗୁଜବରେ ବିଶ୍ବାସ କରନ୍ତୁ ନାହିଁ ବୋଲି କହିବା ସହ ଗୁଜବକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ