ETV Bharat / city

ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନିରଞ୍ଜନ

ଦିଲ୍ଲୀରେ ସୋନିଆଙ୍କୁ ସାକ୍ଷାତ କରିଛନ୍ତି ନିରଞ୍ଜନ । ରାଜ୍ୟ କଂଗ୍ରେସର କନ୍ଦଳ ଚରମରେ ଥିବାବେଳେ ରାଜଧାନୀ ଦିଲ୍ଲୀ ଗସ୍ତରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Oct 22, 2021, 3:35 PM IST

ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଲେ ନିରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଦିଲ୍ଲୀରେ ସୋନିଆଙ୍କୁ ସାକ୍ଷାତ କରିଛନ୍ତି ନିରଞ୍ଜନ । ରାଜ୍ୟ କଂଗ୍ରେସର କନ୍ଦଳ ଚରମରେ ଥିବାବେଳେ ରାଜଧାନୀ ଦିଲ୍ଲୀ ଗସ୍ତରେ ଅଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ରୁଟିନ ଚେକ୍‌ଅପ ପାଇଁ ଦିଲ୍ଲୀ ଆସିଥିବା ଟ୍ବିଟ କରି ପୂର୍ବରୁ ସୂଚନା ଦେଇଥିଲେ ନିରଞ୍ଜନ । କଂଗ୍ରେସ ହାଇକମାଣ୍ଡଙ୍କୁ ନିରଞ୍ଜନ ଭେଟିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

ଏନେଇ ନିରଞ୍ଜନ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

  • Met AICC President Smt Sonia Gandhi, today at 11.30am. Enquired about her well being and discussed organisational issues with her.

    — Niranjan Patnaik (@NPatnaikOdisha) October 22, 2021 " class="align-text-top noRightClick twitterSection" data=" ">

ନିରଞ୍ଜନ ପଟ୍ଟନାୟଙ୍କ ବିରୋଧରେ ଏବେ ରାଜ୍ୟ କଂଗ୍ରେସରେ ବିଦ୍ରୋହର ସ୍ବର ତେଜିବାକୁ ଲାଗିଛି । ଏହାକୁ ନେଇ ଦଳରେ ସୃଷ୍ଟି ହୋଇଛି ଫାଟ । ନେତୃତ୍ବ ପରିବର୍ତ୍ତନ ସହ ନିରଞ୍ଜନଙ୍କୁ ପିସିସି ସଭାପଦି ପଦରୁ ହଟାଇବାକୁ ଦାବି ଜୋର ଧରିଛି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କ୍ରମାଗତ ନିରଞ୍ଜନଙ୍କୁ ଟାର୍ଗେଟ କରିଆସୁଛନ୍ତି ।

ଏପଟେ 15 ବର୍ଷର ସମ୍ପର୍କ ତୁଟାଇ କଂଗ୍ରେସର ହାତ ଛାଡିଛନ୍ତି ଟାଣୁଆ ନେତା ପ୍ରଦୀପ ମାଝି । ପ୍ରଦୀପ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ କୈଳାଶ କୁଲେସିକା ଓ ଚନ୍ଦ୍ର ଶେଖର ମାଝିଙ୍କ ଭଳି ନେତା ମଧ୍ୟ ଦଳ ଛାଡିସାରିଛନ୍ତି । ଜଣେ ପରେ ଜଣେ ନେତା ଦଳ ଛାଡୁଥିବାରୁ ରାଜ୍ୟ କଂଗ୍ରେସ ଦୁର୍ବଳ ହେବାରେ ଲାଗିଛି । ଆଗୁକୁ ପଞ୍ଚାୟତ ନିର୍ବାଚନ ରହିଛି । ଏଭଳିସ୍ଥିତିରେ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ସୋନିଆଙ୍କୁ ନିରଞ୍ଜନ ଅବଗତ କରାଇପାରନ୍ତି ବୋଲି କୁହାଯାଇପାରେ ।

ନିକଟରେ ଦିଲ୍ଲୀ ଗସ୍ତ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ । ଏହାପରେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଥିବା ଚର୍ଚ୍ଚା ହୋଇଥିଲା । ନିଜେ ମଧ୍ୟ ନିରଞ୍ଜନ କହିଥିଲେ କି ପିସିସି ପଦ ସ୍ଥାୟୀ ନୁହେଁ । ପରେ କଂଗ୍ରେସ ହାଇକମାଣ୍ଡଙ୍କୁ ଏକ ଗୋପନ ଚିଠି ଲେଖିଥିଲେ ନିରଞ୍ଜନ ।

ଦଳରେ ଦାନା ବାନ୍ଧିଥିବା ବିବାଦ ଝଡର ରୂପ ନେବା ସମୟରେ ଯୁବ କଂଗ୍ରେସର ଅସନ୍ତୋଷ ନିଆଁ ବଢିଥିଲା । ଏହାକୁ ନେଇ କଂଗ୍ରେସ ଭବନରେ କିଛି ଗୋଷ୍ଠୀ ଭଙ୍ଗାରୁଜା କରି ନିରଞ୍ଜନଙ୍କ ଫଟୋକୁ କାଢିଦେଇଥିଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.