ETV Bharat / city

2016 ଭେଡେନ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ

ରାଜ୍ୟ ସରକାର ତୁରନ୍ତ ଭେଡେନ ଦଳିତ ମହିଳା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । 5‘ଟି’ ନାରେ ଲୋକଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ।

author img

By

Published : Oct 14, 2019, 9:27 PM IST

ଫୋଟ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଯଦି ସତସାହାସ ଅଛି ତୁରନ୍ତ ରାଜ୍ୟ ମାନବଧିକାର କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରନ୍ତୁ । ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏଭଳି ଢଙ୍ଗରେ ଆଜି ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ 2016 ମସିହା ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଯାହାକୁ ନେଇ ସେ ସମୟରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

ଘଟଣା ଅନୁସାରେ ୨୦୧୬ ମସିହା ମେ ୨୦ ତାରିଖରେ ବରଗଡ ରୂପାପାଲି ଗାଁରେ ସବର୍ଣ୍ଣ ଅସବର୍ଣ୍ଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ସେହି ମାସ 22ରେ ପୋଲିସ ଗାଁକୁ ଯାଇ ଅନେକ ଦଳିତ ପୁରୁଷଙ୍କୁ ଗିରଫ କରିଥିଲା । ପୁଣିଥରେ 23 ତାରିଖରେ ଭେଡେନ ଥାନାର 5ଜଣ ପୋଲିସ କର୍ମଚାରୀ ଗାଁକୁ ଆସି 3ଜଣ ଦଳିତ ମହିଳାଙ୍କୁ ଗିରଫ କରିଥିଲା । ଗିରଫ କରି ଥାନାକୁ ନେବା ବାଟରେ ଦେଓଗାଁ ଜଙ୍ଗଲରେ ପୋଲିସ ମହିଳାଙ୍କୁ ଗଣଦୁଷ୍କର୍ମ କରି ଅପରାଧିଙ୍କ ହାତକୁ ଟେକି ଦେଇଥିଲା । ଅପରାଧି ମାନେ 10ଦିନ ପର୍ଯ୍ୟନ୍ତ ପୀଡିତା ମହିଳାଙ୍କୁ ରଖି ଦୁଷ୍କର୍ମ କରିବା ସହ ଜଣେ ପୀଡିତା ମହିଳାଙ୍କ ଭାଇକୁ ହତ୍ୟା କରିଥିଲେ ।

ଏହି ଘଟଣାକୁ ନେଇ ସେତେବେଳେ ପ୍ରତିବାଦ ଯୋରଦାର ହେବାପରେ ପୋଲିସ କିଛି ଲୋକଙ୍କ ନାରେ ମାମଲା ରୁଜୁ କରି ଚୁପ ରହିଲା । ହେଲେ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଏହି ମାମଲାକୁ ନେଇ ସେପ୍ଟେମ୍ବର 23ରେ ରାଜ୍ୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିବା ପରେ ପୋଲିସ ଚଳିତ ମାସ 3 ତାରିଖରେ ଭେଡେନ ପୋଲିସ ବାଧ୍ୟ ବାଧକତାରେ 2ଜଣ ପୋଲିସ ଅଧିକାରୀଙ୍କ ସମେତ 8ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । କଂଗ୍ରେସ ଦାବି କରିଛି ଯଦି ସରକାରଙ୍କ 5‘ଟି’ ପ୍ରତି ଗମ୍ଭୀରତା ଅଛନ୍ତି ରାଜ୍ୟରେ ମୋ ସରକାର କାର୍ଯ୍ୟକାରୀ ହେଉଛି ତେବେ ତୁରନ୍ତ ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଏହାସହ ସେ ସମୟରେ ଯିଏ ବରଗଡ ଏସପି ଥିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଦାବି କରିଛନ୍ତି । ଅଯଥା ମୋ ସରକାର 5‘ଟି’ କହି ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ ବୋଲି କହିଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଭେଡେନ ଦଳିତ ମହିଳା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ପୋଲିସ ଅଧିକାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ରାଜ୍ୟ ସରକାର।

Body:ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଦଳିତ ମହିଳାଙ୍କୁ ୨୦୧୬ମଇ ମାସର ଗଣଦୁଷ୍କର୍ମ ମାମଲାକୁ ରାଜ୍ୟ ସରକାର ଜାଣିଶୁଣି ଚାପି ଦେବାକୁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ।ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦେଶ କୁ ୧୧ ଦିନ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସୋମବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ। ଏ ନେଇ ଦୁଇ ଥାନା ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ।ଗତ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିର୍ଦ୍ଧେଶ ପରେ ଚଳିତ ମାସ ୩ ତାରିଖରେ ଭେଡେନ ପୋଲିସ ବାଧ୍ୟ ହୋଇ ଦୁଇଜଣ ପୋଲିସ ଅଧିକାରୀ ଙ୍କ ସମେତ ମୋଟ ୮ ଜଣଙ୍କ ନାମରେ ମାମଲା ରୁଜୁ କରିଛି।

୨୦୧୬ ମସିହା ମଇ ୨୦ ତାରିଖରେ ବରଗଡ଼ ରୂପାପାଲି ଗାଁରେ ସବର୍ଣ୍ଣ ଅସବର୍ଣ୍ଣ ଗଣ୍ଡଗୋଳ ଯୋଗୁ ୨୨ ତାରିଖରେ ପିଡିତା ମାନଙ୍କ ସ୍ୱାମୀ ଓ ସମ୍ପର୍କୀୟଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା ଓ ୨୩ ତାରିଖ ଦିନ ଭେଡେନ ଥାନାର ୫ ଜଣ ପୋଲିସ କର୍ମଚାରୀ ଆସି ୩ ଜଣ ଦଳିତ ମହିଳାଙ୍କୁ ଆରେଷ୍ଟ ମେମୋରେ ଦସ୍ତଖତ କରିବା ପାଇଁ ଥାନା ଗାଡ଼ିରେ ବସାଇ ଥାନାକୁ ନେବା ବାଟରେ ଦେଓଗାଁ ଜଙ୍ଗଲରେ ଗଣଦୁଷ୍କର୍ମ କରିବାପରେ ଅପରାଧିକ ଙ୍କ ହାତକୁ ଟେକି ଦେଇଥିଲେ।ଅପରାଧିମାନେ ଉକ୍ତ ମହିଳାଙ୍କୁ ୧୦ ଦିନ ରଖି ଦୁଷ୍କର୍ମ କରିଥିଲେ।ଏପରିକି ଜଣେ ମହିଳାଙ୍କ ଭାଇକୁ ମଧ୍ୟ ମାରିଦେଇଥିଲେ।ରାଜ୍ୟରେ ୫ ଟି ସରକାର ଓ ମୋ ସରକାର ପ୍ରଚାର ପ୍ରସାର କରାଇ ଯେଭଳି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ,ଭେଡେନ ଗଣଦୁଷ୍କର୍ମ ଘଟଣାରୁ ତାହା ଜଳ ଜଳ ହୋଇ ଜଣାପଡୁଛି ବୋଲି ସତ୍ୟ ପ୍ରକାଶ କହିଛନ୍ତି।

ବାଇଟ-ସତ୍ୟ ପ୍ରକାଶ ନାୟକ,କଂଗ୍ରେସ ନେତା।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.