ETV Bharat / city

ଆସନ୍ତା 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଦଳୀୟ ନେତା-କର୍ମୀଙ୍କୁ ଶରତଙ୍କ ଆହ୍ବାନ

ସମ୍ବର୍ଦ୍ଧନା ସଭାରେ 2024 ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ । 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପ୍ରସ୍ତୁତ ହେବାକୁ ଦଳୀୟ ନେତା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଶରତ । ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି ହେବା ପାଇଁ ଗୁରୁମନ୍ତ୍ର ଦେଲେ ବିଧିବଦ୍ଧ ଦାୟିତ୍ୱ ନେବା ପରେ ନବନିଯୁକ୍ତ ପିସିସି ସଭାପତି । ଅଧିକ ପଢନ୍ତୁ

author img

By

Published : Jun 10, 2022, 10:50 PM IST

ଆସନ୍ତା 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ଦଳୀୟ ନେତା କର୍ମୀଙ୍କୁ ଶରତଙ୍କ ଆହ୍ବାନ

ଭୁବନେଶ୍ବର: ସମ୍ବର୍ଦ୍ଧନା ସଭାରେ 2024 ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଲେ ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। 2024 ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପ୍ରସ୍ତୁତ ହେବାକୁ ଦଳୀୟ ନେତା କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି ଶରତ । ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି ହେବା ପାଇଁ ଗୁରୁମନ୍ତ୍ର ଦେଲେ ବିଧିବଦ୍ଧ ଦାୟିତ୍ୱ ନେବା ପରେ ନବନିଯୁକ୍ତ ପିସିସି ସଭାପତି ।

ସଭାପତି ଭାବରେ ନାମ ଘୋଷଣା ହୋଇଥିଲା ମେ ମାସ 23 ତାରିଖରେ । କିନ୍ତୁ ଆନୁଷ୍ଠାନିକ ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିବା ପାଇଁ ମହାଆଡମ୍ବରେ ଦାୟିତ୍ବ ଗ୍ରହଣ କରିଥିଲେ ସଭାତି । ବିମାନ ବନ୍ଦରରୁ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ପଟୁଆର ସଭାପତି ଙ୍କୁ ପାଛୋଟି ନେଇଥିଲେ କର୍ମୀ । ହେଲେ କାର୍ଯ୍ୟକ୍ରମ ଆରମ୍ଭରୁ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଷ୍ଟେଜ ଉପରେ ବଡ଼ ବଡ଼ ହାଇ ପ୍ରୋଫାଇଲ ନେତା ମାନେ ଥିଲେ ବି ଦେଖିବାକୁ ମିଳିଲାନାହିଁ ନରସିଂହ ମିଶ୍ର, ମହମ୍ମଦ ମୋକିମ, ଭକ୍ତ ଦାସ ଓ ରମେଶ ଜେନାଙ୍କୁ ।

ଯାହାକି କଂଗ୍ରେସ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ସମ୍ବର୍ଦ୍ଧନା ସମାବେଶରେ ପ୍ରଭାରୀ ଚେଲ୍ଲା କୁମାରଙ୍କ ସମେତ ସହ ପ୍ରଭାରୀ ରୁଦ୍ର ରାଜୁ , ପ୍ରାସାଦ, ଜୟଦେବ, ନିରଂଜନ ଙ୍କ ସମେତ ସବୁ ନେତା ଉପସ୍ଥିତ ରହିଥିଲେ। ପିସିସି ସଭାପତି ହେବା ପରେ ଶରତ ପ୍ରଥମ ଥର ଲାଗି ଦିଲ୍ଲୀ ଯାଇଥିଲେ। ଗତ 7 ତାରିଖରେ ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଆଜି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରିଥଲା ଦଳ । ବିମାନ ବନ୍ଦରରେ ବଡ଼ ପଟୁଆର ରେ ତାଙ୍କୁ ଅଣାଯାଇଥିଲା କଂଗ୍ରେସ ଭବନ। ସେଠାରେ ଦାୟିତ୍ୱ ଗ୍ରହଣ ସମାବେଶ ରେ ଯୋଗ ଦେବା ପରେ ତାଙ୍କୁ ଉଛତ୍ସିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାରା ରାଜ୍ୟର ସବୁ ଜିଲାରୁ ଆସିଥିଲେ କଂଗ୍ରେସ କର୍ମୀ।

ଛାତ୍ର, ଯୁବ ଓ ମହିଳା କଂଗ୍ରେସ କର୍ମୀଙ୍କ ଉପସ୍ଥିତ ଦେଖି ସେମାନକୁ 2024 ପାଇଁ ପ୍ରସ୍ତୁତ ହେବା ପାଇଁ ଆହ୍ୱାନ ଦେଇଥିଲେ ସଭାପତି। ଶରତ ନିଜ ଅଭିଭାଷଣରେ କହିଥିଲେ କି ଏଥର ଯୁବକ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଯିଏ ଦଳ ପାଇଁ ସମୟ ଦେବ ଦଳ ତାକୁ ସମ୍ମାନ ଦେବ। ଗୋଷ୍ଠୀଗତ ବିବାଦ ଭୁଲି ସମସ୍ତେ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ ଜଣକ ପରେ ଜଣେ ନେତା ।ରାଜ୍ୟ ସରକାର ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ତେଣୁ ବିକଳ୍ପ ଭାବରେ କଂଗ୍ରେସ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.