ଭୁବନେଶ୍ବର: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିଲେ ପିସିସିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଆଜି ଭକ୍ତଚରଣ ଦାସଙ୍କ ସହିତ ନୂଆଦିଲ୍ଲୀରେ ରାହୁଲଙ୍କୁ ଭେଟିଛନ୍ତି ପ୍ରଦୀପ ମାଝୀ । ତେବେ କେଉଁ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ତାହାକୁ ନେଇ କୌଣସି ସୂଚନା ମିଳିପାରିନାହିଁ । ନିକଟରେ ପ୍ରଦୀପ ମାଝୀ ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି ।
-
We have flown the air like birds and swum the sea like fishes, but have yet to learn the simple act of walking the earth like brothers.
— Pradeep Majhi/ ପ୍ରଦୀପ ମାଝୀ (@iycpradeep) October 1, 2021 " class="align-text-top noRightClick twitterSection" data="
Martin Luther King Jr. @RahulGandhi pic.twitter.com/gJM0FhAFhp
">We have flown the air like birds and swum the sea like fishes, but have yet to learn the simple act of walking the earth like brothers.
— Pradeep Majhi/ ପ୍ରଦୀପ ମାଝୀ (@iycpradeep) October 1, 2021
Martin Luther King Jr. @RahulGandhi pic.twitter.com/gJM0FhAFhpWe have flown the air like birds and swum the sea like fishes, but have yet to learn the simple act of walking the earth like brothers.
— Pradeep Majhi/ ପ୍ରଦୀପ ମାଝୀ (@iycpradeep) October 1, 2021
Martin Luther King Jr. @RahulGandhi pic.twitter.com/gJM0FhAFhp
ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଆକଳନ କରାଯାଉଛି । ରାହୁଲଙ୍କ ପରେ କଂଗ୍ରେସରେ ନୂଆ କରି ସାମିଲ ହୋଇଥିବା ଯୁବ ନେତା କହ୍ନେୟା କୁମାରଙ୍କୁ ସାକ୍ଷାତ କରିଛନ୍ତି ପ୍ରଦୀପ ମାଝୀ । ଯାହାର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ଖୋଦ ପ୍ରଦୀପ ମାଝୀ ।
ପ୍ରଦୀପ ମାଝୀ ଟ୍ବିଟ୍ କରି ଲେଖକ ମାର୍ଟିନ ଲୁଥର କିଙ୍ଗ୍ ଜୁନିଅରଙ୍କ ଏକ ବାକ୍ୟକୁ ଉଦ୍ଧୃତ କରି ଲେଖିଛନ୍ତି ଯେ, "ପକ୍ଷୀ ହୋଇ ମୁକ୍ତ ଆକାଶରେ ଉଡି଼ଛୁ । ଚଞ୍ଚଳା ମାଛ ଭଳି ଗଭୀର ସମୁଦ୍ରର ଛାତି ଚିରିଛୁ । କିନ୍ତୁ ଏବେବି ସରଳତାର ସହ ବଞ୍ଚିବା ଶିଖିବା ବାକି ଅଛି ।"
ଏଭଳି ଟ୍ବିଟ୍ କରି ପ୍ରଦୀପ ମାଝୀ ଗୋଟିଏ ଫଟୋ ରାହୁଲ ଗାନ୍ଧୀଙ୍କ ସହ ସେୟାର କରିଥିବା ବେଳେ ଗୋଟିଏ ଫଟୋରେ କଂଗ୍ରେସରେ ସାମିଲ ହୋଇଥିବା କହ୍ନେୟା କୁମାର ଓ କିଛି କର୍ମୀଙ୍କ ସହ ଆଉ ଏକ ଫଟୋ ସେୟାର କରିଛନ୍ତି । ଏହି ସମୟରେ ତାଙ୍କ ସହ ସର୍ବଭାରତୀୟ କଂଗ୍ରେସ କମିଟିର ସଭ୍ୟ ତଥା ବିହାର ପ୍ରଭାରୀ ଭକ୍ତ ଚରଣ ଦାସ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ରାହୁଲ ଗାନ୍ଧୀଙ୍କ ସହିତ ଭେଟଘାଟ ଆଗକୁ ରାଜ୍ୟ କଂଗ୍ରେସରେ କଣ ପ୍ରଭାବ ପକାଉଛି ତାହାକୁ ଏବେ ଅପେକ୍ଷା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ